ରିଅଲ ସିଙ୍ଘମ୍ ସମୀର ୱାଙ୍ଖଡେ , ଯାହାର ନାଁ ଶୁଣିଲେ ଥରହର ବଲିଉଡ୍, ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

ବଲିଉଡ ର ସବୁଆଡେ ଗୋଟିଏ ନା ଏବଂ ଗୋଟିଏ ଚର୍ଚ୍ଚା ସେ ହେଉଛନ୍ତି ସମୀର ୱାଙ୍ଖଡେ , ଯାହାର ନାଁ ଶୁଣିଲେ ଥରହର ହେଉଛି ବଲିଉଡ୍ । କେତେ ବଡ ବଡ ଷ୍ଟାର ମାନଙ୍କୁ ସେ ପାଣି ପିଆଇ ଦେଇଛନ୍ତି , ଭୁଲ ଥିଲେ କିଛି ମଧ୍ୟ ଶୁଣନ୍ତି ନାହିଁ ଇମିଡିଏଟ୍ ଆକ୍ସନ ନେଇଥାନ୍ତି । ତାଙ୍କୁ ଏବେ ବଲିଉଡର ରିଏଲ ସିଙ୍ଗକ କୁହାଯାଉଛି , ମୁମ୍ୱାଇ ଡ୍ରକ୍ସ ପାଟିରେ ସାମିଲ ହେବା ଅଭିଯୋଗରେ ଆରିୟନ ଖାନ୍ ଗିରଫ ହୋଇଛନ୍ତି । ତାଙ୍କୁ 14 ଦିନିଆ ରିମାଣ୍ଡକୁ ପଠାଇ ଦିଆଯାଇଛି , ଆରିୟନ ଙ୍କୁ ଗିରଫ୍ କରିଥିବା ୱାଙ୍ଖଡେ କରିଥିଲେ ଫୀଲ୍ମି ଷ୍ଟାଇଲ ରେ ଏଣ୍ଟ୍ରି । ଯାତ୍ରୀ ହୋଇ ସେ ପାଟି କୁ ଯାଇ ଆରିୟନ କୁ ଧରିଥିଲେ ।

ଏହା ପୂର୍ବରୁ ମଧ୍ୟ ଆପଣ ମାନେ ନିଶ୍ଚୟ ଶୁଣିଥିବେ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ସମୟରେ ବଲିଉଡ ରେ ଡ୍ରକ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ସେ ସମୟରେ ମଧ୍ୟ ଚର୍ଚ୍ଚାରେ ଥିଲେ ସମୀର , ତେବେ ବଲିଉଡ଼୍ କୁ ଥରଉ ଥିବା ସେହି ସମୀର ୱାଙ୍ଖଡେ କିଏ । ତେବେ ଆସନ୍ତୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ।

ମହାରାଷ୍ଟ୍ର ରେ ରହୁଥିବା ସମୀର 2008 ବ୍ୟାଚର ଆଇ.ଆର.ଏସ ଅଫିସର । ପ୍ରଥମ ପୋଷ୍ଟିଙ୍ଗ ମୁମ୍ୱାଇର ଛତ୍ରପତି ଶିବାଜୀ ଇଣ୍ଟରନେସନାଲ ଏୟାରପୋର୍ଟରେ ରେ ଡେପୁଟି କଷ୍ଟମ କମିସନର ଭାବେ ହୋଇଥିଲା । ଏହାପରେ ତାଙ୍କୁ ନାରକୋଟିସ କଣ୍ଟ୍ରୋଲ ବ୍ୟୁରୋ କୁ ପଠାଇ ଦିଆଯାଇଥିଲା । ସମୀର 2 ବର୍ଷ ଭିତରେ ପାଖାପାଖି 17 କୋଟି ଟଙ୍କା ନିଶା ଓ ଡ୍ରକ୍ସ ରାକେର୍ଟ ର ପର୍ଦ୍ଦାଫାସ କରିଛନ୍ତି । ସମୀର ଜଣେ ସଚ୍ଚୁଟ ମଣିଷ ଡ୍ୟୁଟି କଥା ପଡିଲେ ତାଙ୍କୁ କୌଣସି କଥାର ଫରକ୍ ପଡେନି । ଡ୍ୟୁଟି ସମୟରେ ସାମ୍ନାରେ କିଏ ଅଛି ତାଙ୍କୁ ଫରକ୍ ପଡେନି , ସେ 14 ଡିସେମ୍ୱର 1979 ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ।

ସମୀର ଅଭିନେତ୍ରୀ କ୍ରାନ୍ତି ରେକର ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇ ଝିଅ ଜିଆ ଓ ଜ୍ୟାଦା । ସୋସିଆଲ ମିଡିଆରେ ସେ ଖୁବ୍ କମ ଆକ୍ଟିଭ ରୁହନ୍ତି , ସମୀର ଙ୍କ ନେତୃତ୍ୱରେ ଏନସିବି ଅନେକ ରେଡ୍ କରିଛି । ନିକଟରେ ସେ ସାହାରୁଖ ଙ୍କ ପୁଅ ସମେତ ଅନେକ ଙ୍କୁ ଗିରଫ୍ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ସମୟରେ ବଲିଉଡ୍ ଡ୍ରକ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିଥିଲା । ସେହି ଘଟଣାରେ ରିୟା ଚକ୍ରବତୀ , ଦୀପିକା ପାଦୁକନ , ରକୁନ ପ୍ରିତ ଏମିତି ଅନେକ ସେଲିବ୍ରେଟି କୁ ପାଣି ପିଆଇ ଦେଇଥିଲେ । ଏହାଛଡା କମେଡୀ ନାୟିକା ଭାରତୀ ଙ୍କ ଘରୁ ମଧ୍ୟ ଡ୍ରକ୍ସ ଜବତ୍ କରିଥିଲେ । ୱାଙ୍ଖଡେ ଟିକସ ମାଗିବା ପାଇଁ ଅନେକ ସେଲିବ୍ରେଟି ଙ୍କୁ ଗିରଫ୍ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment