Breaking News : ରାଜ୍ୟର ପୁଣି ଥରେ ବଢିବ କି ଲକଡାଉନ ? ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ ଦେଖନ୍ତୁ….

0

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସମଗ୍ର ଦେଶ ବର୍ତ୍ତମାନ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ତେବେ କେନ୍ଦ୍ର ସରକାର ସଂକ୍ରମଣ ହାର କମିବା ଅର୍ଥାତ ସଂକ୍ରମଣ ଚେନ କୁ ମୂଳରୁ ଭାଙ୍ଗିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ଭାରତର ପ୍ରତ୍ୟେକ ରାଜ୍ୟ ରେ ଲକଡାଉନ ଏବଂ ସଟଡାଉନ ଭଳି ବ୍ୟବସ୍ଥା କରାଯାଇଛି। ତେବେ ବନ୍ଧୁଗଣ ଯଦି ଆମେ ଆମ ଓଡିଶା କଥା ଦେଖିବା ଆମ ରାଜ୍ୟ ସରକାର ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟ ଭଳି ଲକଡାଉନ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ ରୁ ୧୯ ପୁଣି ଦ୍ଵିତୀୟ ପର୍ଯ୍ୟାରେ ୧୯ ରୁ ୧ ଜୁନ ପୁଣି ତୃତୀୟ ପର୍ଯ୍ୟାୟରେ ୧ ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା।

ତେବେ ବନ୍ଧୁଗଣ, ବର୍ତ୍ତମାନ ସମୟରେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ରାଜ୍ୟରେ ଲକଡାଉନ ସମ୍ପୂର୍ଣ୍ଣ ଭାବରେ ହଟିବ ନା ନାହିଁ। କାରଣ ବର୍ତ୍ତମାନ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି। ଲୋକ ମାନେ ଦୀର୍ଘ ଦିନ ଧରି ଘରେ ରହିଲେଣି ଲୋକଙ୍କ ଜୀବିକା ମଧ୍ୟ ବନ୍ଦ ହୋଇ ଯାଇଛି। ତେବେ ଆସନ୍ତୁ ଜାଣିବା ଗାଇଡ଼ ଲାଇନ କଣ ରହିଛି।

ମେ ୫ ରୁ ଆରମ୍ଭ ହୋଇଥିଲା ଲକଡାଉନ ଏବଂ ଜୁନ 16 ପର୍ଯ୍ୟନ୍ତ। ରାଜ୍ୟରେ ପ୍ରତିଦିନ ସଂକ୍ରମଣ ହାର ଖସୁଥିବା ବେଳେ ଜୁନ ୧୬ ରେ ଭିନ୍ନ ଭିନ୍ନ ଜିଲ୍ଲାକୁ କାତାଗୋରି ଏ ଓ କାତାଗୋରି ବି ରେ ବିଭକ୍ତ କରିଛନ୍ତି ସରକାର। ୨୦ ଟି ଜିଲ୍ଲାକୁ ଗ୍ରୀନ ଜୋନରେ ରଖିଛନ୍ତି। ଏବେ ଜୁନ ୧୭ର ରୁ ଆଂଶିକ ଲକଡାଉନ ଚାଲିଛି, ୫୦ ରୁ ଉର୍ଦ୍ଧ ସମୟ ଲକଡାଉନ ରହିବା ବେଳେ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିବା ବେଳେ ଜୁଲାଇ ୧ ତାରିଖରୁ ରାଜ୍ୟରେ କଟକଣା କିପରି ରହିବ ଓ କେଉଁ ଭଳି ଭାବରେ ରହିବ । ଏଥି ପ୍ରତି ରାଜ୍ୟ ସରକାର କଣ ନିଷ୍ପତି ନେବେ ତାହାକୁ ନେଇ ବିଚାର କରୁଛନ୍ତି।

କାତାଗୋରି ଏ ରେ ଥିବା ୧୭ର ଟି ଜିଲ୍ଲାରୁ ସପ୍ତାହତ ସଡ଼ଡାଉନ ଉଠାଇ ଦେବା ସଙ୍ଗେ ସଙ୍ଗେ ସେ ସବୁ ଜିଲ୍ଲାରେ ନାଇଟ କରଫୁୟ ସୀମାକୁ ବାଢା ଯାଇପାରେ। ଏବଂ କାତାଗୋରି ବି ରେ ଥିବା ଜିଲ୍ଲା ଗୁଡିକରେ ସପ୍ତାହତ ସଟଡାଉନ ଓ ନାଇଟ କରଫ୍ୟୁ, ଜୁନ ୧୬ ପରେ ଥିବା ଜିଲ୍ଲା ମାନଙ୍କରେ ଦୋକାନ ବଜାର ଖୋଲିବାର ସମୟ ସୀମାକୁ ବୃଦ୍ଧି କରାଯାଇପାରେ। ଭୁବନେଶ୍ୱର ଓ କଟକ ପାଇଁ ପୂର୍ବରୁ ଯେଉଁ ଭଳି ରହିଥିଲା ସେହି ଭଳି ମଧ୍ୟ ରହିବ।

ଜୁଲାଇରୁ କାତା ଗୋରି ବି ରେ ଥିବା ଜିଲ୍ଲା ଗୁଡିକ ଅନୁଗୁଳ, ଢେଙ୍କନାଳ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଏହି ସବୁ ଜିଲ୍ଲାକୁ ସରକାର ଏ କାତା ଗୋରୀରେ ସାମିଲ କରିପାରନ୍ତି, କାରଣ ଜୁନ ୧୬ ପରେ ଏ ସବୁ ଜିଲ୍ଲାରେ ସଂକ୍ରମଣ ହାର କମିଛି ସେଥିପାଇଁ ସରକାର ଏ ରେ ଥିବା ଜିଲ୍ଲା ଗୁଡିକରେ ଦୋକାନ ବଜାରର ସମୟ ସୀମାକୁ ମଧ୍ୟ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ରାତି ୮ ରୁ ୯ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାର ଅନୁମତି ମଧ୍ୟ ଦେଇପାରିବେ। ଜୁଲାଇରେ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର,ଯାଜପୁର ଓ କଟକ ଫୋକସ ରେ ରହି ପାରନ୍ତି।ଆଜି ତୃତୀୟ ପର୍ଯ୍ୟାୟରେ ଲକଡାଉନର ଶେଷ ସଟଡାଉନ ରହିଛି। ଲୋକମାନେ ସରକାରଙ୍କୁ ସାହାଯ୍ୟ କଲେ ନିଶ୍ଚିନ୍ତ ଭାବରେ ଏଭଳି ପରିସ୍ଥିତିରୁ ସୁଧାର ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।