ଦେଖନ୍ତୁ ଭିଡ଼ିଓ – ରାତି ଅଧରେ Live ଭିଡ଼ିଓ କଲେ ଅଭିନେତ୍ରୀ ପ୍ରିୟ ଓ ରିୟା, ତାଙ୍କ ସହ ହଠାତ କ’ଣ ଘଟିଲା ଦେଖନ୍ତୁ….

ଓଲିଉଡର ଚୁଲବୁଲି ନାୟିକା ରିୟା ଦେ ଓ ଏଭର୍ ଗ୍ରୀନ ନାୟିକା ପ୍ରିୟା ଚୌଧୁରୀ ଙ୍କୁ କିଏ ବା ନଜାଣେ। ଦୁଇ ଜଣ ଅଲିଉଡ ର ବହୁତ୍ ପ୍ରସିଧ ଅଭିନେତ୍ରୀ ଅଟନ୍ତି । ତେବେ ବର୍ତ୍ତମାନ ଆପଣ ଏହି ଦୁଇ ଜଣଙ୍କୁ ଏକା ସହିତ ରୂପେଲି ପରଦା ରେ ଦେଖିବାକୁ ଯାଉଛନ୍ତି। ରିୟା ଓ ପ୍ରିୟା ଙ୍କ ର ଆଗକୁ ଏକ ଫିଲ୍ମ୍ ଆସିବା ପାଇଁ ଯାଉଛି ତେବେ ଏହି ବିଷୟ ସେମାନେ ସୁଟିଂ ସେଟ୍ ରୁ ଲାଇଭ ନିଜ ଫ୍ୟାନ ମାନଙ୍କୁ ଜଣାଇ ଅଛନ୍ତି ।

ତେବେ ଯଦି ରିୟା ଙ୍କ କଥା କହିବା ତେବେ ସେ ନିଜର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ। ପ୍ରେମ ଅଢେ଼ଇ ଅକ୍ଷର’ ଫିଲ୍ମ ଦ୍ୱାରା ରିୟା ଦେ ଓଲିଉଡ ରେ ପ୍ରଵେଶ କରି ଥିଲେ।ଆଉ ଏହି ଫିଲ୍ମ ରେ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରି ଥିଲେ।ଏହା ପରେ ରିୟା ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଏବଂ ସବୁଥିରେ ନିଜର ହଟ୍ ଏଣ୍ଡ ସେକ୍ସି ଲୁକ ପାଇଁ ଦର୍ଶକ ମାନଙ୍କୁ ତାଙ୍କର ଦିୱାନା କରାଇ ପାରିଛନ୍ତି।

ସେହି ପରି ପ୍ରିୟା ମଧ୍ୟ ଉଭୟ ସୌନ୍ଦର୍ଯ୍ୟ ଓ ଅଭିନୟ ରେ ରିୟାଙ୍କ ଙ୍କ ଠାରୁ କିଛି କମ୍ ନୁହଁନ୍ତି।ସେ ‘ଡ୍ରିମ ଗାର୍ଲ’ ଚଳଚ୍ଚିତ୍ର ଦ୍ୱାରା ଓଲିଉଡ ରେ ପ୍ରଵେଶ କରି ଥିଲେ। ‘ମେଘ ସବାରିରେ ଆସିବ ଫେରି’ ପରି ଏକ ସୁନ୍ଦର ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ଖୁବ ପ୍ରିୟ ହୋଇ ପାରି ଥିଲେ।ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।

ତେବେ ବିବାହ ପରେ ପ୍ରିୟା ପ୍ରାୟ ୫ ବର୍ଷ ହେବ କୌଣସି ଫିଲ୍ମରେ କାମ କରି ନଥିଲେ।ମାତ୍ର ଏବେ ପୁଣି ଥରେ ସେ ଅଭିନୟ ଜଗତକୁ ଫେରିଛନ୍ତି।ଏବେ ଗୋଟିଏ ନୂଆ ଚଳଚ୍ଚିତ୍ରରେ ରିୟା ଓ ପ୍ରିୟା ଏକାଠି କାମ କରୁଛନ୍ତି,ଯାହାର ନାମ ରହିଛି ‘ଲାଗେ ପ୍ରେମ ନଜର’।ଏଥିରେ ନାୟକ ହୋଇଛନ୍ତି ଅମ୍ଳାନ।

ତେବେ ଗତକାଲି ସନ୍ଧ୍ୟାରେ ରିୟା ଓ ପ୍ରିୟା ଫେସବୁକ ରେ ଲାଇଭ ଆସି ଥିଲେ।ସେମାନେ ଏବେ ‘ଲାଗେ ପ୍ରେମ ନଜର’ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି।ତେଣୁ ସେମାନେ ସେହି ସୁଟିଂ ସେଟ ଭିତରେ ଥାଇ ଲାଇଭ ଆସି ଥିଲେ।ବହୁତ ଦିନ ଧରି ତାଙ୍କ ଫ୍ୟାନ ମାନଙ୍କ ସହ କଥା ହୋଇ ନଥିବାରୁ ସେ ବହୁତ ଦୁଃଖରେ ଅଛନ୍ତି ବୋଲି ରିୟା କହି ଥିଲେ।

ତେଣୁ ସେ ଲାଇଭ ଆସି ବହୁତ ଖୁସି ଅଛନ୍ତି ବୋଲି ସେ କହି ଥିଲେ।ପ୍ରିୟା ମଧ୍ୟ ଏହି ଲାଇଭ ଭିଡ଼ିଓ ରେ କହିଛନ୍ତି କି ତାଙ୍କ ଫ୍ୟାନ୍ସ ମାନଙ୍କ ଭଲ ପାଇବା ଯୋଗୁଁ ସେ ବିବାହ ର ୫ ବର୍ଷ ପରେ ପୁଣିଥରେ ଓଲିଉଡ଼ କୁ ଫେରିଛନ୍ତି।ତେବେ ଏହି ଭିଡ଼ିଓ ରେ ରିୟା ଓ ପ୍ରିୟା ଖୁବ ମଜା ମସ୍ତି କରୁଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment