ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି ଏହାର ମାମଲା ସେତିକି ଅଧିକ ଗମ୍ଭୀର ହେଉଛି। ଯଦିଓ କ୍ରାଇମବ୍ରାଞ୍ଚ୍ ଏହାର ଶେଷ ନିଷ୍କର୍ଷ ରେ ପହଞ୍ଚି ପାରି ନାହିଁ ତଥାପି ଏଯାବତ୍ ତଦନ୍ତ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଛି ବୋଲି ଜଣା ପଡିଛି।ପୋଲିସ ର ତଦନ୍ତକୁ ନେଇ ପରିବାର ଲୋକେ ଅନେକ ପ୍ରଶ୍ନ ଉଠାଉ ଥିବା ବେଳେ ଅନ୍ୟମାନେ ବି ପୋଲିସ୍ ର ତଦନ୍ତରେ ଅସନ୍ତୁଷ୍ଟ ରହିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ର ତଦନ୍ତକୁ ନେଇ ଅନେକ ସନ୍ତୋଷ ପ୍ରକାଶ କରିଛନ୍ତି।
ତେବେ ଏଯାବତ୍ କ୍ରାଇମବ୍ରାଞ୍ଚ ତଦନ୍ତକୁ ୭ ଦିନ ପୂରି ସାରିଥିବା ବେଳେ ଏହାରି ଭିତରେ ୧୨ ଜଣଙ୍କୁ ଜେରା କରି ସାରିଛି କ୍ରାଇମବ୍ରାଞ୍ଚ୍।ଯାହା ଜଣା ପଡ଼ିଛି ୩୨ ଦିନ ଭିତରେ ଯାହା ପୋଲିସ୍ କରି ପାରି ନଥିଲା ମାତ୍ର ୬ ଦିନରେ ତାହା କରି ଦେଖାଇଛି କ୍ରାଇମବ୍ରାଞ୍ଚ୍। ଆଉ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ଯ ହାସଲ କରିଛି। ଗତକାଲି ଆଇ ଆଇ ସି ମମତା ପଣ୍ଡା ଙ୍କୁ ଜେରା କରା ଯାଇଥିବା ବେଳେ ଆଜି ଏହି ଘଟଣାର ବହୁ ଚର୍ଚ୍ଚିତ ବ୍ୟକ୍ତି ତଥା ଡି ଏଫ୍ ଓ ସଂଗ୍ରାମ କେଶରୀ ବେହେରା ଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ୍। ଆଉ ଏହି ସମୟରେ କିଛି ତଥ୍ଯ ଜାଣିବା ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ କ୍ରାଇମବ୍ରାଞ୍ଚ୍ ଅଧିକାରୀ ପଚାରିଥିବା ଜଣା ପଡ଼ିଛି।
ଆପଣ ଜାଣିଛନ୍ତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଥିଲେ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହିତ ସଂଗ୍ରାମଙ୍କର ଅନୈତିକ ସଂପର୍କ ଥିଲା ବୋଲି ସେମାନେ ଅଭିଯୋଗରେ କହିଥିଲେ।ଏହା ସହିତ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଯେଉଁ ତିନି ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି, ସେମାନଙ୍କ ମଧ୍ୟରେ ମଧ୍ଯ ଡିଏଫ୍ଓଙ୍କ ନାଁ ରହିଛି।ହେଲେ ଏତେ ପରେବି ଘଟଣା ଉପରୁ ଏବେବି ପରଦା ଉଠୁନାହିଁ।ଆଜି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।
ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍ରେ କ୍ରାଇମ୍ବ୍ରାଞ୍ଚର ୪ ଜଣିଆ ଟିମ୍ ତାଙ୍କୁ ପଚରାଉଚରା କରିଥିଲେ।ତାହା ଦେଖିବାକୁ ସମସ୍ତଂକ ନଜର ରହିଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ୍ ର ଡି ଏଫ୍ ଓ ଙ୍କୁ ଜେରା ପରେ ସାମ୍ବାଦିକ ମାନେ ଡି ଏଫ୍ ଓ ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ।ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହିତ ସଂଗ୍ରାମଙ୍କର ଅନୈତିକ ସଂପର୍କ ରହିଥିଲା କି ନାହିଁ ପ୍ରଶ୍ନରେ ବି ସେ ଚୁପ୍ ରହିଥିଲେ। ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।ସେ କହିଲେ ମୁଁ କିଛି କହିବାକୁ ଚାହୁଁନି ମୋତେ ଯିବାକୁ ଦିଅ। ଶେଷରେ ସେ ସାମ୍ୱାଦିକ ମାନଙ୍କ ବୁମ୍ କୁ ଠେଲି ଚାଲି ଯାଇଥିଲେ। ସାମ୍ବାଦିକ ମାନଙ୍କର କୌଣସି ପ୍ରଶ୍ନର ଉତ୍ତର ସେ ଦେଇ ନଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।