ରାତିରେ ଶୋଇବା ପୂର୍ବରୁ ଖାଇଦିଅନ୍ତୁ ଏହି 2ଟି ଗୁଜରାତି, ଆଉ ତା ପରେ ଦେଖନ୍ତୁ ଚମତ୍କାର…

0

ସାଧାରଣତଃ ଲୋକମାନେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ମାନଙ୍କୁ ଏହା ଜଣା ନଥିବ ଯେ ଏଥିରେ ଅନେକ ପ୍ରକାର ଔଷଧୀର ଗୁଣ ରହିଛି । ଗୁଜୁରାତିର ସେବନ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ , ଯଦି ଆପଣ ମାନେ ପାଣି କିମ୍ୱା କ୍ଷୀର ସହିତ ସେବନ କଲେ ଏହା ଚମତ୍କାରୀ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତିର ଚମତ୍କାରୀ ଫାଇଦା ବିଷୟରେ ।

1. କୋଷ୍ଠକାଠିନ୍ୟ ଦୂର କରେ :-

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହୁଛି ବା ସକାଳେ ଭଲ ଭାବରେ ପେଟ ସଫା ହେଉନାହିଁ କିମ୍ୱା ହଜମକ୍ରିୟାରେ ସମସ୍ୟା ରହୁଛି । ତେବେ ଆପଣ ମାନେ ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷମ ପାଣିରେ 2ଟି ଗୁଜରାତିକି ଚୂର୍ଣ୍ଣ କରି ଏହାର ପାଉଡର ମିଶାଇ ଏହି ପାଣିର ସେବନ କରନ୍ତୁ । ଏହା ଆପଣଙ୍କର ହଜମକ୍ରିୟା ସହିତ ସମସ୍ତ ସମସ୍ୟା ଦୂର କରିଦେବ ।

2. କେଶ ଝଡିବା ବନ୍ଦ କରେ :-

ଆଜିର ଦିନରେ କେଶ ଜନିତ ସମସ୍ୟା ବହୁତ ଅଧିକ ଦେଖିବାକୁ ମିଳୁଛି , ଯଦି ଆପଣ ମାନେ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ କରୁଛନ୍ତି ତେବେ କେଶକୁ ପ୍ରାକୃତିକ ଉପାୟରେ ମଜବୁତ ଏବଂ କଳା କରିବା ପାଇଁ ଗୁଜୁରାତିର ସେବନ କରନ୍ତୁ । ପ୍ରତିଦିନ ରାତିରେ କ୍ଷୀର କିମ୍ୱା ଉଷମ ପାଣିରେ 2ଟି ଗୁଜୁରାତିର ଚୂର୍ଣ୍ଣ ପକାଇ ଏହାକୁ 6 ମାସ ଯାଏ ସେବନ କରନ୍ତୁ ।

3. ରକ୍ତସଞ୍ଚାଳନ ଭଲ କରେ :-

ସୁସ୍ଥ ଜୀବନ ପାଇଁ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହେବା ଜରୁରୀ ହୋଇଥାଏ , କାରଣ ରକ୍ତ ମାଧ୍ୟମରେ ବିଭିନ୍ନ ପୋଷକ ତତ୍ତ୍ୱ ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପାଖରେ ପହଞ୍ଚିଥାଏ । ତେଣୁ ଶରୀରର ରେ ରକ୍ତ ସଞ୍ଚାଳନ ଠିକ ନଥାଏ ତେବେ ଶରୀରରେ ପୋଷକ ତତ୍ତ୍ୱ ଅଭାବ ହୋଇଯାଇଥାଏ । ଯଦି ଆପଣ ମାନେ ପ୍ରତିଦିନ ରାତିରେ ଏକ ଗ୍ଲାସ କ୍ଷୀର ବା ଉଷମ ପାଣିରେ 2ଟି ଗୁଜୁରାତି ଚୂର୍ଣ୍ଣ କରି ତାହାକୁ ସେବନ କରିବେ , ତେବେ ଏହା ରକ୍ତକୁ ସଫା କରିବା ସହିତ ରକ୍ତ ସଞ୍ଚାଳନ ମଧ୍ୟ ଭଲ କରିଥାଏ ।

4. ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରେ :-

ଗୁଜିରାତି ପୁରୁଷ ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ , ପୁରୁଷଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା ହ୍ରାସ ହେବା ଯୋଗୁଁ ନପୁଂସକ ସମସ୍ୟା ଦେଖା ଯାଇଥାଏ । ଯଦି ଆପଣ ଗୁଜରାତିର ସେବନ କରୁଛନ୍ତି , ତେବେ ଏହା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିଥାଏ । ତେଣୁ ପ୍ରତିଦିନ ରାତିରେ ଏକ ଗ୍ଲାସ କ୍ଷୀରରେ ଗୁରୁରାତି ଗୁଣ୍ଡ ମିଶାଇ ସେବନ କରିବା ଉଚିତ ।

5. ଅନିଦ୍ରା ଦୂର କରେ :-

ଅଧିକାଂଶ ଲୋକ ରାତିରେ ମୋବାଇଲ କିମ୍ୱା ଲ୍ୟାପଟପ୍ ବ୍ୟବହାର କରିବା ଯୋଗୁଁ ମସ୍ତିଷ୍କ ଶାନ୍ତ ହୋଇ ପାରି ନଥାଏ । ତେଣୁ ରାତିରେ ବେଡ୍ ରେ ପଡିରହିଲେ ମଧ୍ୟ ଘଣ୍ଟା ଘଣ୍ଚା ଧରି ନିଦ ହୋଇ ନଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜିଠାରୁ ପ୍ରତିଦିନ ଶୋଇଲାବେଳେ ଏକ ଗ୍ଲାସ କ୍ଷୀରରେ ଅଧା ଚାମଚ ଗୁଜରାତି ଗୁଣ୍ଡ ପକାଇ ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।