ରଜରେ କାହିଁକି ସ୍ତ୍ରୀ ଜାଙ୍କଲିନ ଙ୍କ ଉପରେ ରାଗିଲେ ଅରବିନ୍ଦ, ଦେଖନ୍ତୁ ଏହି ଭିଡ଼ିଓ…

0

ବନ୍ଧୁଗଣ ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ଖୁସିର ପର୍ବ ମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ । ତେବେ ଅନେକ ଖୁସି ଏବଂ ଉତ୍ସାହର ସହିତ ସମସ୍ତେ ଏହାକୁ ପାଳନ କରିଥାନ୍ତି।ପ୍ରତିବର୍ଷ ଆଷାଢ଼ ମାସ ପଡୁଥିବା ସଂକ୍ରାନ୍ତି କୁ ରଜ ସଂକ୍ରାନ୍ତି କୁହାଯାଏ। ରଜ ପର୍ବ କେବଳ ଓଡ଼ିଶାରେ ପାଳନ ହେଉ ଥିବାରୁ ଏହାକୁ ଓଡିଶାର ନିଜ ପର୍ବ ଓଡିଆ ପର୍ବ ଭାବରେ ବିବେଚନା କରାଯାଏ।ଏହି ଗଣ ପର୍ବକୁ ଆପଣ ମାନେ ବି ବହୁତ ସୁନ୍ଦର ଭାବରେ ପାଳନ କରିଥିବେ। ଅଭିନୟ ଜଗତର ତାରକା ମାନେ ମଧ୍ୟ ଏହାକୁ ବେଶ ଉତ୍ସାହର ସହିତ ପାଳନ କରି ଥିବାର ନଜର ଆସିଛନ୍ତି। ଯାହାକୁ ଦେଖିଲେ ଆପଣ ଅଧିକ ଆନନ୍ଦିତ ହେବେ।

ଅନେକ ସମୟରେ ଆମେ ଜାଣିବାକୁ ଚାହିଁଥାଉ ସେଲିବ୍ରିଟି ମାନେ କିପରି ସାଧାରଣତଃ ତାଂକର ଜୀବନଶୈଳୀ କୁ ଅତିବାହିତ କରନ୍ତି ଏବଂ ପର୍ବ ପର୍ବାଣୀ କୁ ଓଡିଆ ଘରର ଝିଅ ହିସାବରେ କିପରି ପାଳନ କରନ୍ତି। ଏହାକୁ ଜାଣିବାକୁ ଏକ ଆଗ୍ରହ ରହିଥାଏ ସମସ୍ତଙ୍କ ମନରେ। କିନ୍ତୁ କହିବାକୁ ଗଲେ କଳାକାର ମାନେ ମଧ୍ୟ ଏହି ପର୍ବ ପର୍ବାଣୀ କୁ ବହୁତ୍ ସୁନ୍ଦର୍ ଭାବରେ ପାଳନ କରନ୍ତି ଏବଂ ତାଙ୍କର ପ୍ରଶଂସକ ମାନଙ୍କୁ ଏହାର ଝଲକ୍ ଦେଖାଇବାକୁ ଅନେକ ସମୟ ରେ ପ୍ରୟାସ କରିଥାନ୍ତି ଆଉ ଦେଖାଇଥାନ୍ତି ମଧ୍ୟ। ସେହିପରି ଏବେ ସୁନ୍ଦରୀ ଅଭିନେତ୍ରୀ ଜାଙ୍କଲୀନ ପରିଡ଼ା ତାଙ୍କର ରଜ ପର୍ବ ପାଳନ ର ଏକ ଝଲକ ଦେଖାଇଛନ୍ତି।

ରଜ ରେ ଅନ୍ୟ ଅଭିନେତ୍ରୀ ମାନଙ୍କ ଭଳି ଯାଙ୍କଳିନ ମଧ୍ୟ ବେଶ୍ ମନୋରଞ୍ଜନ କରିଛନ୍ତି। ନିଜ ସ୍ୱାମୀଙ୍କ ସହିତ ସେ ରଜ ମଉଜ କୁ ବେଶ୍ ଖୁସିର ସହ ପାଳନ କରିଛନ୍ତି।ବିବାହ ପରେ ପ୍ରଥମ ଥର ତାଙ୍କ ସ୍ଵାମୀ ଅରବିନ୍ଦ ଙ୍କ ସହିତ ଏହି ଖୁସିର ପର୍ବକୁ ଉତ୍ସାହ ର ସହିତ ପାଳନ କରିଛନ୍ତି। ନାଲି ରଙ୍ଗର ଶାଢୀ ପିନ୍ଧି, ସମ୍ପୂର୍ଣ୍ଣ ପାରମ୍ପରିକ ଭାବରେ ନିଜକୁ ସଜେଇ ଛନ୍ତି ସେ ତାଙ୍କ ସ୍ବାମୀ ଅରବିନ୍ଦ ଙ୍କ ସହିତ ମଉଜ ମସ୍ତି କରୁଛନ୍ତି, ଗୀତ ଗାଉଛନ୍ତି, ଭିଡିଓ କରୁଛନ୍ତି। ଯାହା ଦେଖିବାକୁ ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ପ୍ରସଂଶକ ମାନେ ଏହାକୁ ଦେଖି ବେଶ୍ ଖୁସି ହୋଇଛନ୍ତି।ଏହା ସହ ରଜରେ ଆଉ ଏକ ଭିଡିଓ ଜାଙ୍କଳିନ ସେୟାର କରିଛନ୍ତି।

ଯେଉଁ ଭିଡିଓ ରେ ସେ କହୁଛନ୍ତି ଜଣେ ଆଜି ତାଙ୍କ ଉପରେ ରାଗିଛି ଏବଂ ଈର୍ଷା କରୁଛି। କାରଣ ତାଙ୍କର ନୂଆ ଡ୍ରେସ୍ ରଜରେ ହୋଇଥିବା ବେଳେ ସ୍ବାମୀ ଅରବିନ୍ଦ ଙ୍କ ର ଏହା ହୋଇନାହିଁ। ଜାଙ୍କଲିନ ଙ୍କ ପାଇଁ ରଜରେ ନୂଆ ଡ୍ରେସ୍ ହୋଇଛି। ଆଉ ଅରବିନ୍ଦ ଙ୍କ ପାଇଁ ଏହା ହୋଇ ନଥିବାରୁ ସେ ଏଥିରେ ଈର୍ଷା କରୁଛନ୍ତି ବୋଲି ମଜାରେ କହୁଛନ୍ତି ଜାଙ୍କଲିନ।ସେ ଏହିଭଳି କହୁଥିବା ର ଭିଡିଓ କରୁଥିବା ସମୟରେ ଅରବିନ୍ଦ ରୁମ୍ ରେ ବସି ତାଙ୍କ ଅଫିସ କାମ କରୁଥିବାର ଦେଖିବାକୁ ମିଳିଛି। ଯାହାବି ହେଉ ଆମ ରାଜ୍ୟର ଏହି ସୁନ୍ଦର୍ ପର୍ବକୁ ସମସ୍ତେ ଖୁସିର ସହ ପାଳନ କରିଥିବାର ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।