ରାସ୍ତା ତଦାରଖ କରିବାକୁ ଦିଲ୍ଲୀରୁ ଆସିଥିଲେ, ସେହି ରାସ୍ତାରେ ଚାଲିଗଲା ଜୀବନ…ଦେଖନ୍ତୁ ଭିଡ଼ିଓ

0

ସକାଳ ହେବା ମାତ୍ରେ ମଣିଷ ନିଜ ନିଜ କାର୍ଯ୍ୟରେ ବାହାରି ଯାଇଥାଏ , କିନ୍ତୁ ତାକୁ ଜଣା ନଥାଏ ଯେ ଆଜି ତା ସହ କଣ ଘଟିବାକୁ ଯାଉଛି । ଏହି ସବୁ ନିର୍ଦ୍ଧାରଣର ଭଗବାନଙ୍କ ହାତରେ ହିଁ ଥାଏ , ଆଜିର ଦିନରେ ଆମ ସହ ହେବାକୁ ଯାଉଛି । ଏମିତି ଅନେକ ସମୟରେ ଦୁର୍ଘଟଣା ର ସାମ୍ନା କରିବାକୁ ପଡିଥାଏ , ସେଥିରେ ଅନେକ ଲୋକ ମାନଙ୍କର ଜୀବନ ମଧ୍ୟ ଚାଲିଯାଏ । ଯାହା ଆମ ମାନଙ୍କ ପାଇଁ ଏକ ପ୍ରକାର ଦୁଃଖର ସମୟ ବୋଲି କୁହାଯାଏ । ସେମିତି ଏକ ସଡକ ଦୁର୍ଘଟଣା ଲାଇଭ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଦୁର୍ଘଟଣାଟି ଘଟିଛି ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ କୋଡିଏ ର ଦରଖଳା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜେଣେ କେନ୍ଦ୍ରୀୟ ଅଧିକାରୀ ଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଅବସ୍ଥିତ ଜାତୀୟ ମାନ ନିର୍ଦ୍ଧାରଣର ଅଧିକାରୀ ଗୁହାରଚାନ୍ଦ ପନୱାର କେଉଁଝର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ଗୁଡିକର ତଦାରଖ କରିବାକୁ ଆସିଥିଲେ । ସେ ପୂର୍ବରୁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କୃତ୍ତ ବିଭାଗ ରାଜସ୍ଥାନ ରେ କାର୍ଯ୍ୟରତ ଥିଲେ । ଗତକାଲି କାମ ଶେଷ ହେବା ପରେ ଏକ କାର୍ ଯୋଗେ ବିଳମ୍ୱିତ ରାତିରେ ଭୁବନେଶ୍ୱର ବିମାନ ବନ୍ଦରକୁ ଯାତ୍ରା କରୁଥିଲେ ।

ଖସିପୁରା ଥାନା ଦରଖୋଳା ନିକଟରେ ଛିଡା ହୋଇଥିବା ଏକ ଟ୍ରକ କୁ ଭାରସାମ୍ୟ ହରାଇ କାର୍ ଟି ପଛ ପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ସେ ଅଚେତ ହୋଇ ପଡିଥିଲେ , ପୋଲିସ ପହଞ୍ଚି ଘଟଣା ସ୍ଥଳରେ ସେମାନଙ୍କୁ ଉଦ୍ଦାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଅଧିକାରୀ ଙ୍କର ମୃତ୍ୟୁ ହୋଇଛି । ଦୁର୍ନିତି ରେ ପରିପୂର୍ଣ୍ଣ ପ୍ରାଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କାମ ର ତଦନ୍ତ ପାଇଁ ଆସିଥିବା ଜଣେ କେନ୍ଦ୍ରୀୟ ଅଧିକାରୀ ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ହେଉନି ।

ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଲୋକେ କହୁଛନ୍ତି , ମନରେ କେତେ ଆଶା ଓ ଆକାକ୍ଷାଂ ନେଇ ଆସିଥିବା ସରକାରୀ କର୍ମଚାରୀ ଙ୍କ ଏପରି ଅଚାନକ ମୃତ୍ୟୁ ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ ଚକିତ କରାଉଛି । ପରିବାର ଲୋକ ମାନେ ମଧ୍ୟ ଏ ଘଟଣା ସମ୍ପର୍କରେ ଜାଣିବା ପରେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି । କାର୍ ଟିକୁ ଦେଖି ଯାହା ଅନୁମାନ କରାଯାଉଛି ଏହା ଏକ ସଡକ ଦୁର୍ଘଟଣା ବୋଲି । କିନ୍ତୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ଅତ୍ୟନ୍ତ ଜରୁରୀ ବୋଲି ଲୋକମାନେ କହିଛନ୍ତି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଧିକାରୀ ଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।