ମୁଁହ ଖୋଲିଲେ ରାଣୀ ପଣ୍ଡା। କହିଲେ ମୋର୍ କିଛି ଭୁଲ ନାହିଁ ଓଡ଼ିଶା ବାସୀ। ମୋ ନାଁ ରେ ଅନେକ ମିଥ୍ୟା ପ୍ରଚାର କରାଯାଉଛି। ମୁଁ ବି ମର୍ମାହତ ଦୋଷ ନ କରି ବି ମୁଁ ଆଜି ସମସ୍ତଂକ ସାମ୍ନାରେ ଦୋଷୀ ହୋଇ ଯାଉଛି। ସମସ୍ତେ ମୋ ନାଁ ମିଥ୍ୟା ଅପପ୍ରଚାର କରୁଛନ୍ତି। କିନ୍ତୁ ମୁଁ ସତ କହୁଛି ଓଡିଶା ବାସୀ କୁ କିଛି ଦୋଷ କରିନାହିଁ ମୁଁ ନିର୍ଦ୍ଦୋଷ। ହଁ ଆଜ୍ଞା ଏମିତି କିଛି ଲେଖି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ରାଣୀ ପଣ୍ଡା।
ରାଣୀ ପଣ୍ଡା ଲେଖିଛନ୍ତି,ମୋର୍ କିଛି ଭୁଲ ନାହିଁ ଓଡ଼ିଶା ବାସୀ। ମୋ ନାଁ ରେ ଅନେକ ମିଥ୍ୟା ପ୍ରଚାର କରାଯାଉଛି। ମୁଁ ବି ମର୍ମାହତ ଦୋଷ ନ କରିବି ମୁଁ ଦୋଷୀ। ମୁଁ ହେଉଛି ଗରୀବଙ୍କ ସାଥୀ। ମୁଁ ଗୋଟିଏ ଗରୀବ ଲୋକଙ୍କୁ କେବେ ବି ମାରି ପାରିବି ନାହିଁ। ତେଣୁ ତା ଶୁଦ୍ଧି କ୍ରିୟା ପାଇଁ ପଚାଶ ହଜାର ଟଙ୍କା ହେଇଛି। ଏବଂ ତାଙ୍କ ଛୁଆଙ୍କ ଭବିଷ୍ୟତ ମୁଁ ଗଢ଼ିବି ଯାହା ଆଉ ସାହାଯ୍ୟ ଦରକାର୍ ମୁଁ ବି କରିବାକୁ ରାଜି ଅଛି। କଥା ଦେଉଛି ମୁଁ କେବେ ସୁକାନ୍ତ ଭାଇଙ୍କ ପରିବାର ଲୋକଙ୍କ ହାତ ଛାଡିବି ନାହିଁ।
ଆହୁରି ନାଚିବି ଆହୁରି ରାତି ଅନିଦ୍ରା ହୋଇ ନାଟକ କରିବି। ଆହୁରି ଟଙ୍କା ରୋଜଗାର କରିବି ଓ ସୁକାନ୍ତ ଭାଇଙ୍କ ପରିବାରର ଦାୟିତ୍ଵ ନେବି। କାରଣ ମୋ ଅଜାଣତରେଏମିତି ଏକ ବଡ ଭୁଲ ହୋଇ ଯାଇଛି। ଯେଉଁ ଭୁଲ ର କେବେ କ୍ଷମା ନାହିଁ। ଆଉ ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ଏହି ଭୁଲ ର କେବେ ବି କ୍ଷମା ନାହିଁ ତାହା ମୁଁ ଜାଣିଛି। କିନ୍ତୁ ମୁଁ କଣ କରି ପାରିବି କୁହ ଚାଲି ଯାଇଥିବା ଜୀବନଟା ଆଉ ତ ଫେରାଇ ଆଣି ପାରିବି ନାହିଁ କିନ୍ତୁ ମୁଁ କଥା ଦେଉଛି ମୁଁ ମୋ କର୍ତ୍ତବ୍ୟରେ କେବେ ହେଲେ ଅବହେଳା କରିବି ନାହିଁ।
କାରଣ ମୁଁ ଦୋଷ ନକରି ଦୋଷୀ ହେଉଛି। ଆଉ ସେଥିପାଇଁ ସୁକାନ୍ତ ଭାଇଙ୍କ ପରିବାରର ସବୁ ଦାୟିତ୍ଵ ନେବାକୁ ମୁଁ ପ୍ରସ୍ତୁତ ଅଛି। କିନ୍ତୁ ହେ ଓଡିଶା ବାସୀ ମୋ ନାରେ ମିଥ୍ୟା ଅପପ୍ରଚାର କରନ୍ତୁ ନାହିଁ। ତୁମେ ଚାଲିଗଲ ସୁକାନ୍ତ ଭାଇ କିନ୍ତୁ ମୁଁ ଏବେ ଅପବାଦ ନେଇ ବଞ୍ଚିବି ତୁମେ ଫେରିଆସ ସୁକାନ୍ତ ଭାଇ ଆଉ କହିଦେଇ ଯାଅ ମୋର କିଛି ଦୋଷ ନାହିଁ। ମୁଁ ଯଦି ମୋ ଅଜାଣତରେ କିଛି ଭୁଲ କରିଛି ମୋତେ କ୍ଷମା କରିଦେବ ସୁକାନ୍ତ ଭାଇ କିନ୍ତୁ ତୁମେ ବ୍ୟସ୍ତ ହୁଅନି ତୁମ ପରିବାର ଦାୟିତ୍ଵ ଆଜିଠାରୁ ମୋର୍। ହଁ ଆଜ୍ଞା ଏମିତି କିଛି କୋହଭରା ହ୍ୱାଟସପ୍ ଷ୍ଟାଟସ୍ ଦେଇଛନ୍ତି ରାଣୀ ପଣ୍ଡା। ତେବେ ସମୟ କହିବ ରାଣୀ ପଣ୍ଡା ଅଭାବୀ ପରିବାରର କେତେ ସାଥ ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।