Breaking News – ରାଜ କୁନ୍ଦ୍ରା ଙ୍କୁ ଛାଡପତ୍ର ଦେବେ ଅଭିନେତ୍ରୀ ଶିଳ୍ପା ସେଠୀ ! ସମ୍ନାକୁ ଆସିଲା ଚାଂଚଲ୍ୟକର ସୂଚନା…

0

ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ଖବର। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବଂ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଅଲଗା ହେବା ନେଇ ଆଲୋଚନା ହେଉଛି। ପିଲାଙ୍କୁ ଧରି ଘର ଛାଡ଼ିବେ ମିସେଶ କୁନ୍ଦ୍ରା। ନିଜ ରୋଜଗାରରେ ସେ ତାଙ୍କର ଦୁଇଟି ପିଲାକୁ ମଣିଷ କରିବେ। ଯାହା ଜଣା ପଡ଼ିଛି ରାଜ୍ କୁନ୍ଦ୍ରାଙ୍କ ଦାର୍ଟିି ପିକଚର ଲିଙ୍କ କୁ ନେଇ ମର୍ମାହତ ହୋଇଛନ୍ତି ଶିଳ୍ପା ସେଟ୍ଟୀ। ପର୍ଣ୍ଣୋଗ୍ରାଫି ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏପଟେ ସେ ଜେଲ୍‌କୁ ଯିବା ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟୀ। ଏବେ ବି ସେହି କେସ୍‌କୁ ନେଇ କୋର୍ଟରେ ଚାଲିଛି ଶୁଣାଣି। ଯାହା ଜଣା ପଡୁଛି ରାଜ୍‌ କୁନ୍ଦ୍ରାଙ୍କୁ ଦୀର୍ଘ ଦିନ ଧରି ଜେଲରେ ରହିବାକୁ ପଡ଼ିପାରେ।

ଆଉ ଏହିଭଳି ସ୍ଥିତି ରେ ଶିଳ୍ପା ବିଭିନ୍ନ ଦିଗକୁ ବିଚାର କରି, ବିଭିନ୍ନ ଦିଗକୁ ଗୁରୁତ୍ବ ଦେଇ ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଯାହା ଜଣା ପଡ଼ିଛି ସ୍ବାମୀ ରାଜ୍‌ଙ୍କ ଅନୁପସ୍ଥିତିରେ ସେ ବହୁତ୍ ମର୍ମାହତ ନିଜକୁ ଅନୁଭଵ କରୁଥିବା ବେଳେ ରାଜ ଙ୍କ ଉପସ୍ଥିତି ବିନା ପିଲାଙ୍କୁ ନିଜ ଅନୁସାରେ ଚଳାଇବାକୁ ଶିଳ୍ପା ପ୍ଲାନିଂ କରୁଛନ୍ତି ବୋଲି ଜଣା ପଡ଼ିଛି। ତେବେ ଏନେଇ ଶିଳ୍ପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସୂଚନା ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ, କେସ୍‌ ଆରମ୍ଭ ବେଳେ ଶିଳ୍ପା, ରାଜ୍‌ଙ୍କର ପର୍ଣ୍ଣୋଗ୍ରାଫି ଫିଲ୍ମ ନିର୍ମାଣରେ ସମ୍ପୃକ୍ତି ଥିବା କଥା କିଛି ଜାଣି ନଥିଲେ ବୋଲି କହିଥିହେ। ଏହାଛଡ଼ା ଶିଳ୍ପା ରାଜ୍ ଙ୍କ ଏପରି କାମକୁ ନିନ୍ଦନୀୟ ବୋଲି କହିଥିଲେ।

ଫଳରେ କେସ୍‌ ପାଇଁ ଯେତେବେଳ ଏନ୍‌ସିବି ଶିଳ୍ପାଙ୍କୁ ପଚରାଉଚରା ପାଇଁ ଡାକି ଥିଲେ ସେତେବେଳେ ବି ଶିଳ୍ପା ରାଜ୍‌ଙ୍କୁ ପାଟି କରିଥିଲେ ଓ ଏମିତି କରିବାର କାରଣ କଣ ବୋଲି ପଚାରିଥିଲେ ଏବଂ ଆମ ପାଖରେ ସବୁ କିଛି ଥିଲା ଏପରି କରିବାର ଆବଶ୍ୟକତା ନଥିଲା ବୋଲି ଶିଳ୍ପା କହିଥିଲେ।ତେବେ ନିକଟରେ ଶିଳ୍ପାଙ୍କ ଜଣେ ବନ୍ଧୁ କହିଛନ୍ତି ଯେ, ଆମେ ଯେତେ ଦୂର ଶିଳ୍ପାଙ୍କୁ ଜାଣିଛୁ ନିଜର ଦୁଇ ପିଲାଙ୍କୁ ସ୍ବାମୀ ରାଜ୍‌ଙ୍କ ଠାରୁ ଦୂରରେ ରଖିବା କଥା ଶିଳ୍ପା ଭାବୁଛନ୍ତି ଏବଂ ଏହାଛଡ଼ା ଭୁଲ ଉପାୟରେ ଅର୍ଜନ କରା ଯାଇଥିବା ଧନ ଦୌଲତ ଠାରୁ ମଧ୍ୟ ପିଲାଙ୍କୁ ଦୂରେଇ ରଖିବେ ବୋଲି କହିଛନ୍ତି।

ସେ ଆଦୌ ରାଜ୍‌ଙ୍କ ସମ୍ପତ୍ତିର ଟଙ୍କାଏ ବି ଛୁଇଁବେନି ବୋଲି କହିଛନ୍ତି। ସେ ରିଆଲିଟି ଶୋ’ରୁ ଯାହା ରୋଜଗାର କରୁଛନ୍ତି ସେଥିରେ ନିଜେ ଏବଂ ନିଜ ପିଲା ମାନଙ୍କର ଯତ୍ନ ନେଇ ପାରିବେ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ଆଗକୁ ଫିଲ୍ମ କରିବାକୁ ଚାହୁଁଥିବାରୁ ଶିଳ୍ପା ଫିଲ୍ମ ନିର୍ମାତାଙ୍କ ସହ ଏ ବିଷୟରେ ଆଲୋଚନା କରିଥିବା କଥା ମଧ୍ୟ ଶିଳ୍ପାଙ୍କ ବନ୍ଧୁ ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।