ଦେଖନ୍ତୁ ଭିଡ଼ିଓ : ରୋଗୀ ଙ୍କ Oxygen ବନ୍ଦ କରୁଥିବା ଲୋକ ଧରା ପଡିଲା, ଆଉ ତା’ ପରେ….

0

ଆଜି କାଲି ଲୋକମାନଙ୍କ ମାନସିକତାରେ ଏତେ ମାତ୍ରା ରେ ପରିବର୍ତନ ଆସିଲାଣି ଯେ, ଲୋକେ ଅନ୍ୟ କଥା କିଛି ବୁଝୁନାହାନ୍ତି। ସମସ୍ତେ ନିଜ ବିଷୟରେ ହିଁ ଚିନ୍ତା କରୁଛନ୍ତି। ‘ଆପେ ବଞ୍ଚିଲେ ବାପର ନାଁ’ ଭଳି କାର୍ଯ୍ୟ କରୁଛନ୍ତି। ମାନବୀୟ ମୂଲ୍ୟବୋଧ ଧୀରେ ଧୀରେ ସମାଜରେ ହ୍ରାସ ପାଇବାରେ ଲାଗିଛି, ଆଜିକାଲି ମଣିଷ ବଞ୍ଚିବା ପାଇଁ ଅନ୍ୟାୟ ପଥକୁ ଆପଣେଇବାରେ ଲାଗିଛନ୍ତି, ଖରାପ କାମ କରି ନିଜର ପେଟ ପାଳୁଛନ୍ତି। ଏପରି ଭାବରେ ପ୍ରତିଦିନ ଅନେକ ଅପରାଧ ସମାଜରେ ଘଟୁଛି, ଯାହା ଆଜିକାଲିର ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁ ଥିରେ ୪ ରୁ ୫ ଜଣ ପୋଲିସ ମିଶି ଜଣେ ବ୍ୟକ୍ତିଙ୍କୁ ପଶୁଭଳି ମାଡ ମାରୁଛନ୍ତି। ଯେକେହି ଏହି ଭିଡିଓ ଦେଖି ଭାବୁଥିବେ ଏହି ବ୍ୟକ୍ତି ଏମିତି କଣ ଭୁଲ୍ କରିଛନ୍ତି, ଯେ ପୋଲିସ୍ ତାଙ୍କୁ ଏହିପରି ନିର୍ମମ ଭାବେ ମାଡ଼ ମାରୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମାଡ଼ ମାରିବାର କାରଣ ଜାଣିଲେ ମୁଣ୍ଡରେ ହାତ ଦେଇଦବେ, ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା;

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର, ସେ କୋଭିଡ ହସ୍ପିଟାଲରେ ଆସୁଥିବା କୋଭିଡ ରୋଗୀକଙ୍କ ଅକ୍ସିଜେନ ସପ୍ଲାଇକୁ ବନ୍ଦ କରିଦିଅନ୍ତି। ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ହସ୍ପିଟାଲରେ ରୋଗୀର ଅକ୍ସିଜେନ ସପ୍ଲାଇକୁ ବନ୍ଦ କରିବାର କାରଣ ହେଉଛି, ଯଦି ହସ୍ପିଟାଲରେ ରୋଗୀର ଅକ୍ସିଜେନ ସପ୍ଲାଇକୁ ବନ୍ଦ କରିଦିଆଯାଏ, ତାହାଲେ ରୋଗୀର ପରିବାର ଲୋକେ ନିଶ୍ଚିତ ଭାବରେ ଆମ୍ବୁଲାନ୍ସ ରେ ଅନ୍ୟ ହସ୍ପିଟାଲକୁ ନେବେ ଏବଂ ତାଙ୍କୁ ପଇସା ମିଳିବ। ତେବେ ହସ୍ପିଟାଲରେ ଏଭଳି ଅକ୍ସିଜେନ ସମସ୍ୟା ସବୁବେଳେ ଦେଖା ଦେବାରୁ ଲୋକ ମାନେ ହସ୍ପିଟାଲ କତ୍ତୃପଖ ଙ୍କୁ ବାରମ୍ବାର ଆଭିଯୋଗ କଲେ।

ତେବେ ହସ୍ପିଟାଲରେ ଏଭଳି ଅକ୍ସିଜେନ ସପ୍ଲଲାଇ କଣ ପାଇଁ ଅଚାନକ ବନ୍ଧ ହୋଇଯାଉଛି। ଏହାର ଖୋଲତାଳ ଆରମ୍ଭ କରିଥିଲେ, ତେବେ ହସ୍ପିଟାଲରେ ଲାଗିଥିବା ସିସି ଟିଭି କ୍ୟାମେରା ଚେକ କରିବାରୁ ଜଣାପଡିଥିଲା ଯେ , ଜଣେ ଆମ୍ବୁଲାନ୍ସ ଡ୍ରାଇଭର କିଛି ଟଙ୍କା ପାଇଁ ରୋଗୀର ଅକ୍ସିଜେନ ସପ୍ଲାଇ କୁ ବନ୍ଦ କରି ଦେଉଛି। ଏହା ପରେ ହସ୍ପିଟାଲ କତ୍ତୃପଖ ପୋଲିସ ଙ୍କୁ ଖବର ଦେଇଥିଲେ। ତାପରେ ପୋଲିସ ଆରମ୍ଭ କରିଥିଲେ ତାଙ୍କର ଚିକିତ୍ସା ପଦ୍ଧତି, ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ, ବର୍ତ୍ତମାନ ସଙ୍କଟ ମୟ ପରିସ୍ଥିତି ରେ ଆମ୍ବୁଲାନ୍ସ ଡ୍ରାଇଭର ମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି, ସେମାନଙ୍କୁ ମଧ୍ୟ କରନା ଯୋଧ୍ୟା ଭାବରେ ଗ୍ରହଣ କରାଯାଇଛି।

ତେବେ ଏହା ପରେ ଡ୍ରାଇଭର ଜଣକୁ ଚାକିରୀରୁ ମିଲମ୍ବିତ କରିବା ସହିତ କୋଟଚାଲାଣ କରାଯାଇଛି। ତେବେ ବାସ୍ତବରେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।