ଆଜିର ସମାଜରେ ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଦୁଃଖ ସର୍ବଦା ଲାଗିରହିଥାଏ , ଏହା ପରେ ମଧ୍ୟ ମଣିଷ ତାର କର୍ତ୍ତବ୍ୟ କରିବାରେ କେବେହେଲେ ଅବହେଳା କରି ନଥାଏ । ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ସୁଖ ସ୍ୱଛନ୍ଦରେ ରହିବା ପାଇଁ ଅନେକ ପରିଶ୍ରମ କରୁଥିଲେ ମଧ୍ୟ ସେମାନଙ୍କୁ ଆଶା ମୁତାବକ ଫଳ ପ୍ରାପ୍ତ ହୋଇ ନଥାଏ । ସର୍ବଦା ଧନର ଅଭାବ ଲାଗିରହିଥାଏ ଏବଂ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । କୁହାଯାଏ କି ସବୁବିଧା ରହିଥାଲେ ତାହାର ମଧ୍ୟ ସାମାଧାନର ରାସ୍ତା ରହିଥାଏ , ଯଦି ଆପଣ ମାନଙ୍କ ଠାରେ ଏହି ପରି ସମସ୍ୟା ଦେଖାଯାଉଛି ତେବେ ଏହି ସହଜ ଉପାୟ ମାଧ୍ୟମରେ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରି ପାରିବେ ।
ଆପଣ ମାନଙ୍କୁ ହନୁମାନ ଚାଳିଶା ମାଧ୍ୟମରେ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କୁ ସମସ୍ତ ପ୍ରକାର ଅସୁବିଧା ଦୂର କରିବା ସହିତ ଆପଣଙ୍କ ଜୀବନରେ ସୁଖ ଭରିଦେବ । ହନୁମାନଙ୍କ ସମ୍ପର୍କରେ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ କି ହନୁମାନ ଶିବଙ୍କର ଏକ ଅଂଶ ବିଶେଷ ଅଟନ୍ତି । ପିଲା ଦିନେ ସେ ସୂର୍ଯ୍ୟ ଦେବଙ୍କୁ ଫଳ ଭାବି ଖାଇବା ପାଇଁ ଆକାସ ମାର୍ଗକୁ ଯାଇଥିଲେ ଏହା ଦେଖି ଇଦ୍ରଦେବ ତାଙ୍କ ଉପରେ ପ୍ରହାର କରିଥିଲେ । ହନୁମାନ ଭୂମିରେ ମୂର୍ଚ୍ଛିତ ହୋଇ ପଡି ଯାଇଥିଲେ ଏବଂ ପରେ ସେଠାରେ ସମସ୍ତ ଦେବତା ଗଣ ଉପସ୍ଥିତ ହୋଇ ହନୁମାନ ଶିବଙ୍କର ଅନ୍ୟ ଏକ ଅବତାର ଜାଣି ପାରିଥିଲେ । ତେଣୁ ତାଙ୍କୁ ସମସ୍ତ ଦେବତା ମାନେ ଐଶର୍ଯ୍ୟ ଶକ୍ତିର ବରଦାନ ଦେଇଥିଲେ ।
ଯେଉଁ ବ୍ୟକ୍ତି ହନୁମାନଙ୍କର ଚାଳିଶା ମଙ୍ଗଳବାର ଓ ଶନିବାର ଦିନ ପାଠ କରେ ତାଙ୍କ ଉପରେ କୌଣସି ପ୍ରକାର ବିପଦ ଆସି ନଥାଏ । ତେବେ ହନୁମାନ ଚାଳିଶାର ଏମିତି ଏକ ମନ୍ତ୍ର ରହିଛି ଯାହାକୁ ଆପଣ ଏହି ଦିନରେ ପାଠ କଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେହି ମନ୍ତ୍ର ଟି ହେଉଛି ଭୂତ ପିଶାଚ ନିକଟ ନହିଂ ଆରୈ ମହାବୀର ଜବ ନାମ ସୁନାରୈ ।। ଏହି ମନ୍ତ୍ର ଟିକୁ ଜପ କରିବା ଦ୍ୱାରା ମନରେ କୌଣସି ପ୍ରକାର ଭୟ ରହି ନଥାଏ , ତେବେ ଦ୍ୱିତୀୟ ମନ୍ତ୍ରଟି ହେଉଛି , ନାସୈ ରୋଗ ହରୈ ସବ ପୀରା ଜପତ ନିରନ୍ତର ହନୁମତବୀର ।। ଏହି ମନ୍ତ୍ର ଟିକୁ ଜପ କରିବା ଦ୍ୱାରା ଶରୀରର ସମସ୍ତ ରୋଗ ଦୂର ହୋଇଥାଏ ।
ତେଣୁ ଆପଣମାନେ ଯଦି ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ମଧ୍ୟ ମଙ୍ଗଳବାର ବା ଶନିବାର ଦିନ ଏହି ମନ୍ତ୍ର 2 ଟି ନିରନ୍ତର ଭବାରେ ଜପ କରନ୍ତୁ । ଆପଣଙ୍କ ଠାରୁ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସହିତ ମନରେ ଭୟ ମଧ୍ୟ ଦୂର ହେବ । ଶରୀରର ସମସ୍ତ ପ୍ରକାର ରୋଗ ରହିଥିଲେ ତାହା ମଧ୍ୟ ଦୂର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।