ରୁଚିକାର ଶରୀର ଗାଁ ରେ ପହଞ୍ଚିବା ପରେ..ଆଖିର ଲୁହ ବୋଲ ମାନୁନି..ଶୋକାକୁଳ ପରିବେଶରେ ବିଦାୟ ଦେଲେ ଗାଁ ଲୋକ … ଦେଖନ୍ତୁ Video

ଆଜି ଆଉ ସୁନ୍ଦରୀ କାହା ପାଖରେ ନାହିଁ ସବୁଦିନ ପାଇଁ ସେ ପର କରି ଚାଲିଯାଇଛି ଆର ପାରିକୁ କିନ୍ତୁ ତାର ମୃତ୍ୟୁ ଗାଁ ଲୋକଙ୍କ ଆଖିର ଲୁହ ଶୁଖେଇ ଦେଉନି ।ତେବେ ଯେଉଁ ଝିଅ ଦିନେ କାହାକୁ କିଛି କହୁ ନଥିଲା କାହା ପାଇଁ ତା ମୁହଁରୁ ଦିନେ ରାଗରେ କିଛି ବାହାରି ନଥିଲା ଆଉ ଆଜି ସେହି ସାଧାରଣ ନିରୀହ ଝିଅଟି ମରିବାକୁ ବାଧ୍ୟ ହେଲା ଆଉ କାହାର ରେଗିଂ ପାଇଁ ।ଆଇ ଏ ଏସ ହେଇ କେତେ ସ୍ୱପ୍ନ ଦେଖିଥିଲା ସେଥିପାଇଁ ତ ଗାଁ ଛାଡି ସହରରେ ଯାଇ ପାଠ ପଡୁଥିଲା କିନ୍ତୁ ତା ଯେ ତା ଜୀବନ ନେଇଯିବ କିଏ ଜାଣିଥିଲା ।

ତେବେ ହଁ ବନ୍ଧୁମାନେ ଆମେ ଆଜି କଥା ହେଉଛୁ ସେହି ଝିଅ ରୁଚିକା ବିଷୟରେ ଯିଏ ବିଜେପି କଲେଜ ଭୁବନେଶ୍ୱର ରେ ଯୁକ୍ତ ୩ରେ ଇତିହାସ ଅନର୍ସ ରଖି ପାଠ ପଡୁଥିଲା ।କଲେଜରେ ପାଠପଡା ସହିତ ସେ ହଷ୍ଟେଲ ରେ ରହୁଥିଲା କିନ୍ତୁ ଆଜି ସେ ସେହି ହଷ୍ଟେଲ ର କିଛି ସିନିୟର ମାନଙ୍କ ଟର୍ଚ୍ଚର ସହି ନପାରି ସୁଇସାଇଡ଼ କରିଦେଇଛି ।ଯାହାକୁ ଦେଖି ତାର ବାପାମାଆ ସହି ପାରି ନାହାନ୍ତି ଓ କାଣ୍ଡ କାଣ୍ଡ ଆଖିରେ ନିଜ ଝିଅକୁ ନ୍ୟାୟ ଦେବାକୁ ଓ ଦୋଷୀକୁ ଦଣ୍ଡ ଖୋଜି ବାହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

କିନ୍ତୁ ଏପଟେ ରୁଚିକାର ମର ଶରୀର ଆସି ପହଁଚିଛି ନିଜ ଗାଁରେ ଯେଉଁଠି ସେ ସମସ୍ତଂକର ପ୍ରିୟ ସୁନ୍ଦରୀ ଥିଲା କିନ୍ତୁ ସେହି ସୁନ୍ଦରୀର ମୃତ୍ୟୁକୁ କିଏ ବା ସହିପାରିବ କହିଲ ।ସେଥିପାଇଁ ଆପଣ ଦେଖୁ ନାହାଁନ୍ତି ପୁରା ଗ୍ରାମବାସୀଙ୍କ ଆଖିରେ ଲୁହ ଶୁଖିବାର ନା ନେଉ ନାହିଁ ।ଆଉ ସେହି ଭିତରେ ବି ଶୋକାକୁଳ ପରିବେଶ ରେ ଅତି ଆପଣାର ରୁଚିକାକୁ ଥରୁଟିଏ ମନ ଭରି ଦେଖି ତାକୁ ଶେଷ ବିଦାୟ ଦେଇଛନ୍ତି ।କିନ୍ତୁ ସେହି ମୁହୂର୍ତ୍ତର କରୁଣ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।

ବହୁତ ସମୟରେ ଅନର୍କ ଦୂର ଯସଗାକୁ ପାଠ ପଡ଼ିବାକୁ ଆସିଥିବା ପିଲା ମାନଙ୍କ ସ୍ୱପ୍ନ ଧୂଳିସାତ ହେଇଯାଏ କିଛି ସିନିୟର ମାନଙ୍କ ରେଗିଂ ଓ ଶିକ୍ଷକ ମାନଙ୍କ ର ସେ ପ୍ରତି ଅବହେଳା ଯୋଗୁଁ ।କିନ୍ତୁ ଏନେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଦୃଡ଼ କାର୍ୟଅନୁଷ୍ଠାନ ଗ୍ରହଣ କରିବା ଉଚିତ ନହେଲେ ଆଉ କେତେ ରୁଛିକ୍ଷ ଆତ୍ମହତ୍ୟା କରିବେ ତାହାର ସୀମା ରହିବ ନାହିଁ ।ତେବେ ଏପଟେ ବାପାମାଆ ଭାଙ୍ଗି ଯାଇଛନ୍ତି ସୁନାନାକୀ ଝିଅର ମୃତ୍ୟରେ ଆଉ ସେଠି ଗାଁର ପାଖ ପଡିଶା ଲୋକ କେମିତି ବା ନିଜକୁ ଆୟତ୍ତ କରିପାରିବେ ।ସେହି ଦୁଃଖରେ ସେମାନେ ବି ପୁରା ଲୁହରେ ଭିଜି ଯାଇଛନ୍ତି ଓ ରୁଚିକାକୁ ନ୍ୟାୟ ଦେବାକୁ ଚାହିଁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment