ଦେଖନ୍ତୁ ଭିଡ଼ିଓ – ରାଜଧାନୀ ଭୁବନେଶ୍ୱରର ସରକାରୀ ଅଫିସ ରେ ଖୁଲମ ଖୁଲା ଚାଲିଛି ଦେହ ବେପାର, ଗୋଟେ ରାତି କୁ ୫ ହଜାର ଟଙ୍କା….

0

ଦିନକୁ ଦିନ ଦେଖିବାକୁ ମିଳୁଛି ଦୁଷ୍କର୍ମ ଏବଂ ମହିଳାଙ୍କୁ ଶୋଷଣ କରିବାର ନୂଆ କାହାଣୀ। ରାଜଧାନୀ ଭୁବନେଶ୍ଵର ରେ ଏହିଭଳି ଘଟଣା ଅନେକାଂଶରେ ଘଟୁଥିବା ଦେଖିବାକୁ ମିଳୁଛି।ଏବେ ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ୱର ରେ ପଳାସପଲ୍ଲୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଭିନ୍ନକ୍ଷମ ଯୁବତୀଙ୍କୁ ନିର୍ଯାତନା ମାମଲାରେ ଜଣେ ଗିରଫ ହୋଇଛନ୍ତି।

ଏଠାରେ ଏହି ମହାସଂଘର ମହିଳା ପ୍ରଶିକ୍ଷକ ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ। ଯାହାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ।ଏଠାରେ ନିଯୁକ୍ତ ମହିଳା ପ୍ରଶିକ୍ଷକ ଙ୍କ କାରନାମା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଯୁବତୀଙ୍କୁ ହେଉଥିବା ନିର୍ଯାତନା କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସହଯୋଗୀ ଅଟନ୍ତି ମଧୁମଞ୍ଜରୀ।କେବଳ କଲଗାର୍ଲ ନୁହଁ ଅନ୍ତେବାସୀଙ୍କୁ ମଧ୍ୟ ବାଧ୍ୟ କରୁଥିଲେ ସଂସ୍ଥାର ସଂପାଦକ ତଥା ମହିଳା ପ୍ରଶିକ୍ଷକ ଜଣଙ୍କ।ଆଉ ବାବୁ ଙ୍କୁ ଖୁସି କରାଇବାକୁ ସେ ଯୁବତୀଙ୍କୁ କରୁଥିଲେ ପ୍ରୋତ୍ସାହିତ।ତେବେ ଏହି ଭିନ୍ନକ୍ଷମ ତାଲିମ କେନ୍ଦ୍ର ସେକ୍ସ ରାକେଟ ଘଟଣା ସଂପର୍କରେ ଦିନକୁ ଦିନ ବଢୁଛି ଅଭିଯୋଗର ଲମ୍ବା ଫର୍ଦ୍ଦ।

ଏଠାରେ ମହିଳା ପ୍ରଶିକ୍ଷକ ଜଣଙ୍କ ଭିନ୍ନକ୍ଷମଙ୍କୁ ରାତି ବିତାଇବାକୁ ୫ ହଜାର ଟଙ୍କାର ପ୍ରଲୋଭନ ଦେଉଥିବା ଅଭିଯୋଗ ହେବା ପରେ ସ୍ଥିତି ସଙ୍ଗୀନ ହୋଇଛି।ନିକଟରେ ପୁଣି ଏହାକୁ ନେଇ ଥାନାରେ ଆଉ ଜଣେ ଭିନ୍ନକ୍ଷମ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ତେବେ ଭିନ୍ନକ୍ଷମଙ୍କୁ ନିର୍ଯାତନା ମାମଲା ଉଠିବା ପରଠାରୁ ମଧୁମଞ୍ଜରୀ ଫେରାର ଥିଲେ।ଏହାସହ ଦୁଇମାସ ଧରି ଫେରାର ଅଛନ୍ତି ସଂପାଦକ ସୁରେଶ ବେହେରା। ଦିନକୁ ଦିନ ନୂଆ ମାମଲା ସାମନାକୁ ଆସୁଥିବା ବେଳେ ମୁଖ୍ୟ ଅଭିଯୋଗ ସୁରେଶଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ନୂଆ ଫର୍ଦ୍ଦ। ଏହାକୁ ନେଇ କଠୋର ଦଣ୍ଡ ପାଇଁ ପ୍ରସ୍ତୁତ ହୋଇଛି ପୋଲିସ୍। ଏଠାରେ ସେମାନଙ୍କ କେଲାଙ୍କାରି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଅସହ୍ୟ ହୋଇ ପଡିଛନ୍ତି ଅନ୍ତେବାସୀ।ଆଉ ଜଣଙ୍କ ପରେ ଜଣେ ଆଣୁଛନ୍ତି ନୂତନ ଅଭିଯୋଗ।

ଦୀର୍ଘଦିନ ଧରି ଏଠାରେ ଆର୍ଥିକ ଅନଟନରେ ଥିବା ନୀରିହ ଭିନ୍ନକ୍ଷମ ଛାତ୍ରୀ ମାନଙ୍କୁ ଏଭଳି ଭାବରେ ବିଭିନ୍ନ କଥା କହି ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ କାବୁ କରୁଥିଲେ ସଂସ୍ଥାର ସଂପାଦକ ତଥା ରାକେଟକୁ ସକ୍ରିୟ ଭାବେ ଚଲାଇଥିବା ମହିଳା ପ୍ରଶିକ୍ଷକ ଜଣଙ୍କ। ଆଉ ଏବେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ ଆସିବା ପରେ ସେମାନଙ୍କୁ ପରିବର୍ତ୍ତନ କରିବାକୁ ନେଇ ଚିନ୍ତା କରୁଛନ୍ତି ବୋଲି ସୂଚନା ମିଳିଛି। ବହୁତ୍ ଜଲଦି ସମସ୍ତ କର୍ମଚାରୀ ଙ୍କୁ ପରିବର୍ତ୍ତନ ନେଇ ପ୍ରସ୍ତୁତି ଚାଲିଛି।ଉକ୍ତ କେନ୍ଦ୍ରର ସଂପାଦକଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ସ୍ବତନ୍ତ୍ର ଟିମ ଗଠନ କରିଥିବା ବେଳେ ଏବେ ମଧ୍ୟ ତାଙ୍କୁ ଧରିବାରେ ସଫଳ ହୋଇପାରି ନଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।