ସାବଧାନ ! ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଘରର ଏହି ଦିଗରେ ଘଣ୍ଟା ନଚେତ୍ ଦୁଃଖରେ କଟିବ ସାରା ଜୀବନ

0

ସମୟ ଏମିତି ଏକ ଜିନିଷ ଯାହା ମନୁଷ୍ୟ ତାର ତାର ପ୍ରତ୍ୟେକ କାର୍ଯ୍ୟରେ ବ୍ୟବାହର କରିବାକୁ ବାଧ୍ୟ ହୋଇଥାଏ ଏବଂ ସମୟକୁ ସଦୁପଯୋଗ କରିବା ଜଣେ ସଫଳ ବ୍ୟକ୍ତିର ଲକ୍ଷଣ ହୋଇଥାଏ । ଆମ ଜୀବନରେ ସମୟର ଅନେକ ମହତ୍ୱ ରହିଥାଏ ଏବଂ ଦିନ ଯାକର କାମ ଠାରୁ ଆରମ୍ଭ କରି ଔଷଧ ଖାଇବା ପର୍ଯ୍ୟନ୍ତ ସମୟ ଅନୁସାରେ ଦେବାକୁ ହୋଇଥାଏ । ଦିନ ଯାକର ଏମିତି କିଛି କାର୍ଯ୍ୟ ରହିଥାଏ , ଯାହାକି ଆମକୁ ସମୟ ଅନୁସାରେ କରିବାକୁ ପଡିଥାଏ । ଘରେ ଟଙ୍ଗା ଯାଇଥିବା ଘଡିକୁ ଆମେ ବାରମ୍ୱାର ଦେଖିଥାଉ ଏବଂ ସେହି ଅନୁସାରେ ଆମେ ଆମର କାର୍ଯ୍ୟ ଆରମ୍ଭ କରିଥାଉ ।

Timelapse Shot of a Clock Stock Footage Video (100% Royalty-free) 4702409 | Shutterstockଶାସ୍ତ୍ର ଅନୁସାରେ ଘରେ ଘଡିକୁ ଟାଙ୍ଗିବାର ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ ଏବଂ ସବୁ ଦିଗର କିଛି ନା କିଛି ମହତ୍ତ୍ୱ ରହିଥାଏ । ସେଥିପାଇଁ ଘରେ ଟଙ୍ଗାଯାଉଥିବା ଘଡିକୁ ଭୁଲ ଦିଗରେ ଝୁଲାଇବା ଦ୍ୱାରା ଆମ ଜୀବନରେ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘଡିକୁ ଝୁଲାଇବାର ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ , ତେବେ ଆସନ୍ତୁ ଜାଣିବା ସେହି ଘଡିର କିଛି ବାସ୍ତୁ ନିୟମ ବିଷୟରେ । ପ୍ରଥମଟି ହେଉଛି ଅନେକ ଲୋକମାନେ ଘଡିର ସମୟକୁ ଆଗପଛ କରାଇଥାନ୍ତି କିନ୍ତୁ ଘଡିର ସମୟକୁ ବିଳମ୍ୱ କରିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଆମ ପରିଶ୍ରମର ଫଳ ଆମକୁ ପ୍ରାପ୍ତ ହୋଇ ନଥାଏ ।

ଦ୍ୱିତୀୟ ଟି ହେଉଛି କାର୍ଯ୍ୟ ବନ୍ଦ ହୋଇଯାଇଥିବା ଘଡି , ଭାଙ୍ଗିଯାଇଥିବା ଘଡି କିମ୍ୱା କର୍କଶ ଶବ୍ଦ କରୁଥିବା ଘଡି ଏବଂ ଧୁଳି ହୋଇଯାଇଥିବା ଘଡି ଘରେ ବିଲକୁଲ ଲଗାନ୍ତୁ ନାହିଁ । କାରଣ ଏହା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ଦୁଃଖ , କଷ୍ଟ ସର୍ବଦା ଲାଗି ରହିଥାଏ । ତୃତୀୟଟି ହେଉଛି ଘରର ମୁଖ୍ୟ ଦ୍ୱାର କିମ୍ୱା ଘରର ସାମ୍ନାରେ ବା ତଳେ ଲଗାନ୍ତୁ ନାହିଁ । ଘଡି ଲଗାଇବାର ଉପଯୁକ୍ତ ଦିଗ ଟି ହେଉଛି ପୂର୍ବ ଦିବ ଏବଂ ଉତ୍ତର ଦିଗ ହୋଇଥାଏ । ଏହା ବ୍ୟତୀତ ପଶ୍ଚିମ ଦିଗରେ ମଧ୍ୟ ଘଡି ଲଗାଇ ପାରିବେ ।

ଏହି ଦିଗରେ ଘଡି ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିବା ସହିତ ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ତିନୋଟି ଦିଗ ଆମ କୁଣ୍ଡଳୀର ପ୍ରମୁଖ ଗ୍ରହ ଶନି , ମଙ୍ଗଳ ଓ ସୂର୍ଯ୍ୟଙ୍କର ସ୍ଥିତି କୁ ଦୃଢ କତରିଥାଏ । ଘରର ଉତ୍ତର ଦିଗରେ କେବେହେଲେ ଘଡି ଲଗାନ୍ତୁ ନାହିଁ , କାହିଁକି ନା ଏହି ଦିଗଟି ଜମଙ୍କର ଦିଗ ହୋଇଥାଏ । ଏହି ଦିଗରେ ଘଡି ଲଗାଇବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିବା ସହିତ ଆମର ଆବନତି ହୋଇଥାଏ । ପଞ୍ଚମଟି ହେଉଛି ଘରେ ପୁରୁଣା କ୍ୟାଲେଣ୍ଡାର ରଖିବା ଉଚିତ ହୋଇ ନଥାଏ , ଏହାକୁ ରଖିବା ଦ୍ୱାରା ପୁରୁଣା କଳି ଝଗଡା ଆରମ୍ଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।