ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।ତେବେ ବର୍ତ୍ତମାନ ଚୋରି କରିବା ପାଇଁ ବି ଲୋକମାନେ ଏହିପରି ସବୁ ଉପାୟ ବାଛିଲେଣି ଯାହା ବିଷୟ ରେ ଆପଣ ଜାଣିଲେ ମୁଣ୍ତ ରେ ହାତ ଦେବେ। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ସାମ୍ନା କୁ ଆସିଛି ଉଦଳା ପୋଲିସ ଷ୍ଟେସନ ରୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
ସୂଚନାଯୋଗ୍ୟ ଯେ, ଦିର୍ଘ ଦିନ ଧରି ରାତି ରେ ଭାଲୁ ହୋଇ ଲୋକଙ୍କ ଘରେ କଳାକନା ବୁଲାଉ ଥିଲେ। କିନ୍ତୁ କଥା ରେ ଅଛି କି ଚୋର ଘର ବେଶି ଦିନ ଅନ୍ଧାର ରେ ରହେ ନାହିଁ, ଠିକ ସେହିଭଳି ଆଜି ଏହି ମଣିଷ ରୂପୀ ଭାଲୁ ପଡିଯାଇଛି ପୋଲିସ ହାବୁଡ଼ ରେ ଆଉ ସାମ୍ନା କୁ ଆସିଛି ତାଙ୍କର ଅସଲ ଚେହେରା।ତେବେ ଯାହା ଜଣା ପଡ଼ିଛି କି ଆଜି ଉଦଳା ପୋଲିସ କପ୍ତିପଦା ର ଏକ ଅଞ୍ଚଳ ରୁ ଚାରି ଜଣ ଚୋର ଙ୍କୁ ଗିରଫ କରିଛି ଯେଉଁ ମାନେ କୁ ଅନେକ ଦିନ ରୁ ଘର ଘର ବୁଲି ଚୋରି କରି ଆସୁଥିଲେ।
ତେବେ ସୂଚନା ଅନୁସାରେ, ଏହି ଚାରି ଜଣ ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ର ମାତ୍ର ପ୍ରାୟ ଦୀର୍ଘ ଦିନ ହେବ ସେମାନେ ମୟୁରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା ର ଅନେକ ଗ୍ରାମ ରେ ଘରେ ପଶି ଚରି କରୁଥିଲେ। ତେବେ ଚୋରି କରିବା ପାଇଁ ସେମାନେ ଭାଲୁ ର ମୁଖା କୁ ପିନ୍ଧୁଥିଲେ ଏବଂ ଲୋକଙ୍କ ଘର ର କାନ୍ଥ କୁ ଭାଙ୍ଗି ଘରେ ପଶି ଧାରୁଆ ଅସ୍ତ୍ର ଦେଖାଇ ଲୋକଙ୍କୁ ଡ଼ରେଇ ଧମକେଇ ଚୋରି କରୁଥିଲେ। ତେବେ ଏହିପରି ସେମାନେ ଅନେକ ଦିନ ରୁ କରି ଆସୁଥିଲେ , ପୋଲିସ ମଧ୍ୟ ଅନେକ ଚେଷ୍ଟା କରିବା ପରେ ବି ଏମାନ ଙ୍କୁ ଧରିବା ରେ ସକ୍ଷମ ହେଉ ନଥିଲା।
ମାତ୍ର ଆଜି କପ୍ତିପଦା ଅଞ୍ଚଳ ରୁ ଏହି ଚୋର ଗ୍ୟାଙ୍ଗ ଚୋରି କରିବାକୁ ଯାଇଥିବା ବେଳେ ଉଦଳା ପୋଲିସ ଏହାର ଖବର ପାଇଥିଲା ଆଉ ସଂଗେ ସଂଗେ ଚୋର ଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ତେବେ ଯୋଜନା ଅନୁସାରେ ସମସ୍ତ ଚୋର ଙ୍କୁ ସେମାନେ ଧରିବା ପାଇଁ ଚେଷ୍ଟା କରିଥିଲେ ହିଁ ଜଣେ ସେଠାରୁ ଖସିଯିବା ରେ ସକ୍ଷମ ହୋଇ ଥିଲା ମାତ୍ର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ମଧ୍ୟ ଜଣେ ବ୍ୟକ୍ତି ନିଜ ମୁଁହ ରେ ଭାଲୁ ର ମୁଖା ପିନ୍ଧିଥିବା ର ଦେଖିବା କୁ ମିଳିଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।