Jyotish Shastra- ଆଜି ରାତିରେ ଏହି ୧୧ଟିମହା ମନ୍ତ୍ର ଶଦ୍ଦ ଭଗବାନଙ୍କୁ କହିଦିଅନ୍ତୁ,ନିଜେ ଭୋଳାନାଥ କରିବେ ଆପଣକୁ ମାଲାମାଲ …

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣନ୍ତି ଯେ ରାତିରେ ଶୁଇବା ସମୟରେ ଆମର ବାହ୍ୟ ଶରୀର ଶୁଇ ଯାଇଥାଏ ମାତ୍ର ଆମର ସୁକ୍ଷ୍ମ ଶରୀର ଚେତନ ଅବସ୍ଥାରେ ଥାଏ |ଏହି ସୁକ୍ଷ୍ମ ଶରୀର ଓ ଭଗବାନଙ୍କ ଭିତରେ ସମ୍ପର୍କ ରହିଥାଏ, ତେଣୁ ମୁଁ ଆଜି ଆପଣକୁ ରାତିରେ ସୁଇବା ସମୟରେ କଣ କଲେ , କିପରି ଶୁଇଲେ ଓ କେଉଁ ନିୟମ ମାନିଲେ ଆପଣଙ୍କ ଜୀବନରେ ଅନେକ କିଛି ପରିବର୍ତନ ହେବା ସହିତ ଉନ୍ନତି ମଧ୍ୟ ହୋଇଥାଏ, ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ଶୁଇବା ନିୟମ ଗୁଡିକ କଣ ଏବଂ ଏହି ଗୁଡିକ କିପରି କରିବା, ଏ ବିଷୟରେ ଆଲୋଚନା କରିବା |
ଆପଣ ଜାଣିଛନ୍ତି ଯେ ଦାମ୍ପତ୍ୟ ଜୀବନରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ଏବଂ ତାଳ ମେଳ ରହିବା ନିହାତି ଆବଶ୍ୟକ |ତେଣୁ ଉଭୟ ଦମ୍ପତି ରାତିରେ ଶୁଇବା ସମୟରେ ସ୍ତ୍ରୀ ସବୁବେଳେ ସ୍ୱାମୀର ବାମ ପାର୍ଶ୍ୱରେ ଶୁଇବା ଉଚିତ, ଏପରି କଲେ ଆପଣଙ୍କ ପାରିବାରିକ ଜୀବନରେ ସୁଖ ଶାନ୍ତି ସର୍ବଦା ଲାଗି ରହିଥାଏ ଓ ପରସ୍ପର ମଧ୍ୟରେ ପ୍ରେମ ଭାବ ବୃଦ୍ଧି ପାଇଥାଏ |ବସ୍ତୁ ବିଜ୍ଞାନ ଅନୁସାରେ ପ୍ରତ୍ୟେକ ମଣିଷ ସବୁବେଳେ ଶୁଇବା ସମୟରେ ଉତ୍ତରକୁ ମୁଣ୍ଡ କରି ଶୁଇବା ଉଚିତ,ଏପରି ଶୁଇଲେ ଆପଣ ଜୀବନରେ ବହୁତ ଉନ୍ନତି କରିବେ |ଯଦି ବିଦ୍ୟାଥୀମାନେ କୌଣସି ପ୍ରଶ୍ନ ଉତ୍ତର ମନେ ରଖିପାରୁ ନାହାନ୍ତି ତେବେ ଉତ୍ତର ଦିଗକୁ ମୁଣ୍ଡ କରି ଶୁଇଲେ ବହୁତ ଲାଭ ମିଳିଥାଏ |ଆପଣ ଯଦି ଚାକିରୀ ପାଇଁ ଚାହୁଁଛନ୍ତି କିମ୍ବା ପ୍ରମୋସନ ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ଦେଖିବେ ଆପଣ ଇଚ୍ଛା ନିଶ୍ଚିତ ପୂରଣ ହେବ |
ଆପଣ ଯଦି ଶୁଇବା ପୂର୍ବରୁ ଗାୟତ୍ରୀ ମନ୍ତ୍ର ମନେ ମନେ ପାଞ୍ଚଥର ଜପ କରି ଶୁଅନ୍ତି ତେବେ ରାତ୍ରିରେ କିଛି ଖରାପ ସ୍ୱପ୍ନ ଆପଣକୁ ଛୁଇଁପାରେ ନାହିଁ |ଆପଣ ରାତ୍ରିରେ ପ୍ରତ୍ୟକଦିନ 11ଟା ପୂର୍ବରୁ ଶୁଅନ୍ତୁ ଏବଂ ସକାଳ 5ରେ ଉଠାନ୍ତୁ |ଏପରି କଲେ ଆପଣ ଜୀବନରେ ସର୍ବଦା ସଫଳତା ପ୍ରାପ୍ତ କରିଥାନ୍ତି ଏବଂ ଇତିହାସ ରଚିଥାନ୍ତି |ଶୁଇବା ପୂର୍ବରୁ ଆପଣ ଯଦି ନିଜର ଇଷ୍ଟଦେବତାଙ୍କୁ ସ୍ମରଣ କରି ଶୁଅନ୍ତି ତେବେ ଆପଣକୁ ଗହୀର ନିଦ ହେବା ସହିତ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ |
ଆପଣ ଶୁଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା ସମୟରେ ତାଙ୍କ ନାମକୁ ଏଗାର ଥର ଜପ କରି କୁହନ୍ତୁ ଯେ “ହେ ପ୍ରଭୁ ଇଚ୍ଛା ପୂରଣ କରନ୍ତୁ,ମତେ ଧର୍ମ ମାର୍ଗରେ ଚଲାନ୍ତୁ,ମୋ ଦ୍ଵାରା କୌଣସି ପାପ କେବେ ନହେଉ,ଆପଣ ସବୁବେଳେ ମୋର ସହାୟତା କରନ୍ତୁ,ଆପଣ ମୋର ମାର୍ଗଦର୍ଶକ ହୁଅନ୍ତୁ,ଆପଣ ହିଁ ମୋର ସବୁକିଛି,ଆପଣ ମୋର ସହାୟକ ଅଟନ୍ତି,ମୋର ସର୍ବଦା ଉନ୍ନତି କରନ୍ତୁ, ଆପଣ ମତେ ଆପଣଙ୍କ କୋଳରେ ଶୁଅନ୍ତୁ ଏବଂ ଗହୀର ନିଦ ଦିଅନ୍ତୁ, ଆପଣ ମୋର କଲ୍ୟାଣ କରନ୍ତୁ ଏବଂ ଶେଷରେ କୁହନ୍ତୁ ହେ ପରମଆତ୍ମ ଆପଣଙ୍କ ହାତ ମୋ ମଥା ଉପରେ ସର୍ବଦା ରହିଥାଉ |”ଏହି ଏଗାରଟି କଥା ଆପଣ ଭଗବନକୁ ଜଣାଇ ଶୁଇଲେ ଆପଣଙ୍କ କଥା ଭଗବାନ ଶୁଣନ୍ତି ଏବଂ ଆପଣଙ୍କ ଉପରେ ଅପାର କୃପା ମଧ୍ୟ୍ୟ କରିଥାନ୍ତି ଏବଂ ଆପଣ ଜୀବନ ସୁଖ ଶାନ୍ତିରେ କାଟିଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment