ଦେଖନ୍ତୁ Viral Video : ରାତି ଅଧରେ ଦେଖା କରିବାକୁ ଯାଇଥିଲା ପ୍ରେମିକ, ହଠାତ ଦେଖିନେଲେ….

0

ବେଳେବେଳେ ପ୍ରେମର ନିଶା ଟିକେ ଅଧିକ ଚଢ଼ି ଯାଉ ଥିବାର ଆପଣ ଦେଖିବାକୁ ପାଉଥିବେ କିଛି ଯୁବକ ଯୁବତୀଙ୍କ ପାଖରେ। ଆଉ ସେତେବେଳେ ସେମାନେ କିଛି ବୁଝି ପାରନ୍ତି ନାହିଁ। ଶେଷରେ ଏହାର ପରିଣତି ଏମିତି ହୋଇଥାଏ ଯେ ସମସ୍ତଙ୍କ ନିକଟରେ ଲଜ୍ଜିତ ଆଉ ଅପମାନିତ ହେବାକୁ ପଡ଼ିଥାଏ। ସେମିତି ଏକ ଲଜ୍ୟା ଜନକ ଘଟଣା ନୀକଟରେ ଘଟିଛି। ଏବଂ ଏହାର ପରିଣତି ସ୍ୱରୂପ ରସିକିଆ ପ୍ରେମିକଙ୍କୁ ନିର୍ଦ୍ଧୁମ ମାଡ଼ ଖାଇବାକୁ ପଡିଛି। ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହୁଛୁ ତାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଳ ହେବାରେ ଲାଗିଛି। ଏଠାରେ ଦେଖିବାକୁ ମିଳିଛି କିପରି ଛେଚା ଖାଇଲେ ପ୍ରେମିକ ଜଣଙ୍କ।

ଘଟଣା ଅନୁସାରେ ଏହି ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକା ଙ୍କୁ ଦେଖା କରିବା ପାଇଁ ରାତି ଅଧରେ ଆସିଥିଲେ। ଶେଷରେ ମହଙ୍ଗା ପଡିଲା ପ୍ରେମିକାକୁ ରାତିରେ ଦେଖା କରିବା। ତେବେ ଆପଣଙ୍କୁ କହି ରଖୁଛୁ କି ଏହି ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଳ ଗ୍ରାମରେ। ଏଠାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଠି ପ୍ରେମିକ ଓ ତାଙ୍କ ସହ ଆସିଥିବା ୨ ସହଯୋଗୀଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ ମାରିଛନ୍ତି ଉକ୍ତ ଗ୍ରାମର ଗ୍ରାମବାସୀ। ଆଉ ଏହା ସହିତ ସେମାନଂକୁ ମାଡ଼ ମାରିବା ଘଟଣାର ଏକ ଭିଡ଼ିଓ ରେକର୍ଡ ମଧ୍ୟ କରା ଯାଇଛି ଏବଂ ଏବେ ଏହା ବହୁତ୍ ମାତ୍ରାରେ ଭାଇରାଲ୍‌ ହେବାରେ ଲାଗିଛି।

ତେବେ ମିଳିଥିବା ସୂଚନା ଅନୁସାରେ ରାତି ଅଧରେ ପ୍ରେମିକା ଙ୍କୁ ଦେଖା କରିବା ପାଇଁ ରାତି ଅଧରେ ଆସିଥିବା ପ୍ରେମିକ ଜଣଙ୍କ ପରଜଙ୍ଗ ଥାନା ମହାବିରୋଡ଼ ଅଞ୍ଚଳର ବୋଲି ଯାହା ଜଣା ପଡିଛି।ତେବେ ସୂଚନା ଅନୁଯାୟୀ ଏହି ପ୍ରେମିକ ଜଣଙ୍କ କାଲବୁଧିଆ ଗାଁର ଜଣେ ଯୁବତୀଙ୍କୁ ରାତିରେ ଦେଖା କରିବାକୁ ଯାଇ ଥିବା ସମୟ ରେ ସେଠାର ଗ୍ରାମବାସୀଙ୍କ ହାବୁଡାରେ ପଡି ଯାଇଥିଲେ। ଆଉ ତାପରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା। ଲୋକେ ଏମାନଙ୍କୁ ଧରି ମାଡ଼ ମାରିବା ସହ ସେଠାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ରାତି ଅଧରେ ଏମିତି ପାଲା କିଛି ସମୟ ଧରି ଚାଲିଥିଲା।

ଏହାପରେ କିଛି ସମୟ ପରେ ଘଟଣାସ୍ଥଳ ରେ କଙ୍କଡାହାଡ ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣିଥିଲେ ଏବଂ ଏହାପରେ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା ଓ ଶେଷରେ ଯୁବକଙ୍କୁ ଛାଡି ଦିଆ ଯାଇଛି ବୋଲି ଜଣା ପଡିଛି।ତେବେ ରାତିରେ ପ୍ରେମିକାକୁ ଦେଖା କରିବା ପ୍ରେମିକ କୁ କିପରି ମହଙ୍ଗା ପଡ଼ିଲା ଆପଣ ମାନେ ଜାଣି ପାରୁଥିବେ।ଆଉ ପ୍ରେମିକ ସହ ଅନ୍ୟ ୨ ସହଯୋଗୀଙ୍କୁ ମଧ୍ୟ ଛାଡ଼ି ନଥିଲେ ଗ୍ରାମବାସୀ। ସେମାନଂକୁ ମଧ୍ୟ ବାନ୍ଧି ନିର୍ଦ୍ଧୁମ ମାଡ ମାରିଥିଲେ ଗ୍ରାମବାସୀ।ଏହି ଘଟଣା ଉକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।