Breaking News : ରାଜ୍ୟର ରଜ ପରେ 9 ଜିଲ୍ଲା ହେଇପାରେ UNLOCK, ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଅଛି କି ?

0

ସାରା ଦେଶରେ କରନା ମହାମାରୀ ଯେଉଁଭଳି ଭାବରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ତାହା ଜନ ଜୀବନ କୁ ଅସ୍ତବ୍ୟସ୍ତ କରି ପକାଇଛି ଯେମିତି। ସମସ୍ତେ ଏହାକୁ ନେଇ ଚିନ୍ତାରେ ରହୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସଂଖ୍ୟାରେ ଲୋକେ ଏଥିରେ ମୃତ୍ୟୁ ବରଣ କରୁଛନ୍ତି।ଏକ ପ୍ରକାର କରୁଣ ସ୍ଥିତି ଭିତରେ ରହିଛି ଦେଶ। ସମସ୍ତେ ଏଥିରୁ ମୁକୁଳିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହାରି ଭିତରେ ରାଜ୍ୟରେ କରନା ସଂକ୍ରମଣର ହାର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସାରା ଦେଶରେ ମଧ୍ୟ ଏହାର ମାତ୍ରା କମ୍ ରହିଛି। ତେଣୁ ସରକାର ଏବେ କଟକଣା କୁ ସାମାନ୍ୟ କୋହଳ କରିବା କୁ ନେଇ ଚିନ୍ତା କରୁଥିବା କୁହା ଯାଉଛି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏନେଇ କୌଣସି ସୂଚନା ସରକାର ଙ୍କ ତରଫରୁ ଦିଆ ଯାଇନାହିଁ। କିନ୍ତୁ ଯାହା ଅନୁମାନ କରା ଯାଉଛି ବର୍ତ୍ତମାନ ର ସ୍ଥିତି କୁ ଅନୁଧ୍ୟାନ କରି ରାଜ୍ୟରେ କିଛି ଜିଲ୍ଲା ମାନଙ୍କରେ ଅନ୍ ଲକ୍ ପ୍ରକ୍ରିୟା କୁ କାର୍ଯ୍ୟକାରୀ କରା ଯାଇପାରେ। ଯଦିଓ ରାଜ୍ୟରେ ଲକ୍ ଡାଉନ୍ ଏବଂ ସଟ ଡାଉନ୍ ଭଳି କଟକଣା ଏବେବି ଲାଗୁ ରହିଛି ତଥାପି ରଜ ପରେ ଏହା କିଛି ମାତ୍ରାରେ କୋହଳ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଆମ ରାଜ୍ୟ ସରକାରଙ୍କ ତରଫରୁ ଗୁରୁତ୍ବ ପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି କୁହା ଯାଉଛି। ତେବେ ବର୍ତ୍ତମାନ ରାଜ୍ୟରେ ଲାଗି ରହିଥିବା ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଲାଗି ରହିଛି ଏବଂ ଜୁନ୍ ୧୭ ପର୍ଯ୍ୟନ୍ତ ଏହି କଟକଣା ରହିଛି।

କିନ୍ତୁ ଏହାରି ଭିତରେ ଆମ ରାଜ୍ୟରେ କିଛି ଜିଲ୍ଲାରେ ସଂକ୍ରମଣ ହାର ବହୁତ୍ କମ୍ ରହିଥିବା ରେକର୍ଡ କରା ଯାଇଛି। ରଜ୍ୟର ୯ ଟି ଜିଲ୍ଲାରେ ସଂକ୍ରମଣ ହାର ୫% ଖସିଥିବା ବେଳେ ଏହାକୁ ନେଇ ସରକାର୍ କିଛି ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି କୁହା ଯାଉଛି।ତେବେ ରଜ ପରେ ଏହି ୯ ଟି ଜିଲ୍ଲାରେ କଟକଣା କୋହଳ ହୋଇପାରେ।ଏହି ଜିଲ୍ଲା ଗୁଡ଼ିକ ହେଲେ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା ଏବଂ କଳାହାଣ୍ଡି। ଝାରସୁଗୁଡ଼ା ଜିଲ୍ଲା ରେ କିଛିଦିନ ଧରି ସଂକ୍ରମଣ ହାର ବହୁତ୍ କମ୍ ରହିଛି।

ଏହି କାରଣରୁ ଉକ୍ତ ଜିଲ୍ଲାରେ ଦୋକାନ ବଜାର ମଧ୍ୟ ଖୋଲିଛି।ସେହି ଜିଲ୍ଲାରେ କଟକଣା ଏତେ ଦୃଢ଼ କରାଯାଇ ନାହିଁ। ଲୋକେ ଦୋକାନ ବଜାର ଆଦି ଯାଉଛନ୍ତି। ସରକାରଙ୍କ ଗାଇଡ ଲାଇନ ଅନୁସାରେ କିନ୍ତୁ ସେଠାର ସବୁକିଛି ଚାଲିଛି। ସେଠାର ଅନ୍ ଲକ୍ ପ୍ରକ୍ରିୟା ବହୁତ୍ ଜଲଦି ଆରମ୍ଭ ହୋଇପାରେ ବୋଲି କୁହା ଯାଉଛି। ସେହିଭଳି କନ୍ଧମାଳ ରେ ମଧ୍ୟ ସଂକ୍ରମଣର ହାର ୫ ପ୍ରତିଶତ ତଳକୁ ରହିଛି। ତେବେ ଆପଣ ମାନେ ସତର୍କ ରୁହନ୍ତୁ ଏବଂ ସମସ୍ତ ଗାଇଡ ଲାଇନ୍ କୁ ମାନନ୍ତୁ ଏବଂ ଆପଣଙ୍କ ଜିଲ୍ଲାରେ ବି ଲକ୍ ଡାଉନ୍ କୁ ଏଡାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।