ରାଜଧାନୀ ଭୁବନେଶ୍ୱର ରେ ଘଟିଲା ଭୟଙ୍କର ସିରିଜ ଦୁର୍ଘଟଣା… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ରାଜଧାନୀରେ ଘଟିଥିବା ସିରିଜ୍ ଦୁର୍ଘଟଣାର ଖବର। ଯାହା ଜଣା ପଡ଼ିଛି ଭୁବନେଶ୍ଵରର ନୟାପଲ୍ଲୀ ରୁ ସିଆରପି ରାସ୍ତାରେ ଘଟିଛି ଏହିପରି ଏକ ସିରିଜ ଦୁର୍ଘଟଣା। ଆଉ ଏଥିରେ ଏକାଧିକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛନ୍ତି ଗତକାଲି। ରାସ୍ତାରେ ତେଲ ପଡ଼ି ଥିବାରୁ ଗାଡ଼ି ସବୁ ସ୍ଲିପ କରିବାରୁ ଏପରି ଦୁର୍ଘଟଣା ସବୁ ଘଟିଥିବା କୁହା ଯାଉଛି। ତେବେ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଜଣ ଲୋକ ଆହତ ହୋଇଥିବା ଜଣା ପଡ଼ିଛି। ତେବେ ତେଲ ଗାଡିରୁ ତେଲ ବୋହି ରାସ୍ତାରେ ପଡୁଥିବା ବେଳେ ଗାଡ଼ି ଗୁଡିକ ସ୍ଲିପ ହୋଇ ଏପରି ଦୁର୍ଘଟଣା ଘଟିଛି।

ତେବେ ଏଠାରେ ଦୁର୍ଘଟଣା ରେ ଅନେକ ଲୋକ ସାମାନ୍ଯ ଆହତ ହୋଇଥିବା ଜଣା ପଡ଼ିଛି। ଶେଷରେ ସ୍ଥିତି ଏପରି ହୋଇଥିଲା ଯେ ଉକ୍ତ ରାସ୍ତାରେ ପ୍ରବଲ ଭିଡ଼ ଦେଖିବାକୁ ମିଳିଥିଲା।ନୟାପଲ୍ଲୀ ରୁ ସିଆରପି ରାସ୍ତାରେ ଘଟିଛି ଏହିପରି ଏକ ସିରିଜ ଦୁର୍ଘଟଣା। ତେବେ ଯାହା ଜଣା ପଡ଼ିଛି ୩ ଦିନ ତଳେ ସେହି ରାସ୍ତାରେ ତେଲ ଗାଡିରୁ ତେଲ ପଡି ରାସ୍ତା ସଂପୂର୍ଣ୍ଣ ତେଲ ହୋଇ ଯାଇଥିଲା ଏବଂ ଲୋକେ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଥିଲେ ଯିବା ଆସିବା କରିବା ପାଇଁ। ଏହାଦ୍ୱାରା ଦୁର୍ଘଟଣା ମଧ୍ୟ ଘଟୁଥିଲା। ଆଉ ଏଥିପାଇଁ ଲୋକେ ବାଲି ଆଣି ରାସ୍ତାରେ ପକାଇଥିଲେ।

ତେବେ ବାଲି ଉଡ଼ି ଯିବା ଏବଂ ସେଠାରୁ ଖସି ଯିବା କାରଣରୁ ପୁଣି ଥରେ ରାସ୍ତା ତେଲିଆ ହୋଇଯିବାରୁ ସେହି ସ୍ଥାନରେ ଆସନ୍ତା କାଲି ଅନେକ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦେଖି ସେଠାକାର ଲୋକେ ଉତ୍ତେଜିତ ହେବା ସହିତ ପୁଣି ଥରେ ରାସ୍ତାରେ ବାଲି ପକାଇଥିବା ଦେଖିବାକୁ ମିଳୁଛି।ଏହି କାରଣରୁ ସେଠାରେ କିଛି ସମୟ ଧରି ଭିଡ଼ ଲାଗି ରହିଥିଲା। ତେବେ ଘଟିଥିବା ଦୁର୍ଘଟଣା ରେ କିଛି ଲୋକ ସାମାନ୍ଯ ଆହତ ମଧ୍ୟ ହୋଇଛନ୍ତି। ତେବେ ଅନେକ ସମୟରେ ଆପଣ ଅନେକ କିଛି ଏମିତି ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ ଯାହା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ୟ୍ଯ ଲାଗୁଥିବ।

ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ, କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। କିନ୍ତୁ ଯେଉଁଭଳି ଦୁର୍ଘଟଣା ଏଠାରେ ଘଟିଛି ସେଥିପ୍ରତି ପ୍ରଶାସନ ର ନଜର ରହିବା ଆବଶ୍ୟକ ଅଛି। ଏଭଳି ଭାବରେ ତେଲ ଗାଡ଼ି ଗୁଡିକର ଗମନା ଗମନ କୁ ରୋକିବା ଆବଶ୍ୟକ। ଯାହାଦ୍ଵାରା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବଡ ବଡ ବିପଦ ଘଟିବାର ମଧ୍ୟ ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment