ଦେଖନ୍ତୁ Shocking ଭିଡ଼ିଓ : ରଖେ ହରି ତ ମାରେ କିଏ ! ତିମି ପାଟି ଭିତରେ ୩୦ ସେକେଣ୍ଡ କାଳ କଲେ ଏମିତି…..

କଥାରେ ଅଛି ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ଏହାକୁ କେହି ରୋକି ପାରିବେ ନାହିଁ। ଘଟଣା ଦୁର୍ଘଟଣା ଆମ ଜୀବନରେ କେତେବେଳେ ଘଟି ଯାଇଥାଏ ତାହା ପୂର୍ବରୁ କହିବା ସମ୍ଭବ ନୁହେଁ। ବିପଦ କେତେବେଳେ କାହା ପାଖକୁ ମାଡି ଆସିବ ତାହା କେହି କହି ପାରିବେ ନାହିଁ। ଆଉ ଯଦି କିଛି ଘଟିବାର ନଥିବ ତାହେଲେ ବିପଦ ଆସିଲେ ବି ଆପେ ଆପେ ଟଳି ଯିବ, କୌଣସି ଅସୁବିଧା ହେବ ନାହିଁ।ସେଇପାଇଁ କୁହାଯାଏ ରଖେ ହରି ତ ମାରେ କିଏ। କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ। କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ।

ନହେଲେ କିଛି ଚମତ୍କାର ନିଶ୍ଚୟ କରିବେ।ସେଥିପାଇଁ କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆପଣ ଏହି ଘଟଣା ସଂସ୍ପର୍ଶରେ ଆସିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ଭାବିବେ ଯେ ଏହା ବାସ୍ତବରେ କିପରି ସମ୍ଭବ ଅଟେ। ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଆମେ କହୁଥିବା ଘଟଣାରେ ଆମେରିକାର ୫୬ ବର୍ଷୀୟ ମାଇକେଲ ପ୍ୟାକଟ ମୃତ୍ୟୁକୁ ମାତ୍ ଦେଇ ଜୀବିତ ଅବସ୍ଥାରେ ତିମି ପାଟି ଭିତରୁ ବାହାରକୁ ଆସିଛନ୍ତି।ସେ ଜଣେ ମତ୍ସ୍ୟଜୀବୀ ଅଟନ୍ତି।

ଦୀର୍ଘ ୪୦ ବର୍ଷ ହେବ ସମୁଦ୍ରରୁ ମାଛ ଧରି ସେ ଏହାକୁ ବଜାରରେ ବିକ୍ରି କରନ୍ତି। ସବୁଦିନ ଭଳି ଶୁକ୍ରବାର ସକାଳେ ସେ କେକକୁଟ ସମୁଦ୍ରରେ ସେ ଜୀବଙ୍କ ସନ୍ଧାନ କରୁ କରୁ ୩୫ ଫୁଟ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ ଏବଂ ଏହି ସମୟରେ ସେ ତିମିର ପାଟି ଭିତରକୁ ପଶି ଯାଇଥିଲେ। ଏହାପରେ ତାଙ୍କୁ ସବୁ କିଛି ଅନ୍ଧାର ଦିଶିଥିଲା ଏବଂ ସେ ହଲଚଲ ମଧ୍ୟ ହୋଇ ପାରୁ ନଥିଲେ ଏବଂ ପ୍ରକୃତରେ ତାଙ୍କ ସହ କଣ ଘଟୁଥିଲା ସେ ଜାଣି ପାରି ନଥିଲେ। ଘଟଣାକୁ ନେଇ ମାଇକେଲ କହିଛନ୍ତି ମୋତେ ଲାଗିଲା ମୋତେ ସାର୍କ ଆକ୍ରମଣ କରିଛି ଏବଂ ମୋର ମୃତ୍ୟୁ ନିଶ୍ଚିତ।

କିନ୍ତୁ ପରେ ମୋତେ ଲାଗିଥିଲା ଏହା ଶାର୍କ ନୁହେଁ ବରଂ ଏକ ତିମି ଅଟେ ବୋଲି। କାରଣ ଏହାର ଦାନ୍ତ ନା ମୋ ଶରୀରରେ ଲାଗିଥିଲା ନା ମୋତେ ଆଘାତ ହୋଇଥିଲା। ମୋତେ ସବୁକିଛି ଅନ୍ଧାର ହିଁ ଅନ୍ଧାର ଦିଶୁଥିଲା। ମୁଁ ଜାଣିଥିଲି ମୁଁ ବାହାରକୁ ବାହାରି ପାରିବି ନାହିଁ। ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ତିମି ପାଟି ଭିତରେ ରହିବା ପରେ ତିମି ମୋତେ ବାହାରକୁ ଫିଙ୍ଗି ଦେଇଥିଲା। ଏହାପରେ ମାଇକେଲ ଙ୍କ ଜଣେ ସାଙ୍ଗ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment