ଦେଖନ୍ତୁ ଭିଡ଼ିଓ – ରୁମ୍ ନମ୍ବର 201 ରେ କ’ଣ ଘଟିଥିଲା ସେଦିନ OYO ରୁମ୍ ରୁ ପୋଲିସ୍ କୁ ମିଳିଲା ଆପତ୍ତିଜନକ ଜିନିଷ…

0

ମୟୂରଭଞ୍ଜ ର ଝିଅ ଓ ଭୁବନେଶ୍ୱର ର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ପରେ ସବୁଆଡେ ସେହି ଗୋଟିଏ ଚର୍ଚ୍ଚା। କିପରି ଝରାଫୁଲ ଙ୍କ ମୃତ୍ୟୁ ଘଟିଲା।ତେବେ ଝରାଫୁଲଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିିଥିବା ବେଳେ କୌଣସି ନିଷ୍କର୍ଷ ରେ ପହଞ୍ଚି ପାରୁନାହିଁ ପୋଲିସ୍। ତେବେ ଝରାଫୁଲ ତାଙ୍କ ବୟ ଫ୍ରେଣ୍ଡ୍ ରାକେଶ ଙ୍କ ସହିତ ଗେଷ୍ଟ ହାଉସ ରେ ରାତି କାଟିବା ପରେ କିପରି ଭାବରେ ମୃତ୍ୟୁ ବରଣ କଲେ ତାହା ଜାଣିବା ପାଇଁ ଅଧିକ ତନାଘନା କରୁଛି ପୋଲିସ୍।

ରୁମ୍ ନମ୍ୱର୍ ୨୦୧ ଅର୍ଥାତ୍ ଗେଷ୍ଟ ହାଉସ ର ଯେଉଁ ରୁମ୍ ରେ ଝରାଫୁଲ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ରହିଥିଲେ ସେହି ରୁମ୍ କୁ ସର୍ଚ୍ଚ କରିଛି ପୋଲିସ୍।ଆଉ ଏହି ସମୟରେ କିଛି ଆପତ୍ତିଜନକ ଜିନିଷ ମଧ୍ୟ ପୋଲିସ୍ କୁ ମିଳିଛି। ରାତିରେ ଏହି ରୁମ୍ ରେ ରହଣି ସମୟରେ କିଭଳି ଭାବରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ୍।

ଏହାକୁ ନେଇ ଯାଜପୁର ଜିଲା ପୋଲିସ ଟିମ୍‌ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ବିଭିନ୍ନ ଦିଗକୁ ନେଇ ପୋଲିସ୍ ତାର ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି।ଏହାରି ମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟ ଜନକ ମୃତ୍ୟୁ ଉପରୁ ପରଦା ଏବେବି ହଟିନି।

ଅଭିଯୁକ୍ତ ରାକେଶ କୁ ରିମାଣ୍ଡରେ ନେବା ପରେ ପୋଲିସ୍ ତାକୁ ଭୁବନେଶ୍ୱର କୁ ଆଣିଛି।ଏହାପରେ ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସରେ ପ୍ରକୃତରେ ସେଦିନ କଣ ଘଟିଥିଲା ତାହାର ଡେମୋ ଦେଖାଉଛି ରାକେଶ। ପ୍ରକୃତ ପକ୍ଷେ ୨୬ ତାରିଖ ରାତିରେ ହୋଟେଲରେ ସେଦିନ କଣ ସବୁ ଝରାଫୁଲଙ୍କ ସହ ଘଟିଥିଲା ସେଗୁଡିକୁ ଆକ୍ସନ ଜରିଆରେ କହୁଛି ରାକେଶ।

କେମିତି ଆଉ କେଉଁ କାରଣ ପାଇଁ ହୋଇଥିଲା ରମାଦେବୀ ର ଏହି ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ହୋଇଥିଲା ତାହା ଏବେ ବି ସନ୍ଦେହ ଘେରରେ ରହିଥିବା ବେଳେ ଦ୍ୱିତୀୟ ଦିନ ରିମାଣ୍ଡରେ ଅଭିଯୁକ୍ତ ବୟଫ୍ରେଣ୍ଡ ରାକେଶକୁ ମାରାଥନ୍‌ ଜେରା କରିଛି ପୋଲିସ।

ଏହାପରେ ତାକୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୁଆଖିଆ ଥାନାରେ ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ପଚରା ଉଚରା ମଧ୍ୟ କରିଛି।ତେବେ ଏବେ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କରି ଗେଷ୍ଟ ହାଉସ୍ ର କର୍ମଚାରୀ ଙ୍କୁ ରାକେଶ ଙ୍କ ବିଷୟରେ ଅନେକ କଥା ପଚାରିଛନ୍ତି ଯାଜପୁର ପୋଲିସ। ଆଗକୁ ଏହି ଘଟଣାର କିଛି ନିର୍ଦ୍ଦିଷ୍ଟ ସୁରାକ ମିଳିବ ବୋଲି ପୋଲିସ୍ ଆଶା ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।