ରାମଲାଲାଙ୍କ ପ୍ରସାଦ ଅପେକ୍ଷାରେ ୮୧ ବର୍ଷୀୟା ମହିଳା ଉର୍ମିଳା ଉପବାସ , ଏହି ମହିଳାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

0

ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆଯାଏ। ଏମିତି ମନାଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି । ତେବେ ଲୋକ ମାନେ ଭଗବାନ ଙ୍କୁ ଖୁବ୍ ଭକ୍ତି କରି ଥାଆନ୍ତି ଓ ଅନେକ ସମୟ ରେ ଅନେକ ପ୍ରକାର ପୂଜା ,ବାର , ବ୍ରତ ଆଦି କରି ଭଗବାନ ଙ୍କୁ ପୁଜା କରି ଥାଆନ୍ତି।ସବୁ ଭଗବାନ ଙ୍କ ର ଅଲଗା ଅଲଗା ବାର ରହିଛି ଓ ସେମାନଙ୍କ ର ପୂଜା ବିଧି ମଧ୍ୟ ଭିନ୍ନ ଭିନ୍ନ ରହିଛି ।

ତେବେ ଅନେକ ଲୋକ ଭଗବାନ ଙ୍କ ପାଇଁ ବ୍ରତ ପାଳି ଉପବାସ କରି ଥାଆନ୍ତି ଓ ବ୍ରତ ଶେଷ ହେବା ପରେ ଖାଦ୍ୟ ଖାଇ ଥାଆନ୍ତି । ଆମ ହିନ୍ଦୁ ଧର୍ମ ରେ ଅନେକ ପ୍ରକାର ବ୍ରତ ଉପବାସ ରହିଛି ଓ ଭକ୍ତ ମାନେ ଶ୍ରଦ୍ଧା ରେ ଭଗବାନଙ୍କ ପାଇଁ ଉପବାସ କରି ଥାଆନ୍ତି। ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟ ରେ ଜାଣିବା ଯେଉଁଠି ଏକ ଶ୍ରଦ୍ଧାଳୁ ଭଗବାନ ଙ୍କ ପାଇଁ ଅନ୍ନ ତ୍ୟାଗ କରି ଦେଇଛନ୍ତି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;

ମଧ୍ଯପ୍ରଦେଶ ର ଜବଲପୁର ଜିଲ୍ଲା ର ବିଜୟ ନଗର ରହୁଥିବା ଉର୍ମିଳା ଚତୁର୍ବେଦୀ ନାମଙ୍କ ମହିଳା ବୟସ ପ୍ରାୟ ୮୧ ହେବ।ତେବେ ୧୯୯୨ ମସିହା ଡିସେମ୍ବର ୬ ତାରିଖ ରେ ଅଯୋଧ୍ୟା ର ପୂର୍ବ ବିବାଦୀୟ ଢାଞ୍ଚା ଭାଙ୍ଗିବା ପରେ ଉର୍ମିଳା ଶପଥ କରିଥିଲେ ଯେ ଯେବେ ରାମ ମନ୍ଦିର ପାଇଁ ଭୂମି ପୂଜନ ହେବ ସେ ଅନ୍ନ ଗ୍ରହଣ କରିବେ ଆଉ ସେବେ ଠାରୁ ସେ ଅନ୍ନ ଗ୍ରହଣ କରି ନାହାଁନ୍ତି।

ତେବେ ଆସନ୍ତା ଅଗଷ୍ଟ ମାସ ୫ ତାରିଖ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମ ମନ୍ଦିର ପାଇଁ ଭୂମି ପୂଜନ କରିବାକୁ ଯାଉଛନ୍ତି,ଆଉ ସେହିଦିନ ହିଁ ତାଙ୍କର ଅପେକ୍ଷା ର ଅନ୍ତ ଘଟିବ ଓ ତାଙ୍କ ର ଇଛା ପୂରଣ ହେବ ବୋଲି ଉର୍ମିଳା ଦେବୀ କହିଛନ୍ତି।ତେବେ ବର୍ତ୍ତମାନ ସେ କେବଳ ଫଳ ମୂଳ ଆହାର କରିଛନ୍ତି ଓ ରାମ ନାମ ଜପି ନିଜର ଦିନ କାଟୁଛନ୍ତି। ତେବେ ତାଙ୍କୁ ତାଙ୍କ ପରିବାର ଲୋକେ ଯେତେ ପ୍ରକାର ବୁଝାଇ ଥିଲେ ମଧ୍ୟ ସେ ନିଜ ଜିଦି ରେ ଅଟଳ ଥିଲେ ।

ବର୍ତ୍ତମାନ ସୁପ୍ରିମକୋର୍ଟ ବିଚାର ଶୁଣିବା ପରେ ସେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଅଛନ୍ତି। ଏହା ସହିତ ଭୂମି ପୂଜା ରେ କିପରି ଉପସ୍ଥିତ ରହିବେ ସେ ବିଷୟ ରେ ମଧ୍ୟ ଭାବୁଛନ୍ତି। ତେବେ ସେ ଜଣେ ନିଷ୍ଠାପର ଭକ୍ତ ଅଟନ୍ତି । ବର୍ତ୍ତମାନ ତାଙ୍କୁ ୮୪ ବର୍ଷ ତେବେ ନିଜ ଜୀବନ ର ଶେଷ ମୁହୂର୍ତ୍ତ କୁ ସେ ଅଯୋଧ୍ୟା ରେ କାଟିବେ ବୋଲି ଆଶା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।