ରାସ୍ତା କାମ କରୁ ନଥିବାରୁ ସରକାରୀ ଅଫିସରଙ୍କୁ ଆଣ୍ଠୁଏ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇ ରାଲ…ଦେଖନ୍ତୁ ଭିଡ଼ିଓ

0

ସରକାରଙ୍କୁ ଜନ ସାଧରଣ ବାଛିଥାନ୍ତି, କାରଣ ଜନସାଧାରଣଙ୍କ ସୁବିଧା ଅସୁବିଧା ଦେଖିବା ସରକାରଙ୍କ କାମ। କିନ୍ତୁ ଯେତେବେଳେ ସରକାର ନିଜର ପଦବୀରେ ରହିବା ପରେ ଲୋକମାନଙ୍କ ଅସୁବିଧାକୁ ଅଣଦେଖା କରିଥାନ୍ତି। ଅନେକ ସମୟରେ ଦେଖି ଥିବେ ଆଜି କାଲିର ସରକାରୀ ଅଫିସର ସବୁବେଳେ ନିଜର ସ୍ୱାର୍ଥ ଦେଖିଥାନ୍ତି। ଗାଁ ଗଣ୍ଡାରେ ଲୋକ ମାନେ ନିଜର ସମସ୍ୟା ସରକାରଙ୍କ ପାଖରେ ଯେତେଥର ଅଭିଯୋଗ କରିଥିଲେ ମଧ୍ୟ କିନ୍ତୁ କୌଣସି କାମ ହୋଇନଥାଏ। ସରକାରୀ ଅଫିସର ଭୂଲି ଯାଆନ୍ତି, ଯେ ସେମାନଙ୍କୁ ଜନସାଧାରଣ ହିଁ ବାଛି ଥାନ୍ତି। ଜନତା ପାଖରେ ପାୱାର ଅଛି ଯେ, ଯଦି ସେମାନେ ତାତିବେ ତାହାଲେ ତାହାଲେ ତାଙ୍କୁ ରୋକିବା ସମ୍ଭବ ନୁହେଁ। କାରଣ ଜନମତ ଅଧିକ ରହିଲେ ସବୁକିଛି ସମ୍ଭବ ହୋଇ ପାରିବ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସରକାରୀ ଅଫିସର ଙ୍କୁ ନେଇ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଯାହା ଆମେ ଆପଣ ମାନଙ୍କୁ ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଦେଖିଲା ପରେ ଅନ୍ୟ ସରକାରୀ ଅଫିସରେ ଆଉ କେବେବି ଜନସାଧରଣଙ୍କ ସମସ୍ୟାକୁ ଅବହେଳା କରିବେ ନାହିଁ। ତେବେ ଘଟଣାଟି ହେଉଛି, ଗାଁ ରାସ୍ତା କାଦୁଅ ହୋଇ ଥିବାରୁ ସେହି ଲୋକ ମାନେ ସେହି ଗାଁ କୁ ଆସିଥିବା ଅଫିସରଙ୍କୁ କାଦୁରେ ଚଲାଇ ନେଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ଭଗବତପଡ଼ା ଗାଁ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗାଁ ର ରାସ୍ତା ନଦୀ ବନ୍ଧକୁ ଲାଗି ରହି ଅଛି। ବର୍ଷା ଜୋର ହେଲେ ନଦୀରେ ପାଣି ଭର୍ତ୍ତି ହୋଇ ଯାଇ ଥାଏ ଓ ସେହି ନଦୀର ପାଣି ରାସ୍ତାକୁ ଚାଲି ଆସି ଥାଏ ଓ ଯାହା ଫଳରେ କି ସେହି ଗାଁ ର ରାସ୍ତା ଅତ୍ୟଧିକ ମାତ୍ରାରେ କାଦୁଅ ହୋଇ ଯାଇ ଥାଏ। ଲୋକ ମାନେ ଯିବା ଆସିବାର ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି। ଏଥିସହ ଜାନ ବାହାନ ମଧ୍ୟ ଠିକ ଭାବରେ ଯାତାୟତ କରି ପାରେ ନାହିଁ।ସେଥିପାଇଁ ଗାଁ ଲୋକ ମାନେ ସେହି କାଦୁଅ ରାସ୍ତାକୁ ଦେଖି ଖୁବ ଜୋରରେ ରାଗି ଯାଇ ଉତେଜନା ଆରମ୍ଭ କରି ଦେଇ ଥିଲେ।

ତେବେ ସେହି ଗ୍ରାମକୁ ଜଳ ସେଚନ ବିଭାଗର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଅଫିସର ବନ୍ୟା ଡିୟୁଟିରେ ସେହି ଗ୍ରାମକୁ ଯାଇ ଥିଲେ। ସେହି ଗାଁ ର ଲୋକ ମାନେ ତାଙ୍କୁ ଦେଖି କାଦୁଅରେ ଚଲାଇ ଚଲାଇ ନେଇ ଥିଲେ। ଗାଁ ଲୋକ ମାନଙ୍କ କହିବା ମୁତାବକ ଏହି ରାସ୍ତାର ମରାମତି କାର୍ଯ୍ୟ ଯଥା ଶୀଘ୍ର କରା ଯାଉ, ନ ହେଲେ ସେମାନେ ଆଗକୁ ବହୁତ ବଡ଼ ଗଣ୍ଡ ଗୋଳ ସୃଷ୍ଟି କରିବେ ବୋଲି କହିଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।