ଦେଖନ୍ତୁ ଭିଡ଼ିଓ : ରାଜଧାନୀ ମର୍ଡର ମିଷ୍ଟ୍ରି ! ପୁଅର ମାଆ କଲା ବଡ ଖୁଲାସା, ମୋ ପୁଅ ସହ ସେ ଝିଅର ଭିତିରି ସମ୍ପର୍କ ଥିଲା…ସେ ରାତିରେ….

0

ଧିରେ ଧିରେ ଆଜିର ସମାଜରେ ବଢ଼ି ଚାଲିଛି ଅମାନୁଷିକ କାର୍ଯ୍ୟ କଲାପ। ମଣିଷ ନିଜର ହିତାହିତ ଜ୍ଞାନ କୁ ଭୁଲି ବେଳେବେଳେ ଏମିତି କିଛି ଘଟଣା ଘଟାଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିବାରେ ଲାଗୁଛି। ତେବେ ଏଭଳି ଅନେକ ଅମାନବୀୟ, ନିନ୍ଦନୀୟ ଘଟଣା ସମ୍ପର୍କରେ ଆପଣ ନିଶ୍ଚିତ ଆସୁଥିବେ। ଏହିଭଳି ଘଟଣା ଆଜିର ଦୁନିଆରେ କିଛି କମ୍ ନୁହଁ। ସେହିପରି ରାଜଧାନୀ ଭୁବନେଶ୍ଵର ରେ ଦିନକୁ ଦିନ କ୍ରାଇମ୍, ଲୁଟ୍,ହତ୍ୟା ଭଳି ଅନେକ ଘଟଣା ସମୟ କ୍ରମେ ବୃଦ୍ଧି ପାଇବା ରେ ଲାଗିଛି। ଅନେକ ସମୟରେ ଏଭଳି ଘଟଣା ତ ଆପଣ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ।

ଅନେକ ସମୟ ରେ ରାଜଧାନୀ ର ଏଭଳି ଦୃଶ୍ୟ ସାଧାରଣ ଜନତା ଙ୍କୁ ଭୟଭୀତ କରିବା ଏକ ପ୍ରକାର ନିଶ୍ଚିତ। ତେବେ ନିକଟରେ ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଯେତିକି ଭୟାନକ ସେତିକି ଲୋମ ହର୍ଷନ କାରୀ ଘଟଣା ଅଟେ।ଏକ ତରଫା ପ୍ରେମକୁ ନେଇ ଏଠାରେ ଦେଖିବାକୁ ମିଳିଛି ଏକ ହତ୍ୟା ଘଟଣା। ତେବେ ଏହାକୁ ନେଇ ପୋଲିସ୍ ଅଭିଯୁକ୍ତ କୁ ଚିହ୍ନଟ କରି ହତ୍ୟା ର କାରଣ କହିଥିବା ବେଳେ ଅଭିଯୁକ୍ତ ର ମାଆ ଜଣଙ୍କ ମଧ୍ୟ ପୁଅର ପ୍ରେମ ସମ୍ପର୍କ କୁ ନେଇ ତାଙ୍କ ର ବୟାନ ରଖିଛନ୍ତି।ସେ କହିଛନ୍ତି ବିବାହ ପୁର୍ବରୁ ସେ ଝିଅର ମୋ ପୁଅ ସହିତ ସମ୍ପର୍କ ରହିଥିଲା। ସେମାନେ ପରସ୍ପର କୁ ପ୍ରେମ କରୁଥିଲେ। ଏ ବିଷୟରେ ସେ ଜାଣିଥିଲେ।

କିନ୍ତୁ ସେ ଝିଅର ପରେ ଅନ୍ୟ ପୁଅ ସହ ବିବାହ ହୋଇ ଯାଇଥିଲା। ଏହାପରେ ତାଙ୍କ ପୁଅ କିଛି ଖରାପ୍ ପଦକ୍ଷେପ ଗ୍ରହଣ କରି ନଥିଲେ।ସେ ବୁଝି ଯାଇଥିଲେ ଯେ ସେ ଯେଉଁଠି ବିବାହ କରିଛି ସେଠାରେ ଭଲରେ ରହୁ, ଖୁସିରେ ରହୁ। ଏହାପରେ ସେ ତା ଠାରୁ ସେ ଦୂରତା ରକ୍ଷା କରିଥିଲା। କିନ୍ତୁ ଗତ ବର୍ଷ ଲକ୍ ଡାଉନ୍ ସମୟରେ ସେ ଝିଅ ତାଙ୍କ ପୁଅ ପାଖକୁ କଲ୍ କରିଥିଲା। ଏବଂ ସେତେବେଳ ତାର ଏକ ସନ୍ତାନ ମଧ୍ୟ ଥିଲା। ତେବେ ଏହାପରେ ସେମାନଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥଲା। ସେମାନେ ପୁଣି ପ୍ରେମରେ ପଡ଼ିଥିଲେ। ଏହାପରେ ସେମାନଂକ ମଧ୍ୟରେ କଣ ହେଲା ସେ ବିଷୟରେ ସେ ଜାଣି ନାହାନ୍ତି।

ଏବେ କିନ୍ତୁ ପୋଲିସ୍ କହିଛି ଯେ ସମ୍ପର୍କ ରେ ତିକ୍ତତା ଆସିବା କାରଣରୁ ପ୍ରତିଶୋଧ ପରାୟଣ ହୋଇ ଉକ୍ତ ଯୁବକ ଜଣଙ୍କ ବିବାହିତା ମହିଳାଙ୍କୁ ହତ୍ୟା କରିଛନ୍ତି। ପୋଲିସ୍ ର ଏଭଳି ବୟାନ ପରେ ମାଆ ବହୁତ୍ ଭାଙ୍ଗି ପଡ଼ିବା ସହିତ ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି।ସେ ଏ ବିଷୟରେ ଜାଣିଥିଲେ ଏଭଳି ଘଟଣା ଘଟି ନଥାନ୍ତା ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।