ଦେଖନ୍ତୁ viral ଭିଡ଼ିଓ : ରାତି ହେଲେ ମୁଁ ଭାଲୁ ହୋଇଯାଏ ! ଏବେ ପୋଲିସ ହାତରେ ସେହି ଭାଲୁ…ଦେଖିଲେ ଆଶ୍ଚର୍ଯ୍ୟ ହେବେ..

ଭାଲୁ ବେଶରେ ଲୁଟେରା। ଦିନରେ ମଣିଷ ଆଉ ରାତିରେ ଭାଲୁ ସାଜି କରୁଥିଲେ ଲୁଟ। ମୁହଁରେ ଭାଲୁ ମୁଖା ଦେଇ ଏମାନେ ଯେଉଁ କାଣ୍ଡ କାରନାମା କରୁଥିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ କାରଣ ହାତରେ ଶାବଳ ଛୁରୀ ଧରି ଆସୁଥିଲେ ଆଉ ଘର କାନ୍ଥ ତାଡୁ ଥିଲେ। ଆଉ ମୁଁହରେ ମୁଖା ପିନ୍ଧି ଘଟଣା ସ୍ଥଳରୁ ସହଜରେ ଚଂପଟ ମାରୁଥିଲେ।

ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦିନ ହେବ ଚାରି ଜିଲ୍ଲା ରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରା ମାନେ। ଭିନ୍ନ ଭିନ୍ନ ତରିକା ରେ କରି ଚାଲିଥିଲେ ଲୁଟ। ମୁଁହ ରେ ଭାଲୁ ମୁଖା ପିନ୍ଧି ଥିବାରୁଟ ସହଜରେ ଚିହ୍ନି ମଧ୍ୟ ପାରୁ ନଥିଲେ। ଉଦଳା ଥାନା ବରବାଡି କେନାଲ ଛକ ନିକଟରେ ବିଳମ୍ବିତ ରାତିରେ ଲୁଟ୍ ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ଚଢାଉ କରିଥିଲା ଉଦଳା ପୋଲିସ୍। ପୋଲିସ୍ ର ଅଚାନକ ଚଢ଼ାଉ ପରେ ଘଟଣା ସ୍ଥଳରୁ ଜଣେ ଲୁଟେରା କୌଶଳ କ୍ରମେ ଖସି ଯାଇ ଥିବା ବେଳେ ବାକି ଚାରି ଜଣ ଲୁଟେରାଙ୍କୁ ଗିରଫ କରିଛି ଉଦଳା ପୋଲିସ୍।

ତେବେ ଏହି ଭାଲୁ ମୁଖା ଲୁଟେରା ମାନେ ଭଦ୍ରକ ଜିଲ୍ଲା ଅଂଚଳର ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୂରଭଞ୍ଜ, ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ତରାଜ ଜାରି ରଖି ଥିଲେ ଲୁଟେରା ମାନେ। ତେବେ ପୋଲିସ୍ ଏମାନଙ୍କୁ ଧରିବା ପରେ ସେମାନେ ଲୁଟ୍ କରିବା ନିମନ୍ତେ ବ୍ୟବହାର କରୁଥିବା ଶାବଳ, ଛୁରୀ, ପ୍ଲାସ୍ ସମେତ ୫ ଗୋଟି ମୋବାଇଲ ଏବଂ ଅନେକ ମାରଣାସ୍ତ୍ର ପୋଲିସ୍ ଜବତ କରିଛି ।

ତେବେ ଗିରଫ ହୋଇ ଥିବା ଲୁଟେରା ମାନେ ହେଲେ ଚଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଏବଂ ଚଗୁଲୁ ମୁଣ୍ଡା। ଏହି ଲୁଟେରାମାନେ ପୂର୍ବରୁ ଉଦଳା, କପ୍ତିପଦା ଅଂଚଳ ରେ ହୋଇ ଥିବା ବିଭିନ୍ନ ଘରୁ ସିନ୍ଧି କରି ଲୁଟ୍ ଘଟଣାରେ ସଂପୃକ୍ତ ରହିଥିବାର ପୋଲିସ୍ କହିଛି। ଏହା ସହିତ ଲୁଟେରାମାନେ ଲୁଟ୍ କରିବା ପରେ ମୁହଁରେ ମୁଖା ପିନ୍ଧି ଘଟଣା ସ୍ଥଳରୁ ସହଜରେ ଖସି ଯାଉଥିଲେ। ଏହି ଲୁଟେରାମାନେ ଆନ୍ତଃଜିଲ୍ଲା ଲୁଟେରା ହୋଇ ଥିବା ବେଳେ ଏହା ଗୋଟିଏ ର‌୍ୟାକେଟ୍ ହୋଇଥିବା ପୋଲିସ୍ ଅନୁମାନ କରି ତଦନ୍ତ ଜାରି ରଖିଛି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗିରଫ ସମସ୍ତ ଲୁଟେରା ଙ୍କ ପାଖା ପାଖି ବୟସ ୧୯ ବର୍ଷରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ପୂର୍ବରୁ ଏହି ଲୁଟେରା ମାନେ ଅନେକ ବାର ଲୁଟ୍ କରି ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛନ୍ତି। ଆଉ ଜେଲ୍ ରୁ ଆସି ପୁଣି ଥରେ ଆରମ୍ଭ କରିଥିଲେ ଲୁଟପାତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment