ରାତିରେ ଚୋରି କରୁଥିବା ଟଙ୍କାକୁ ରୋଗୀଙ୍କ ସେବା ଓ ଗରିବ ପିଲାଙ୍କ ପାଠପଢ଼ା ଆଦି ମହତ କାମରେ ଲଗାଉଥିଲା ଏହି ଚୋର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ଆଜିକାଲି ଲୁଟ୍ ଡକାୟତି ର କାହାଣୀ କିଛି କମ୍ ନୁହଁ। ପ୍ରତିଦିନ ଏଭଳି ଘଟଣା ଅନେକ ମାତ୍ରାରେ ଦେଖିବାକୁ ମିଳୁଛି। ରାତ୍ରି ସମୟରେ ଲୁଟେରା ମାନେ ତାଙ୍କର କଳା କାରନାମା ମାନ ଆରମ୍ଭ କରି ଦିଅନ୍ତି। ବଡ଼ ବଡ଼ ସହର ମାନଙ୍କରେ ବଡ଼ ବଡ଼ିଆଙ୍କୁ ଟାର୍ଗେଟ କରନ୍ତି ଏହି ଲୁଟେରା ମାନେ। ପ୍ରାୟତଃ ସେମାନଙ୍କ ଆଖି ଆଗରେ କବଜା ରେ ରହିଥାନ୍ତି କୋଟି ପତି ଏବଂ ଧନୀ ଶ୍ରେଣୀୟ ଲୋକ।

ଏହି ଚୋରା ମାନେ ଧନ ରତ୍ନ, ସୁନା ଅଳଙ୍କାର ସବୁକିଛି ଗାଏବ କରି ଦିଅନ୍ତି ସମସ୍ତଙ୍କ ଆଢୁଆଳରେ।ତେବେ ଦିଲ୍ଲୀର କିଛି ଅଞ୍ଚଳରେ ଏବେ ଏମିତି ଆତଙ୍କ ରଚିଛନ୍ତି କିଛି ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ଲୁଟ୍ ର ପ୍ରକ୍ରିୟା ରେ ଭୟଭୀତ ଦିଲ୍ଲୀ ବାସୀ।

ଚତୁରତାର ସହ ଘରୁ କଳା କନା ବୁଲାଇବା ରେ ସଫଳ ହେଉଛନ୍ତି ଏହି ଲୁଟେରା ମାନେ। ତେବେ ଆପଣ ତ ଅନେକ ଲୁଟ୍ ର ଭୟାନକ କାହାଣୀ ବିଷୟରେ ଶୁଣିଥିବେ। ଆମେ ଆଜି ଆପଣଙ୍କୁ ଏମିତି ଏକ କାହାଣୀ ବା ଘଟଣା ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ଭୟଭୀତ ହେବା ସହ ସାବାସି ମଧ୍ୟ ଦେବେ ଏଭଳି ଲୁଟ୍ କୁ। କାରଣ ଲୁଟେରା ଗ୍ୟାଙ୍ଗର ଲୁଟ ପରେ ଉକ୍ତ ଟଙ୍କା ଓ ଅଳଙ୍କାରକୁ ଯେଭଳି କାମରେ ଲଗାନ୍ତି ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହା ଏକ ସିନେମା କାହାଣୀ ବୋଲି ଲାଗୁଥିଲେ ମଧ୍ୟ ବାସ୍ତବରେ ଏପରି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ ଏବଂ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିବାରେ ଲାଗିଛି।

ତେବେ ଆମେ ଯେଉଁ ଚୋର ବିଷୟରେ କହୁଚୁ ତାର ନାମ ମହମ୍ମଦ ଇରଫାନ, ଯିଏକି ବିହାରରେ ରବିନହୁଡ ନାଁରେ ବେଶ ପରିଚିତ ଅଟେ।ଏବେ କୁହା ଯାଉଛି କି ଦିଲ୍ଲୀରେ ରିପିଟ୍ ହୋଇଛି ହଲିଉଡର ରବିନହୁଡ କାହାଣୀ। କାରଣ ସେହିଭଳି ରାତିର କିଟମିଟ ଅନ୍ଧାରରେ ଲୁଟେରା ସାଜୁଥିବା ଲୋକ ଦିନର ଆଲୁଅରେ ଚୋରି କରିଥିବା ଟଙ୍କାରେ ଗରିବଙ୍କ ସେବା କରୁଛି ଆଉ ଗରିବଙ୍କ ଆଖିରେ ଭଗବାନ ସାଜୁଛି ତାଙ୍କର ସାହାଯ୍ୟ କରି। ଆଉ ଏହି ଚୋର ଏବେ ଦିଲ୍ଲୀର ନ୍ୟୁଫ୍ରେଣ୍ଡସ କଲୋନୀ, ଜାମିଆନଗର, ଲାଜପତନଗର ଆଦି ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଚି ତାର କଳା କାରନାମା ପାଇଁ।

ଆଉ ଏବେ ସନ୍ଧାନ କ୍ରମେ ବିହାର ସୀତାମରହୀ ଅଞ୍ଚଳରୁ ରବିନହୁଡ଼ କୁହା ଯାଉଥିବା ଇରଫାନକୁ ଗିରଫ କରିଚି ଦିଲ୍ଲୀ ପୁଲିସ।ଆଉ ଗିରଫ ବେଳେ ତା ପାଖରୁ ପୋଲିସ୍ ପିସ୍ତଲ ସହ ସୁନା, ହୀରାର ଅଳଙ୍କାର ଏବଂ ବିପୁଳ ମାତ୍ରାରେ ଟଙ୍କା ଓ ଗାଡି ମଧ୍ୟ ଜବତ କରିଛି।ତେବେ ଇରଫାନ୍ ଅନେକ ଦାମୀ ଦାମୀ ଗାଡ଼ି ଚଢ଼ୁ ଥିବାର ସଉକ ରଖୁଥିଲା ଏହି ଚୋରି ଟଙ୍କାରେ ସେସବୁ କିଣି ଯାହା ଏବେ ସାମ୍ନାକୁ ଆସିଛି ଏବଂ ଲୋକଙ୍କ ଭିତରେ ଏକ ଭୟ ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।