ରସିକିଆ ପ୍ରେମିକକୁ ବିଚ୍ ରାସ୍ତାରେ ନିର୍ଧୁମ ଛେଚିଲେ ଯୁବତୀ…ଦେଖନ୍ତୁ ଭିଡ଼ିଓ

ସାମ୍ନାକୁ ଆସିଛି ଏକ ଏମିତି ଭିଡିଓ ଯେଉଁଠି ଆପଣ ଦେଖିବାକୁ ପାଇବେ ଯେ କିପରି ଜଣେ ରସିକିଆ ପ୍ରେମିକ କୁ ବିଚ୍ ରାସ୍ତାରେ ଜଣେ ଯୁବତୀ ମାଡ଼ ମାରୁଛନ୍ତି। ଯେଉଁ ଭିଡିଓ ରେ ଯୁବକ ତାଙ୍କର ଉନ୍ମୁକ୍ତ କାଣ୍ଡ ପାଇଁ ପାନେ ପାଇଥିବାର ଆପଣ ଦେଖିବାକୁ ପାଇବେ ଏଵଂ ସ୍ପଷ୍ଟ ହୋଇଯିବେ ଯେ ଏ ମାଡ଼ କେତେ ସାଙ୍ଘାତିକ ଅଟେ। ତେବେ ସୂଚନା ଅନୁସାରେ ଏହି ଭିଡିଓ ରେ ମାଡ଼ ଖାଉଥିବାର ଦେଖିବାକୁ ମିଳୁଥିବା ଏହି ଯୁବକ ଜଣଙ୍କ ଉକ୍ତ ଯୁବତୀ ଜଣଙ୍କୁ ଯିଏକି ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ତାଙ୍କୁ ସେ ଭଲ ପାଉଥିଲେ। ପ୍ରଥମେ ଭଲପାଇବା ଏବଂ ପରେ ମିଛ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଏହି ଯୁବକ ଜଣଙ୍କ।

ଏନେଇ ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଛନ୍ତି। ତେବେ ଯୁବକ ଏବଂ ଯୁବତୀ ଜଣଙ୍କ ଭିତରେ ଏପରି ଭାବରେ ରାସ୍ତା ମଝିରେ ଚାଲିଥିବା ହାଇ ଡ୍ରାମା ର ଭିଡିଓ କୁ କେହି ଜଣେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି କ୍ୟାମେରା ରେ ରେକର୍ଡ଼ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓ ଟି, ଅର୍ଥାତ୍ ଏଠାରେ ଆପଣ ଦେଖିବାକୁ ପାଉଥିବା ଏହି ଘଟଣାଟି ରାୟଗଡ଼ା ଜିଲ୍ଲାର ବିଷମ କଟକ ର ବୋଲି ଜଣା ପଡିଛି। ତେବେ ମାଡ଼ ଖାଉଥିବା ଏହି ଯୁବକ ଜଣଙ୍କର ପୂର୍ବରୁ ଦୁଇଟି ପତ୍ନୀ ରହିଥିବା ଏବଂ ସେମାନଙ୍କର ଛୁଆ ରହିଥିବା କଥା ମଧ୍ୟ ଜଣା ପଡ଼ିଛି।

ତେବେ ଏହି ଘଟଣା ପରେ ଅଭିଯୋଗ କ୍ରମେ ପୋଲିସ୍ ଘଟଣା ବିଷୟରେ ଜାଣିବା ପରେ ଯୁବକ ଜଣଙ୍କୁ ବିଷମ କଟକ ଥାନାରେ ଅଟକ ରଖିଛି। ତେବେ ରାସ୍ତା ମଝିରେ ଉଭୟଙ୍କ ଏପରି ହାଇ ଡ୍ରାମା ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏଠାରେ ପ୍ରଶ୍ନ ଉଠେ ଏହା କଣ ଆଜିର ଏହି ସଭ୍ୟ ଶିକ୍ଷିତ ସମାଜର ରୂପରେଖ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ଏପରି ଘଟଣାରୁ ଆପଣ ଜାଣି ପାରୁଥିବେ। ଶିକ୍ଷିତ ହୋଇ ମଧ୍ୟ ସେମାନେ ଅଶିକ୍ଷିତ ଭଳି କାମ କରୁଛନ୍ତି।

ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ହୋଇ ପଡୁଛି।ସେହିପରି ସମାନ କଥା ଏହି ଘଟଣାରେ ଦେଖିବାକୁ ମିଳିଛି।ଯେଉଁଠି ଧୋକା ଦେଇଥିବା, ଠକି ଥିବା ଏହି ଯୁବକଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି ଏହି ଯୁବତୀ। ଆଜିକାଲି କିଛି ଯୁବକଙ୍କୁ ସେମାନଙ୍କର ଜବାନି ର ରଙ୍ଗ ଟିକିଏ ଅଧିକ ଚଢ଼ି ଯାଉ ଥିବାର ଦେଖିବାକୁ ମିଳୁଛି। କିନ୍ତୁ ସମୟକ୍ରମେ ଏହାର ପରିମାଣ କିଛି ଅଲଗା ବି ହୋଇପାରେ ତାହା ସେମାନେ ଏପରି ଘଟଣାକୁ ଦେଖି ଶିଖିବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment