ହଁ ଦର୍ଶକ ବନ୍ଧୁ କିଛି ଦିନ ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥିଲା | ଯେଉଁ ଥିରେ ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳି ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା | ତେବେ ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ଓ ପରେ ଅଭିନେତ୍ରୀଙ୍କ ମୃତଦେହ ପାଖରୁ ଏକ ସୁୁଇସାଇଡ ନୋଟ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି | ତେବେ ସୂଚନା ମୁତାବକ ଏହି ଅଭିନେତ୍ରୀ ଜଣକ ‘ୟେ ରିସ୍ତା କ୍ୟା କେହଲାତା ହେ’, ‘ସସୁରାଲ ସିମର କା’ ଓ ସୁପର ସିଷ୍ଟର ଭଳି ଧାରା ବାହିକରେ କାମ କରିଥିଲେ | ତାହେଲେ ଆସନ୍ତୁ ତାଙ୍କର ମୃତ୍ୟୁ ବିଷୟରେ ଘଟିଥିବା ଘଟଣା ବିଷୟରେ ଆଲୋଚନା କରିବା |
ମିଳିଥିବା ସୂଚନା ଅନୁଯାୟୀ ସେ ପ୍ରାୟ ବର୍ଷେ ହେଲା ଇନ୍ଦୋରରେ ନିଜ ଭାଇ ଏବଂ ବାପାଙ୍କ ସହ ରହୁଥିଲେ |ତେବେ ତାଙ୍କର ଏପରି ଆତ୍ମହତ୍ୟାର କାରଣ ଜଣାନପଡ଼ିଥିଲେ ବି ପ୍ରେମ ଜୀବନରେ ଅସନ୍ତୋଷ ଥିବାରୁ ବୈଶାଲୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି | ତେବେ ବୈଶାଲୀ ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଥିଲେ ଯାହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ ମଧ୍ୟ କରୁଥିଲେ | ସେ ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ୟେ ରିସ୍ତା କ୍ୟା କେହଲାତା ହେ ସହିତ ବୈଶାଲୀ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା କୁହାଯାଇଛି ସେ ଏହି ସୋ’ରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ |
ଏହା ପରେ ବୈଶାଲୀଙ୍କୁ ‘ୟେ ହେ ଆଶିକୀ’ ସୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା | ତେବେ ସମସ୍ତ ଙ୍କ ମନକୁ ଜିତିସାରିଥିବା ଅଭିନେତ୍ରୀ ନିଜର ପ୍ରେମ ଜୀବନରେ ହାରିଯାଇ ଆତ୍ମହତ୍ୟା କରିବା କେହି କେହି ଲୋକଙ୍କୁ ଏହା ହଜମ ହେଉନାହିଁ ବୋଲି କୁହାଯାଇଛି | ତେବେ ତାଙ୍କର ପ୍ରଶଂସକ ମାନେ ତାଙ୍କର ଏପରି ମୃତ୍ୟୁ କୁ ଭୁଲି ନ ପାରି ସେ ଆଗରୁ ବନେଇ ଥିବା ରୀଲ ଗୁଡିକ ଦର୍ଶକ ମାନେ ଦେଖୁଛନ୍ତି |ହଁ ଦର୍ଶକ ବନ୍ଧୁ ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଅଭିନେତ୍ରୀ ଙ୍କ ଶେଷ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯେଉଁ ଥିରେ ସେ ବିଭିନ୍ନ ଅନ୍ଦାଜ ରେ ବିଭିନ୍ନ ଲୂକ ରେ ନଜର ଆସିବା ସହିତ ତାଙ୍କର ପ୍ରଶଂସକ ମାନଙ୍କୁ ବେଶ ଆନନ୍ଦିତ ଦେଉଥିବାରେ ଦେଖାଯାଉଛନ୍ତି ଅଭିନେତ୍ରୀ ବୈଶାଲୀ |
ତେବେ ସେହି ରୀଲ ରେ କେତେବେଳେ ସେ ପୁରୁଷ ପ୍ରେମିକ ବେଶରେ ଦେଖା ଯାଉଛନ୍ତି ତୋ ପୁଣି କେତେବେଳେ ପ୍ରେମିକା ବେଶ ରେ | କେତେବେଳେ ତାଙ୍କର ପ୍ରେମିକ ସହିତ କଥା ହେବାରେ ନଜର ଆସୁଛନ୍ତି | ତେବେ ସେ ଏହି ରୀଲ ମାଧ୍ୟମ ରେ ଲୋକଙ୍କୁ ଠୁ ବେଶ ପ୍ରଶଂସା ପାଇବା ସହିତ | ଲୋକଙ୍କର ବେଶ ଚିନ୍ହା ଚେହେରା ପାଲଟିଥିଲେ ଅଭିନେତ୍ରୀ ବୈଶାଲୀ | ହେଲେ ସେ ଆଜି ଆମ ପାଖରେ ନାହାନ୍ତି ସତ ହେଲେ ସେ କରିଯାଇଥିବା ଶେଷ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ତାଙ୍କର ଏହିଭଳି ମୃତ୍ୟୁ ସମସ୍ତ ଙ୍କ ମନରେ ଦୁଃଖ ପହଞ୍ଚାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।