ଋତୁସ୍ରାବ ସମୟରେ ଶାରିରୀକ ସମ୍ପର୍କ ରଖିବା ଦ୍ବାରା କଣ କ୍ଷତି ଏବଂ ଲାଭ ହୋଇଥାଏ ନିଶ୍ଚୟ ଜାଣି ରଖନ୍ତୁ

0

ଆଜି ଆମେ ଜାଣିବା ଏକ ସୁନ୍ଦର୍ ବିଷୟ, ଯାହା ମହିଳାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅଟେ। ବୈବାହିକ ଜୀବନରେ ଉଭୟ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ମହିଳାଂକ ସ୍ବାସ୍ଥ୍ୟ ପ୍ରତି ପୁରୁଷଙ୍କୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ଏହାକୁ ଅଣଦେଖା କରିବେ, ତାଂକର ମାସିକ ଧର୍ମ କିପରି ହେଉଛି ତାକୁ ଅଣଦେଖା କରିବେ, ତାଙ୍କ ମନ, ଦେହକୁ ନବୁଝି, ଶରୀର ତତ୍ତ୍ଵ କୁ ନବୁଝି ଆପଣ ଆପଣଙ୍କ ଇଚ୍ଛାରେ ସମ୍ପର୍କ ରଖିବେ, ତେବେ ଏହା ଲାଭ ବଦଳରେ ଅଧିକ କ୍ଷତି କରେଇବ। ଏଥିପାଇଁ ଆପଣ ବୁଝନ୍ତୁ ଯେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି, ସେ ରୁଗୀଣା ଅଛନ୍ତି କି ନାହିଁ, ଯଦି ଶରୀର ସୁସ୍ଥ ନାହିଁ ତେବେ ଶାରୀରିକ ସଂପର୍କ ରଖନ୍ତୁ ନାହିଁ।

ତେବେ ଆଜି ଆମେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ଏବଂ ଜାଣିବା ଯେ, ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ କି ଉଚିତ୍ ନୁହଁ? ତେବେ ଯାହା ଜଣାଯାଏ, କିଛି ମହିଳାଙ୍କ ମାସକୁ ଦୁଇ ରୁ ୩ ଥର ପିରିଅଡ଼ସ ହେଉଥିବା ବେଳେ ଆଉ କିଛି ମହିଳାଙ୍କ ଥରେ ହୋଇଥାଏ କିନ୍ତୁ ଅଳ୍ପ ସ୍ରାବ ହୋଇଥାଏ ଆଉ କିଛି ମହିଳାଙ୍କ ଅଧିକ ମାତ୍ରାରେ ସ୍ରାବ ହୋଇଥାଏ। ପ୍ରଥମେ ଏସବୁକୁ ବୁଝିବାକୁ ପଡ଼ିବ। ତେଣୁ ଆପଣ ପତ୍ନୀ କୁ ତାଙ୍କର ମାସିକ ଧର୍ମରେ କିଛି ଅସୁବିଧା ଅଛିକି ନାହିଁ ନିଶ୍ଚିତ ପଚାରନ୍ତୁ ଏବଂ ଏହାର ଉଚିତ୍ ଚିକିତ୍ସା ସହ ଏହାକୁ ସମାଧାନ କରନ୍ତୁ।

ତେବେ ବେଳେବେଳେ ବୈବାହିକ ଜୀବନରେ ଦୂରରେ ରହୁଥିବା କିଛି ପୁରୁଷ ଯେତେବେଳେ ଏକାଠି ହୁଅନ୍ତି ବା ଘରକୁ ଆସିଥାନ୍ତି ସେତେବେଳେ ତାଙ୍କର ମିଳନ ପାଇଁ ଇଛା ରହିଥାଏ। ସେମାନେ ମହିଳାଂକ ମାସିକ ଋତୁସ୍ରାବ ହେଇଥିଲେ ମଧ୍ୟ ଏହି ସମୟରେ ଶାରୀରିକ ସଂପର୍କ ରଖିବା ପାଇଁ ଇଛା କରିଥାନ୍ତି। କାରଣ ହୁଏତ ଏ ବିଷୟରେ ସେମାନେ ଆଗରୁ ସଚେତନ ନଥାନ୍ତି କିମ୍ୱା ଜାଣି ନଥାନ୍ତି ଯେ ଏହି ସମୟରେ ସଂପର୍କ ରଖିବା ଦ୍ବାରା କଣ କ୍ଷତି ହେବ। ତେଣୁ ମନେରଖନ୍ତୁ ଯେ ଏହି ସମୟରେ ଆପଣ କେବେବି ଶାରିରୀକ ସମ୍ପର୍କ ନରଖିବା ଉଚିତ୍। ତେଣୁ ଏଥିପାଇଁ ଆପଣ ସଂପର୍କ ରଖିବାର ତାରିଖ କୁ ବଦଳାଇ ଦେଇ ପାରିବେ।

ଏଥିପାଇଁ ମହିଳାଙ୍କୁ ତାଙ୍କର ପିରିଅଡ୍ସ ର ଡେଟ୍ ବିଷୟରେ ପଚାରି ଆପଣ ଭିନ୍ନ ଦିନରେ ଶାରିରୀକ ସମ୍ପର୍କ ସ୍ଥାପନ କରନ୍ତୁ। ଏହାଦ୍ୱାରା ଏହି ସମୟରେ ଶାରୀରିକ ସମ୍ପର୍କ ଯଦି ଆପଣ ରଖୁଛନ୍ତି ତେବେ ଆପଣଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପଡ଼ିବ ଏବଂ ଆପଣଙ୍କ ପତ୍ନୀଙ୍କ ଅସନ୍ତୋଷ, ଅଶାନ୍ତି ମଧ୍ୟ ପରୋକ୍ଷ ଭାବରେ ଆପଣଙ୍କ ଉପରେ ପଡ଼ିବ। ତେଣୁ ଆପଣ ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦିଅନ୍ତୁ ଏବଂ ଋତୁସ୍ରାବ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ ରୁ ବିରତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।