ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେଉଛି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଛାତି ଥରା ଦୃଶ୍ୟ ର ଏକ ଭିଡ଼ିଓ | ତେବେ ମିଳିଥିବା ସୂଚନା ଅନୁଯାୟୀ ତାଞ୍ଜାନିଆର ବିମାନବନ୍ଦରରେ ଅବତରଣ କରିବା ସମୟରେ ହ୍ରଦକୁ ଖସିପଡିଛି ଯାତ୍ରୀବାହୀ ବିମାନ | ବୁକୋବାରେ ଅବତରଣ କରିବାକୁ ଯାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ବିମାନବନ୍ଦର ନିକଟ ଭିକ୍ଟୋରିଆ ହ୍ରଦରେ ଖସିପଡିଥିବା ସୂଚନା ରହିଛି | ତେବେ ବିମାନଟି ବୁକୋବା ଭିଆ ମୱାନଜା ଦେଇ ଡାର ଏସ ସଲାମରୁ ଯାଉଥିଲା ଉଲ୍ଲେଖନୀୟ କଥା ହେଉଛି ବୁକୋବା ବିମାନବନ୍ଦରରେ ରନୱେର ଏକ ଅଂଶ ଆଫ୍ରିକାର ବୃହତ୍ତମ ହ୍ରଦ ଭିକ୍ଟୋରିଆ ହ୍ରଦ ପାଖରେ ଅଛି | ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା | ଆଉ ଯେଉଁ ଘଟଣା ବର୍ତ୍ତମାନ ଭାଇରାଲ ହେଉଛି, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ସୂଚନା ଅନୁଯାୟୀ ତାଞ୍ଜାନିଆର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିମାନରେ 43 ଜଣ ଯାତ୍ରୀ ଥିଲେ | ଏଥି ସହିତ ଏହି ଦୁର୍ଘଟଣାରେ 19 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି | ଏହା ସହିତ 26 ଜଣଙ୍କୁ ଉଦ୍ଧାର କରାଯାଇଛି,ତେବେ ଘଟଣାରେ ତାଞ୍ଜାନିଆର ପ୍ରଧାନ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ସ୍ଥାନୀୟ ମତ୍ସ୍ୟ ଜୀବୀ ମାନଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟଜିତ କରିଛନ୍ତି | ସୂଚନାନୁଯାୟୀ ତାଞ୍ଜାନିଆର କାଗେରା ଅଞ୍ଚଳର ବୁକୋବାସ୍ଥିତ ଭିକ୍ଟୋରିଆ ହ୍ରଦରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି | ତେବେ ବିମାନ ଟି ହ୍ରଦ ରେ ଖସି ପଡିବା ପରେ ଏହା ଗୋଟିଏ ଡେଣା ଦେଖା ଯାଉଥିଲା |
ତେବେ ଖବର ପାଇ ସ୍ଥାନୀୟ ଲୋକଙ୍କ ଦ୍ୱାରା କ୍ରେନ ଓ ରସି ସାହାଯ୍ୟ ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଅନେକ ଲୋକ ହ୍ରଦରେ ବୁଡ଼ି ଯାଇଥିବାର ଅନୁମାନ କରାଯାଉଛି ହ୍ରଦରେ ବୁଡ଼ି ଯାଉଥିବା ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି ବିମାନଟି ପ୍ରିସିସନ ଏୟାରଲାଇନର | ଯାହାକି ଅବତରଣ ସମୟରେ ବିମାନବନ୍ଦରଠାରୁ ପ୍ରାୟ 100 ମିଟର ଦୂର ଭିକଟୋରିୟା ହ୍ରଦ ରେ ଖସି ପଡିଛି |ତେବେ ମିଳିଥିବା ସୂଚନା ବିମାନଟି ବୁକୋବା ଭିଆ ମୱାନଜା ଦେଇ ଡାର ଏସ ସଲାମରୁ ଯାଉଥିଲା ହେଲେ ହଠାତ ବର୍ଷା ଓ ଝୋଡ଼ ପାଇଁ ବିମାନ ଟି ଅବତରଣ କରିବାକୁ ବିମାନବନ୍ଦର ଠାରୁ ମାତ୍ର 100 ମିଟର ଦୂରରେ ଥିବା ଭିକ୍ଟୋରିଆ ହ୍ରଦ ରେ ଖସି ଥିବା ସୂଚନା ରହିଛି |
ତେବେ ଏମିତି ମର୍ମତୁକ ଦୁର୍ଘଟଣା ପରେ ତାଞ୍ଜାନିଆ ରେ ଶୋକର ଆତଙ୍କ ଖେଯାଇଛି | ଏହା ସହିତ ସ୍ଥାନୀୟ ମତ୍ସ୍ୟ ଜୀବୀ ଙ୍କ ଦ୍ୱାରା ଏବେ ମଧ୍ୟ ନିଖୋଜ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।