ଦେଖନ୍ତୁ ଭିଡ଼ିଓ : ରାଜଧାନୀ ଭୁବନେଶ୍ୱର ରେ ଚାଲିଛି ଏମିତି….

0

ଏବେ କରନା ମହାମାରୀ ରେ ଆକ୍ରାନ୍ତ ଜନିତ ମୃତ୍ୟୁ ଖବର କୁ ନେଇ ସାମ୍ନାକୁ ଆସିଛି ଏକ ଏମିତି ଖବର ଯାହା ସମସ୍ତଙ୍କୁ ଚକିତ କରିବାରେ ଲାଗିଛି। ସାଧାରଣରେ ଏହା ବିଶ୍ୱାସ ଯୋଗ୍ୟ ହୋଇ ପାରି ନାହିଁ ଏବଂ ଏହାକୁ ନେଇ ସେଠାରେ ହସ୍ପିଟାଲ୍ ରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ପ୍ରକୃତ ଘଟଣା ଟି କଣ? ଖବର ଅନୁସାରେ କୋଭିଡ ରିପୋର୍ଟ ନେଗେଟିଭ ହେଲେ ରୋଗୀ କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି।ଆଉ ଭର୍ତ୍ତି ହେବାର ଦିନକ ପାରେ ଏହି କୋଭିଡ ହସ୍ପିଟାଲ୍ ରେ ହେଉଛି ରୋଗୀଙ୍କ ମୃତ୍ୟୁ। ଏମିତି ଏକ ଅଘଟଣ ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ଵର ରେ।

ତେବେ ଏହି ଘଟଣାକୁ ନେଇ ରୋଗୀଙ୍କ ବଡ଼ଭାଇ କଣ କହିଛନ୍ତି ଆସନ୍ତୁ ଶୁଣିବା। ଭାଇଙ୍କ କହିବା ଅନୁସାରେ ତାଙ୍କ ସାନ ଭାଇ କୋଭିଡ ପୋଜିତିଭ୍ ନଥିବା ବେଳେ ତାଙ୍କର ରିପୋର୍ଟ୍ କୁ ପୋଜିଟିଭ କରି ତାଙ୍କୁ କୋଭିଡ ହସ୍ପିଟାଲ୍ ସମ୍ ହସ୍ପିଟାଲ୍ ରେ ଭର୍ତ୍ତି କରି ତାଙ୍କର ମୃତ୍ୟୁ କରାଇଛନ୍ତି।ସେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ କୁ ଯାଇଥିଲେ ଏବଂ ସେଠାରେ ତାଙ୍କର ସ୍ୱାବ ଟେଷ୍ଟ କରିବା ପରେ ୩୦ ମିନିଟ୍ ପରେ ତାଙ୍କୁ କୋଭିଡ ହସ୍ପିଟାଲ୍ କୁ ରେଫର୍ କରି ଦିଆ ଯାଇଥିଲା। କିଛି ସମୟ ପରେ ବି ଏମ୍ ସି ତରଫରୁ ଖବର ଆସିଥିଲା ଯେ ତାଙ୍କ ଭାଇର ରିପୋର୍ଟ୍ ନେଗେଟିଭ ଆସିଛି।

କିନ୍ତୁ ସେତେବେଳେ ସେ ହସ୍ପିଟାଲ୍ ରେ ଥିଲେ ଆଉ ତା ପରଦିନ ଖବର ଆସିଲା ଯେ ତାଙ୍କର ଭାଇ ମୃତ୍ୟୁ ବରଣ କରିଛନ୍ତି।ତେବେ ସୂଚନା ଅନୁସାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ର କେବଳ ଗୋଡ଼ ଫୁଲିଥିଲା ଆଉ ଏହାର ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା।ପରେ ସେଠାରେ ତାଙ୍କର କରନା ଟେଷ୍ଟ କରିବାକୁ କୁହା ଯାଇଥିଲା। ଏବଂ ପରିକ୍ଷା ପରେ ତାଙ୍କୁ ସମ୍ ହସ୍ପିଟାଲ୍ କୁ ରେଫର କରା ଯାଇଥିଲା। କୁହା ଯାଇଥିଲା ଯେ ସମ୍ ରେ ସେହି ଡାକ୍ତର ଅଛନ୍ତି ଯିଏ ତାଙ୍କର ଚିକିତ୍ସା କରିବେ।

କିନ୍ତୁ ତାଙ୍କୁ ସମ୍ ରେ କୋଭିଡ ହସ୍ପିଟାଲ୍ ଭିତରକୁ ନିଆ ଯାଇଥିଲା ଏବଂ ତାଙ୍କର ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ହସ୍ପିଟାଲ୍ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା।ଆଉ ସେଠାରେ ତାଙ୍କର ତା ପରଦିନ ମୃତ୍ୟୁ ଘଟିଛି। ଏହାକୁ ନେଇ ପରିବାର ପକ୍ଷରୁ ମୃତ୍ୟୁର କାରଣ ପଚରା ଯାଇଥିବା ବେଳେ ହସ୍ପିଟାଲ୍ ପକ୍ଷରୁ ଦିଆ ଯାଇଥିବା ସୂଚନା ଗ୍ରହଣୀୟ ହୋଇ ପାରୁନାହିଁ ପରିବାର ପାଇଁ। ତେବେ ରୋଗୀ କୋଭିଡ ପୋଜିଟିଭ ନଥାଇ କାହିଁକି ତାଙ୍କୁ କୋଭିଡ ହସ୍ପିଟାଲ୍ କୁ ନିଆ ଗଲା ଏବଂ କିପରି ତାଙ୍କର ମୃତ୍ୟୁ ଘଟିଲା ଏହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।