ଏଇଠି କଣ ଚାଲିଛି ! ରାଜଧାନୀ ଭୁବନେଶ୍ୱର ରେ ଖୁଲମ ଖୁଲା ଚାଲିଛି ଏହି ଲଜ୍ୟାଜନକ କାମ…ଦେଖନ୍ତୁ Viral ଭିଡ଼ିଓ

0

ଦିନକୁ ଦିନ ରାଜଧନୀ ଭୁବନେଶ୍ବର ରେ ବଢି ଚାଲିଛି ଅନେକ ଅନୈତିକ କଳା କାରନାମା। ଯାହା ପ୍ରତିଦିନ ମିଡ଼ିଆ ମାଧ୍ୟମରେ ଲୋକ ଲୋଚନକୁ ଆସିବାରେ ଲାଗିଛି। ରାଜଧାନୀ ରେ ସେକ୍ସ୍ କାରବାର, ଚୋରି, ଡକାୟତି ଅନେକ ମାତ୍ରାରେ ବଢ଼ିଥିବା ବେଳେ ଏହାକୁ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ପୋଲିସ କୁ ନାକେଦମ୍ ହେଵାକୁ ପଡୁଛି। ସେହିପରି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ଏବଂ ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସେହିପରି ନିକଟରେ ଘଟିଥିବା ଘଟଣାରେ ପୋଲିସ୍ ଏକ ବାର୍‌ କୁ ସିଲ୍ କରିଛି। ଏହି ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି।

ତେବେ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ରେ ସଟ୍‌ଡାଉନ୍‌ ଚାଲିଥିବା ସମୟରେ ନିୟମ ଭାଙ୍ଗି ଏକ ବାର୍‌ ଚାଲିଥିଲା। ଯାହାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ନିୟମ ଉଲ୍ଲଙ୍ଘନ କରି ଏହି ବାର୍ କୁ ଚଲାଇ ଥିବାରୁ ସେଠାରେ ପହଞ୍ଚି ଏହାକୁ ସିଲ୍‌ କରିଛି ବିଡିଏ। ତେବେ ନିୟମ ଅନୁସାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ବାର୍‌ ବନ୍ଦ ରଖିବାକୁ ନିୟମ ରହିଛି। କିନ୍ତୁ ଏଭଳି ନିୟମ ଥିବା ବେଳେ ଏହାକୁ ଖାତିର ନକରି ଏହି ବାର୍‌ ଟି ଖୋଲା ଯାଇଥିଲା। ଯାହା ଜଣା ପଡିଛି ସେଠାରେ କେବଳ ବାର୍ ଖୋଲା ଯାଇଥିଲା ସେତିକି ନୁହେଁ ବରଂ ବାର୍‌ ଭିତରେ ଚୋରାରେ ଜୁଆ ଆଡ୍ଡା ମଧ୍ୟ ଜମିଥିଲା ବୋଲି କୁହା ଯାଉଛି।

ତେବେ କୌଣସି ସୂତ୍ରରୁ ପୋଲିସ୍ କୁ ଏହାର ସନ୍ଧାନ ମିଳିଥିଲା ଏବଂ ପୋଲିସ୍ ଏ ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ୧୩ ଜଣ ଯୁବକଙ୍କ ସହିତ ୩ ଜଣ ଯୁବତୀଙ୍କୁ ମଧ୍ଯ ଗିରଫ କରିଥିବା ଜଣା ପଡିଛି। ତେବେ ଗିରଫ ସମୟରେ ଗଣମାଧ୍ୟମ ର ପ୍ରତିନିଧି ମାନେ ସେଠାରେ ପହଞ୍ଚି ସେହି ଯୁବକ ଯୁବତୀ ମାନଙ୍କ ର ପ୍ରତିକ୍ରିୟା ନେବାକୁ ଚାହିଁଥିଲେ କିନ୍ତୁ ସେମାନେ କୌଣସି ବି ପ୍ରତିକ୍ରିୟା ଦେଇ ନଥିଲେ। ତେବେ ସଟ୍‌ଡାଉନ୍‌ ସମୟରେ ଉକ୍ତ ବାର୍‌ରୁ ଗିରଫ ହୋଇଥିବା ଯୁବକ ଯୁବତୀଙ୍କୁ ପୋଲିସ ଧରି ଥାନାକୁ ନେଇଥିଲା। ଏହାପରେ ସେଠାରେ ପୋଲିସ ସେମାନଙ୍କୁ ପଚରା ଉଚରା ମଧ୍ଯ କରିଛି।

ତେବେ ସେମାନଙ୍କ ପାଖରୁ କିଛି ନଗଦ ଟଙ୍କା ମଧ୍ଯ ପୋଲିସ ଜବତ କରିଥିବା ଜଣା ପଡ଼ିଛି। ତେବେ ସୂଚନା ଅନୁସାରେ ଯାହା ସୂଚନା ହସ୍ତଗତ ରହିଛି ଗତକାଲି ରାତିରେ ଏହି ଘଟଣା ଘଟିଛି ଏବଂ ଏହା ଲକ୍ଷ୍ମୀସାଗର ଅଞ୍ଚଳର ଥିବା ପେଣ୍ଟାଗନ ହୋଟେଲର ବୋଲି ଜଣା ପଡ଼ିଛି। ସେଠାରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହୋଟେଲରେ ପହଞ୍ଚି ଉକ୍ତ ହୋଟେଲ ରେ ଚଢଉ କରିବା ପରେ ସେଠାରେ ଥିବା ଯୁବକ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।