ଦେଖନ୍ତୁ Shocking ଭିଡିଓ : ରାସ୍ତା ମଝିରେ ଫିଲ୍ମ ଷ୍ଟାଇଲ ରେ ଗୁଳି କରି ହତ୍ୟା କଲେ…ଏମିତି ମୃତ୍ୟୁ କେବେ ଦେଖି ନଥିବେ

0

ଆପଣ ମାନେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ପାଇଥାନ୍ତି। ମନୁଷ୍ୟ ବର୍ତ୍ତମାନ ଆଧୁନିକତା ଆଡ଼କୁ ଗତି କରୁଛି, ଠିକ ସେହି ପରି ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ସାମ୍ନାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି, ଯେ ଯେତେ ବଡ଼ ଲୋକ ହୋଇଥାନ୍ତୁ ନା କାହିଁକି। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧଗଣ ଆଜି ଆମେ ଆପଣ ମାନକୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଯାହା ବର୍ତ୍ତମାନ ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଘଟଣାଟି ହେଉଛି ଜଣେ ଯୁବ ରାଜନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଏଭଳି ଏକ ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟରେ;

ଏଭଳି ଏକ ଏକ ହୃଦୟ ବିଦାରକ ଦୃଶ୍ୟ ପଞ୍ଜାବର ସେକ୍ଟର ୭୨ ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ସୂଚନାନୁସାରେ, ଅକାଳୀ ଦଳର ଯୁବନେତା ବିକ୍ରମଜିତ ସିଂ ସକାଳ 11:30 ରେ କାର ପାର୍କିଂ କରୁଥିଲେ ଏବଂ ସେହି ସମୟରେ ସେ କାରରେ ବସିଥିଲେ। ହଠାତ ଚାରିଜଣ ଦୁର୍ଭୁତ ଆସିଥିଲେ, କେହି କିଛି ବୁଝିବା ଆଗରୁ ତାଙ୍କ କାର ଉପରକୁ ଗୁଳି ବର୍ଷଣ କରିଥିଲେ ଏବଂ ସେ ଜୀବନ ବିକଳରେ କାରରୁ ଓଲ୍ହାଇ ପାଖାପାଖି ଅଧା କିଲୋମିଟର ଦୌଡିଥିଲେ। ଏହା ପରେ ୪ ଜଣ ଦୁର୍ଭୁତ ଶାନ୍ତି ହୋଇ ନଥିଲା। ସେମାନେ ତାଙ୍କ ପଛେ ପଛେ ଦୌଡ଼ି ଦୌଡ଼ି ୧୨ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଘଟଣା ସିସି ଟିଭିରେ ରେ କଏଦ ହୋଇଥିଲା, ବର୍ତ୍ତମାନ ପୋଲିସ ଚାରି ଜଣ ଅପରାଧୀଙ୍କୁ ଗିରଫ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ଏହାପରେ ପଞ୍ଜାବ ହରିୟାଣା ସମେତ ମହାଲିରେ ପ୍ରାୟ ୮ ଟି ସ୍ଥାନରେ ହୋଇଛି ଚଢ଼ାଉ। ଭିକିଙ୍କ ହତ୍ୟା ପାଇଁ ଦାୟୀ କରିଛି ବମ୍ବିହା ଗ୍ୟାଙ୍ଗ , ସେ ନିଜ ଫେସବୁକ ପୋଷ୍ଟରେ ସେୟାର କରି ନିଜ ଗ୍ୟାଙ୍ଗ ହତ୍ୟା କରିଥିବାର ସୂଚନା ପ୍ରଦାନ କରିଛନ୍ତି। ତେବେ ତାଙ୍କ ମୃତ୍ୟୁ ପାଇଁ ସମସ୍ତେ ଦୁଃଖ ପ୍ରକାଶ କରିଚନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ହି ବିଚାର କରନ୍ତୁ ଯଦି ଜଣେ ନେତାଙ୍କୁ ଏଭଳି ମୃତ୍ୟୁ ଘଟିବ ତାହାଲେ ସାଧାରଣ ଜନତା କଣ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।