ରାସ୍ତା ଉପରେ ଫୁଲରେ ‘ଲଭ ୟୁ’ ଲେଖି, ଆର ପାରିକୁ ଚାଲିଗଲେ ଯୁବକ… ଦେଖନ୍ତୁ ଭାଇରାଲ Video

0

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ସେହି ଭିଡ଼ିଓ ରେ ଯୁବକ ଜଣଙ୍କ ମୃତ ଦେହ ଏକ ନିମ୍ବ ଗଛରୁ ମିଳିଛି ବୋଲି କୁହାଯାଉଥିବା ବେଳେ ଏହା କେମିତି ଓ କଣ ପାଇଁ ହେଇଛି ତାହାର ସନ୍ଧାନ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି କୁହାଯାଇଛି | ତେବେ ଏହି ଘଟଣା ର ତଦନ୍ତ ପୋଲିସ ଆରମ୍ଭ କରିଥିବା ଜଣାପଡିଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ଆମେ ବର୍ତ୍ତମାନ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ କଣ ପାଇଁ ଯୁବକ ଜଣକ ରାସ୍ତାରେ ଲଭ ୟୁ ଲେଖି ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଗଲେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା |

ତେବେ ବନ୍ଧୁ ଗଣ ମିଳିଥିବା ସୂଚନା ଅନୁଯାୟୀ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ନୂଆପୋଡ଼ା, ଖୋଡିଆଁଳ ଥାନା ଅନ୍ତର୍ଗତ ବିଜେପୁର ରାସ୍ତାରେ | ଯେଉଁଠି ଯୁବକ ଜଣଙ୍କ ରାସ୍ତା ଉପରେ ଫୁଲରେ ଲଭ ୟୁ ଲେଖି ଆତ୍ମହତ୍ୟା କରିଥିବା କୁହାଯାଇଛି | ତେବେ ଏହି ଆତ୍ମହତ୍ୟା କାରଣ ପ୍ରେମ ବୋଲି କୁହାଯାଉଛି | କାରଣ ଯୁବକ ଜଣଙ୍କ ମୃତ୍ୟୁ ପୂର୍ବରୁ ରାସ୍ତାରେ ଉପରେ ଫୁଲରେ ଲଭ ୟୁ ଲେଖିଥିବା ଦେଖିବାକୁ ମିଳିଛି | ତେବେ ଏହା କାହିଁକି ଓ କଣ ପାଇଁ ଲେଖିଛନ୍ତି ସେକଥା ଜଣା ପଡିନଥିବା ବେଳେ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖି ସ୍ଥାନୀୟ ଅଞ୍ଚଳ ରେ ସୁଖର ଛାୟା ଖେଳିଯାଇଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଜିତ୍ରୀଯୋଡ଼ା ଗ୍ରାମର ପଦ୍ମଲୋଚନ ଦାଙ୍ଗି | ସୂଚନା ଅନୁଯାୟୀ ସେ ବାହାରେ ରହି କାମ କରୁଥିଲେ ହେଲେ ଏହି କିଛି ଦିନ ହେବ ସେ କେବେ କେବେ ମିସ୍ତ୍ରୀ କାମ କରିବା ପାଇଁ ଯାଉଥିଲେ ତ ପୁଣି କେତେବେଳେ ଏକ ଦୋକାନ ରେ କାମ କରୁଥିଲେ | ହେଲେ ଏବେ ସେଇ ଯୁବକଙ୍କ ମୃତ ଦେହ ବିଜେପୁର ର ଏକ ନିମ୍ବ ଗଛ ରୁ ଉଦ୍ଧାର ହୋଇଛି | ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ରାସ୍ତା ଉପରେ ଫୁଲରେ ଲେଖା ଯାଇଥିବା ଲଭ ୟୁ କୁ ଆଧାର କରି ଏହା ଆତ୍ମହତ୍ୟା ବୋଲି କୁହାଯାଉଛି |

ତେବେ ଘଟଣା ସ୍ଥଳରେ ଘରେ ଲୋକ ଓ ସମ୍ପର୍କୀୟ ଓ ଘଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ହେଲେ ଘର ଲୋକେ ମୃତ ଦେହ ଚି଼ହ୍ନଟ କରିବା ପରେ ଏହା ଆତ୍ମହତ୍ୟା ନୁହେଁ ବୋଲି କହିଥିଲେ | ତେବେ ଏହା ଆତ୍ମହତ୍ୟା କି ଆଉ କଣ ତାହା ପୋଲିସ ଅଧିକ ତଦନ୍ତ ପରେ ଜଣା ପଡିବ ବୋଲି କୁହାଯାଇଛି | ତାହାଲେ ବନ୍ଧୁ ଗଣ ଏହା ଥିଲା ସେହି ଅଭବନୀୟ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |ଯାହାକୁ ଲୋକମାନେ ଦେଖି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ମତ ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।