ରସିକିଆ ବୃଦ୍ଧାଙ୍କ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା, ଥାନା ଆଗରେ ମହିଳାଙ୍କ ଠାରୁ ଖାଇଲେ ବ୍ରହ୍ମ ଚାପୁଡ଼ା…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ସମାଜରେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ ଦେଖା ଯାଉଛି ଓ ସମାଜର ଲୋକ ମାନେ ପ୍ରେମ କରି ଖରାପ ଆଡକୁ ଗତି କରୁଛନ୍ତି। ଆଜି କାଲିର ଲୋକ ମାନେ ପ୍ରେମକୁ ଏକ ଖେଳନା ବୋଲି ଭାବି ନେଉଛନ୍ତି। ପ୍ରେମ ସେମାନଙ୍କ ପାଇଁ ଏକ ମାମୁଲି ଘଟଣା ବୋଲି ଭାବି ନେଉଛନ୍ତି। ମିଛ ପ୍ରେମ କରି ଅନ୍ୟକୁ ହଇରାଣ କରିବା ସେମାନଙ୍କର ନୀତି ଦିନିଆ କାର୍ଯ୍ୟ ହୋଇ ଗଲାଣି। ଯାହାକି ସମାଜ ପ୍ରତି ଏକ ନିନ୍ଦନୀୟ କାର୍ଯ୍ୟ ଅଟେ। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ମହିଳା ଜଣେ ବୃଦ୍ଧଙ୍କୁ ଥାନା ପରିସରରେ ମାଡ଼ ମାରୁଛନ୍ତି। ତେବେ ଆସନ୍ତୁ ସେ କାହିଁକି ମାରୁଛନ୍ତି, ସେହି ବିଷୟରେ ଜାଣିବା;

ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କେଦାର ପୁର ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କେଦାର ପୁର ଅଞ୍ଚଳର ଦୁଇ ଜଣ ମହିଳାଙ୍କୁ ଜଣେ ଯୁବକ ଫୋନ କରି ପ୍ରେମ ନିବେଦନ କରିବା ସହିତ ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମହିଳା ସେହି ଯୁବକଙ୍କ ଉପରେ ଖୁବ ଜୋରରେ ରାଗି ଯାଇ ତାଙ୍କ ପରିବାର ଲୋକ ମାନଙ୍କୁ ଜଣାଇଥିଲେ। ଏହି ଘଟଣାକୁ ନେଇ ମହିଳା ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ତେବେ ପୋଲିସ ଦୁଇ ପକ୍ଷଙ୍କୁ ଡକାଇ ଥାନା ପରିସରରେ ଥିବା ମଣି ମନ୍ଦିରରେ ବସି ସମାଧାନ କରା ଯାଉ ଥିଲା। ଠିକ ସେହି ସମୟରେ ଫୋନ କରି ହଇରାଣ କରୁଥିବା ଯୁବକଙ୍କୁ ଯେତେବେଳେ ପଚରା ଯାଇ ଥିଲା ଯେ, ଫୋନ ନମ୍ବର କେଉଁଠୁ ମିଳିଲା, ସେତେବେଳେ ଯୁବକଟି ବୃଦ୍ଧ ଜଣଙ୍କ ଫୋନ ନମ୍ବର ଦେଇଥିଲେ ବୋଲି କହିଥିଲେ। ଏହି ଖବର ଶୁଣି ଦୁଇ ଜଣ ମହିଳା ରାଗି ଯାଇ ଥିଲେ। ଯୁବକ ଓ ବୃଦ୍ଧ ଜଣଙ୍କ ଦୁଇ ଜଣ ମହିଳାଙ୍କର ଗୋଡ଼ ହାତ ଧରି ଭୁଲ ମାଗୁଥିବା ସମୟରେ, ଜଣେ ମହିଳା ସେହି ବୃଦ୍ଧଙ୍କୁ ଥାନା ପରିସରରେ ନିସ୍ତୁକ ଭାବରେ ମାଡ଼ ମାରିଛନ୍ତି।

ତେବେ ଏହି ଘଟଣାକୁ ଦେଖି ଉପସ୍ଥିତ ଥିବା ସମସ୍ତ ଲୋକ ମାନେ ଓ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ଏଭଳି କାର୍ଯ୍ୟ କରା ଗଲେ ସେମାନେ ଆଉ କେବେବି ଏଭଳି କାର୍ଯ୍ୟ କରିବେ ନାହିଁ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।