ରାତିରେ ଶୋଇବା ପୂର୍ବରୁ 2 ଥର ଜପ କରନ୍ତୁ ହନୁମାନଙ୍କର ଏହି 2 ବଜ୍ର ମନ୍ତ୍ରକୁ,ଗୋଟିଏ ଘାଣ୍ଟରେ ଦେଖନ୍ତୁ ଚମତ୍କାର – Sadhu Bani

ହନୁମାନ ଆମ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଦେବତା। ନିଜର ଶକ୍ତି ଆଉ ଭକ୍ତି ପାଇଁ ଶ୍ରୀ ହନୁମାନଙ୍କ ନାମ ଯୁଗ ଯୁଗ ପାଇଁ ଅମର ହୋଇ ରହିଛି। ହନୁମାନଙ୍କୁ ପବନ ପୁତ୍ର, ବଜରଙ୍ଗ ବଳି, କେଶରୀ ନନ୍ଦନ , ସଙ୍କଟ ମୋଚନ, ମହାବୀର ଇତ୍ୟାଦି ନାମ ରେ ଆମେ ଡ଼ାକି ଥାଉ। ଭଗବାନ ଶ୍ରୀରାମଙ୍କର ହନୁମାନ ବହୁ ପ୍ରିୟ ଅଟନ୍ତି। ଆଉ ଭଗବାନ ଶ୍ରୀରାମ ହନୁମାନଙ୍କୁ ଖୁବ୍ ବିଶ୍ଵାସ କରୁଥିଲେ।ହନୁମାନ ଶ୍ରୀରାମଙ୍କର ପରମ ଭକ୍ତ ଅଟନ୍ତି। ଏବଂ ସେ ତାଙ୍କର ପ୍ରତ୍ୟେକ ଆଜ୍ଞାର ପାଳନ କରୁଥିଲେ। ଏହା ସହିତ ଶ୍ରୀ ହନୁମାନ ବହୁ ପରାକ୍ରମର ଅଧିକାରୀ ଯାହା ପୁରାଣରେ ଉଲ୍ଲେଖ କରା ଯାଇଛି।

ତେବେ ଶ୍ରୀ ହନୁମାନ ତାଙ୍କ ଭକ୍ତ ମାନଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି। ଆଉ ବିପଦରେ ପଡ଼ିଥିବା ଭକ୍ତ ମାନଙ୍କୁ ଆସି ସଙ୍କଟରୁ ରକ୍ଷା କରା କରିଥାନ୍ତି। ତେବେ ଆମ ଶାସ୍ତ୍ରରେ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିବାର କିଛି ସହଜ ଓ ସରଳ ଉପାୟ ମାନ କୁହା ଯାଇଛି ଯାହାକୁ ପାଳନ କଲେ ମନୁଷ୍ୟ ଜୀବନରେ ଦୁଃଖ ନାଶ ହୋଇଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିବାର ଦୁଇଟି ମନ୍ତ୍ର କହିବାକୁ ଯାଉଛୁ। ଯାହାକୁ ଆପଣ ଶୋଇବା ପୂର୍ବରୁ ଜପ କରିବା ପାଇଁ ପଡ଼ିବ।ଆପଣ ରାତିରେ ଶୋଇଲା ପୂର୍ବରୁ ଏହି ମନ୍ତ୍ର କୁ ଏହି ୩ ଥର ଜପ କରନ୍ତୁ ଓଠରେ ଉଚ୍ଚାରଣ ନକଲେ ବି ନିଜ ମନ ଭିତରେ ଏହି କଥାକୁ ଉଚ୍ଚାରଣ କରି ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ମନ୍ତ୍ର ଯାହା ଜପିବା ଦ୍ଵାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ।


ତେବେ ଆପଣ ଶୋଇବା ସମୟରେ ଯଦି ଆପଣଙ୍କ ମନ ଭିତରର କୌଣସି ପ୍ରଶ୍ନ ଆପଣଙ୍କୁ ଆନ୍ଦୋଳିତ କରୁଛି ଆପଣଙ୍କ ମନର ଇଛା ପୂରଣ ହୋଇପାରୁ ନାହିଁ ତେବେ ହନୁମାନଙ୍କ ଚାଳିଶା ମଙ୍ଗଳବାର ଓ ଶନିବାର ପାଠ କରନ୍ତୁ।ତେବେ ହନୁମାନଙ୍କ ଏହି ଦୁଇଟି ମନ୍ତ୍ର ରହିଛି ଯାହାକୁ ଆପଣ ଏହି ଦିନରେ ପାଠ କଲେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

୧.ପ୍ରଥମ ମନ୍ତ୍ରଟି ହେଉଛି ଭୂତ ପିଶାଚ ନିକଟ ନହିଂ ଆରୈ ମହାବୀର ଜବ ନାମ ସୁନାରୈ। ଏହି ମନ୍ତ୍ର ଟିକୁ ଜପ କରିବା ଦ୍ୱାରା ମନରେ କୌଣସି ପ୍ରକାର ଭୟ ରହି ନଥାଏ ।

୨.ଦ୍ୱିତୀୟ ମନ୍ତ୍ରଟି ହେଉଛି ,ନାସୈ ରୋଗ ହରୈ ସବ ପୀରା ଜବତ ନିରନ୍ତର ହନୁମତବୀର ।। ଏହି ମନ୍ତ୍ର ଟିକୁ ଜପ କରିବା ଦ୍ୱାରା ଶରୀରର ସମସ୍ତ ରୋଗ ଦୂର ହୋଇଥାଏ ।

ତେବେ ଆପଣଙ୍କୁ ଏହି ଦୁଇ ମନ୍ତ୍ର କୁ ମଙ୍ଗଳବାର ଓ ଶନିବାର ଦିନ ନିରନ୍ତର ଭାବେ ଜପ କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment