ରାତି ପାହିଲେ ଏମାନେ ବାହାରି ପଡନ୍ତି…ଦେଖନ୍ତୁ ଭିଡ଼ିଓ

0

ଆମ ସମାଜରେ ନାରୀ ଏବଂ ପୁରୁଷ ମାନଙ୍କୁ ସବୁ ବେଳେ ଅଲଗା ଭାବରେ ଦେଖିଥାନ୍ତି। ସମସ୍ତେ ପୁରୁଷଙ୍କୁ ହିଁ ଶକ୍ତିଶାଳୀ ହିସାବରେ ଦେଖା ଯାଏ, ନାରୀ ମାନଙ୍କୁ ସବୁବେଳେ ଅବଳା ଦୁର୍ବଳା ବୋଲି ଭାବିଥାନ୍ତି। ସମାଜରେ କିଛି ଲୋକଙ୍କ ଚିନ୍ତା ଧାରା ଏଭଳି ଅଛି ଯେ, ପୁରୁଷ ଯେଉଁ କାମ କରିପାରିବେ ତାହା ଜଣେ ନାରୀ କରିପାରିବେ ନାହିଁ ବୋଲି ଭାବନ୍ତି। କିନ୍ତୁ ବର୍ତ୍ତମାନ ସମାଜରେ ପୁରୁଷ ସହିତ ନାରୀ ସମକକ୍ଷ ହୋଇପାରୁଛନ୍ତି, କୌଣସି ଗୁଣରେ କମ ନୁହନ୍ତି। ଚନ୍ଦ୍ର ପୃଷ୍ଠରେ ପହଁଚିବା ଠାରୁ ଆରମ୍ଭ କରି ଶତ୍ରୁ ସହିତ ବୋର୍ଡରରେ ଯୁଦ୍ଧ କରି ସମସ୍ତଙ୍କୁ ସୁରକ୍ଷା ମଧ୍ୟ ଦେଇପାରୁଛନ୍ତି।

କିନ୍ତୁ ବେଳେ ବେଳେ ମହିଳା ମାନେ ଏଭଳି କିଛି କାମ କରି ଦେଖାଇଥାନ୍ତି, ଯାହାକୁ ପୁରୁଷ ମାନେ ମଧ୍ୟ ହାର ମାନିଥାନ୍ତ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ମହିଳାଙ୍କ କାମ ବିଷୟରେ କହିବୁ ଯାହାଙ୍କ କାମ ଜାଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ମହିଳା ମାନେ ପୁରୁଷଙ୍କ ପରି ବଡ଼ ଗାଡି ଚଳାଉଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଏହି ମହିଳାଙ୍କ ବିଷୟରେ;

ସୂଚନା ଅନୁସାରେ, ଭୁବନେଶ୍ୱରର ପଥର ବାନ୍ଧି ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଅଞ୍ଚଳର ଜୁନାରାଣୀ ବେହେରା, ମନୋରମା ଦାସ ଓ ବିମଳା ନାୟକ ନାମକ ମହିଳା ମାନେ ମହାନଗର ନିଗମର ଅଳିଆ ଉଠା ଗାଡି ଚଲାଇ ଥାଆନ୍ତି। ଏ ଗଳିରୁ ସେ ଗଳି ଏମିତି ସାରା ସହର ବୁଲି ଦିନ ୨ ଟା ପର୍ଯ୍ୟନ୍ତ ଗାଡି ଡ୍ରାଇଭିଙ୍ଗ କରି ଥାଆନ୍ତି ଓ ସେମାନଙ୍କୁ ମାସକୁ ସାଢେ଼ ଏଗାର ହଜାର ଟଙ୍କା ଦରମା ମିଳିଥାଏ। ସେଥିରେ ସେ ନିଜ ପରିବାରକୁ ଖୁସିରେ ଚଳାଇ ଥାଆନ୍ତି। ଏଭଳି କାର୍ଯ୍ୟ କରୁ ଥିବାରୁ ସେମାନେ ବହୁତ ଖୁସି ମଧ୍ୟ ଅଛନ୍ତି ଓ ଆଗାମୀ ଦିନରେ ଏହି ମହିଳା ମାନେ ମୋ ବସ, ପୋଲିସ PCR ଭ୍ୟାନ ଚଳାଇବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି।

ତେବେ ସେହି ମହିଳା ମାନଙ୍କୁ ଓମିନାନ ହୁଇଲ ନାମକ ଏକ କାର୍ଯ୍ୟ କ୍ରମର ଶୁଭାରମ୍ଭ କରା ଯାଇଥିଲା, ଯେଉଁଥିରେ କି CYSD ପକ୍ଷରୁ ଏଭଳି ଏନେକ ମହିଳା ମାନଙ୍କୁ ଡ୍ରାଇଭିଙ୍ଗ ଟ୍ରେନିଂ ଦିଆ ଯାଇଥାଏ ଓ ସେଥିରେ ୮ ମାସ ଧରି ଗାଡି ଚଲାଇବା ସହ ଆତ୍ମରକ୍ଷା କୌଶଳ ଓ ସ୍ପୋକନ ଇଂଲିସ ମଧ୍ୟ ଶିଖା ଯାଇଥାଏ। ଏହା ପରେ ରାସ୍ତାରେ ବଡ଼ ବଡ଼ ଗାଡ଼ି ଚଲାଇବା ଅଭିଯାନ ଆରମ୍ଭ ହୋଇଥାଏ ଓ ଏହା ପରେ BMC ର ବଡ଼ ବଡ଼ ଗାଡିକୁ ସାରା ସହର ମଧ୍ୟରେ ଚଳାଇବାରେ ସେହି ମହିଳା ମାନେ ସଫଳ ହୋଇ ଥାଆନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ନାରୀ ମାନଙ୍କୁ କେବେ ହେଲେ ଛୋଟ ନଜରେ ଦେଖନ୍ତୁ ନାହିଁ ବା ଦୁର୍ବଳତା ମଧ୍ୟ ଭାବୁନ୍ତୁ ନାହିଁ, ସେମାନଙ୍କ ଦ୍ବାରା ସବୁ କିଛି ସମ୍ଭବ ହୋଇ ପାରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।