ଦେଖନ୍ତୁ Shocking Video : ରାଜଧାନୀ ଭୁବନେଶ୍ୱର ରେ ଦିନ ଦ୍ୱିପହର ରେ ଗୁଣ୍ଡାରାଜ ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି…

0

ବର୍ତ୍ତମାନ ସମୟରେ ସବୁ ସ୍ଥାନରେ ଅପରାଧର କାୟା ବିସ୍ତାର କରିଚାଲିଛି। କେବଳ ଯେ ଖାଲି ବଡ଼ ସହରରେ ଅପରାଧ ଘଟୁଛି ତାହା ନୁହେଁ, ଗାଁ ଠାରୁ ଆରମ୍ଭ କରି ଛୋଟ ବଡ଼ ସବୁଜାଗାରେ ଅପରାଧ ବଢି ଚାଲିଛି। ଅପରାଧକୁ ରୋକିବା ଏବଂ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପୋଲିସକୁ ନିୟୋଜିତ କରିଛନ୍ତି, କିନ୍ତୁ ବର୍ତ୍ତମାନର ଅପରାଧୀ ମାନେ ପୋଲିସ ଏବଂ ଆଇନ କାନୁନ କୁ ଟିକିଏ ହେଲେ ମଧ୍ୟ ଭୟ କରୁନାହାନ୍ତି ଏବଂ ମନ ମୁତାବକ ସମାଜରେ ଅପରାଧକୁ ବଢ଼େଇ ଚାଲିଛନ୍ତି। ପ୍ରତି ଦିନ କେଉଁଠି ଚୋରି ହେଉଛି ତୋ ଆଉ କେଉଁଠି ମହିଳାଙ୍କୁ ବଳତ୍କାର କରି ମାରି ଦେଉଛନ୍ତି। ଦିନ ଦ୍ୱିପ୍ରହର ମଧ୍ୟ ନିର୍ଭୟରେ ଅସାମାଜିକ କାମ କରି ଚାଲିଛନ୍ତି, କିନ୍ତୁ ଆମ ଲୋକ ମାନେ ସବୁ ଜାଣି ଶୁଣିି କେବଳ ଦେଖଣା ହାରି ସାଜିଥାନ୍ତି।

ଯଦି ଆମେ ଆମର ରାଜଧାନୀ ଭୁବନେଶ୍ୱର ବିଷୟରେ କହିବା, ତେବେ ଅପରାଧ ଏତେ ବଢି ଗଲାଣି ଯେ ଲୋକମାନେ ରାତିରେ ଯିବାକୁ ଭୟ କରୁଛନ୍ତି। କାରଣ ପ୍ରତିଦିନ ରାଜଧାନୀରେ କିଛି ନା କିଛି ଅପରାଧ ଘଟୁଛି। ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି, ତେବେ ଏହି ଭିଡ଼ିଓ ଆପଣ ମାନେ ଦେଖିଲେ, ଦିନରେ ରାସ୍ତାରେ ଯିବାପାଇଁ ମଧ୍ୟ ଭୟ କରିବେ। ତେବେ ବନ୍ଧୁଗଣ ଆଜି ଆମେ ଭାଇରାଲ ହୋଇଥିବା ବିଡ଼ିଓଟି ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା;

ତେବେ ଘଟଣାଟି ହେଉଛି କିଛି ଦୁର୍ଭୁତ ଜଣେ ଯୁବକକୁ ଜବରଦୋସ୍ତି କାର ଭିତରେ ପୁରେଇ ଅପହରଣ କରିନେଉଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଏଭଳି ଏକ ଘଟଣା ଘଟିଛି ଆମ ରାଜଧାନୀ ଭୁବନେଶ୍ୱରର ଦେଲଟା ଛକ ନିକଟରେ, ଜଣେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁଇଜଣ ଯୁବକ ଦେଲଟା ଛକ ନିକଟରେ ଥିବା ଏକ କାର ପାଖକୁ ନେଇଥିଲେ ଏବଂ କାର ରେ ଥିବା ତିନି ଜଣ ବ୍ୟକ୍ତି ଯୁବକ ଜଣ ଙ୍କୁ କୁଆଡେ ନେଇ ଯାଇଥିଲେ। ସ୍ଥାନୀୟ କିଛି ଲୋକ ଯୁବକ ଜଣକୁ ରକ୍ଷା କରିବା ରେ ବିଫଳ ହୋଇଥିଲେ। ତେବେ ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏ ଜୋତା ପଡି ରହିଥିବାର ଦେଖିବା ପାଇଁ ମିଳିଛି।

କିଛି ସମୟ ପରେ ପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ସ୍ଥାନୀୟ କିଛି ଲୋକଙ୍କୁ ପଚରାଉଚରା କରିଥିଲେ ଏବଂ ବର୍ତ୍ତମାନ ତଦନ୍ତ ଜାରିରହିଛି। ତେବେ ଅପହରଣ କାରୀ ମାନେ ଯେଉଁ କାର ନେଇ ଆସିଥିଲେ , ତଦନ୍ତ ରୁ ଜଣା ପଡିଛି ଯେ ଏହି କାରଟି ସଂଯୁକ୍ତା ପରିଜା ନାମରେ ରହିଛି। ତେବେ ଯୁବକ ଜଣଙ୍କୁ କଣ ପାଇଁ ଏବଂ କେଉଁଠିକୁ ନେଲେ ତାହାର ଏଯାଏ କୌଣସି ସୂଚନା ମିଳିନାହିଁ। ତେଣୁ ଆମର ପ୍ରଶାସନ ନିକଟରେ ଏତିକି ଅନୁରୋଧ ଘଟଣା ତଦନ୍ତ କରି ଯିଏ ଦୋଷୀ ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।