ସବୁଠାରୁ ନିଆଁର ପର୍ବ ଏଠାକାର ଲୋକମାନେ କରିଥାନ୍ତି କୁକୁର ଙ୍କର ପୂଜା ଏହି ଅଦ୍ଭୂତପୂର୍ବ ପରମ୍ପରା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ବିଶ୍ୱ ରେ ବିଭିନ୍ନ ପ୍ରକାର ର ଦେଶ ରହିଛି । ସେହି ଦେଶ ମାନଙ୍କ ରେ ବିଭିନ୍ନ ପ୍ରକାରର ରାଜ୍ୟ ରହିଛି ସବୁ ରାଜ୍ୟ ର ସବୁ ଦେଶ ର ପରମ୍ପରା ପ୍ରାୟ ଭିନ୍ନ ଭିନ୍ନ ଥାଏ। କେବଳ ପରମ୍ପରା ନୁହେଁ ସଂସ୍କୃତି , ଚାଲି ଚଳନ , ବେଶ ଭୂଷା , ଅଭୁଷଣ ତଥା ଭାଷା ରେ ମଧ୍ୟ ଅନେକ ପ୍ରକାର ବିଭିନ୍ନତା ଦେଖା ଯାଏ । କେବଳ ଏତିକି ନୁହେଁ ସବୁ ଦେଶ ର ଶାସନ ବ୍ୟବସ୍ଥା ମଧ୍ୟ ଭିନ୍ନ ଭିନ୍ନ ରହିଛି ।ତେବେ ଆଜି ଆମେ ଏମିତି ଏକ ଦେଶ ର ଏମିତି ଏକ ପରମ୍ପରା ବିଷୟ ରେ ଜାଣିବା ଯାହାକୁ ଆପଣ ପୂର୍ବରୁ ଶୁଣି ନଥିବେ।

ତେବେ ଆମେ ଆଉ କେଉଁ ଦେଶ ବିଷୟ ରେ ନୁହେଁ ଭାରତ ର ପଡୋଶୀ ଦେଶ ନେପାଳ ବିଷୟ ରେ କହିବା। ନେପାଳ ରେ ଏମିତି ଏକ ପରମ୍ପରା ରହିଛି ଯାହା ସାରା ବିଶ୍ବ ଠାରୁ ଭିନ୍ନ ଅଟେ । ତେବେ ସାରା ବିଶ୍ଵ ରେ ପ୍ରାୟ ଦୀପାବଳୀ ଉତ୍ସବ ପାଳନ କରାଯାଏ ।

ଏଠାରେ ମଧ୍ୟ ଦୀପାବଳୀ ଉତ୍ସବ ପାଳନ କରାଯାଏ କିନ୍ତୁ ଏକ ଭିନ୍ନ ଓ ନିଆରା ଉପାୟ ମାଧ୍ୟମ ରେ । ଆମର ସାଧାରଣ ଦୀପାବଳୀ ରେ ମାତା କାଳୀ ଙ୍କ ପୂଜା କରାଯାଏ ଓ ଦ୍ଵୀପ ଜଳାହୁଏ କିନ୍ତୁ ଏଠାରେ ଦୀପାବଳୀ ଦିନ କୁକୁର କୁ ପୂଜା କରାଯାଏ । ଆମେ ସାଧାରଣ କୁକୁର କୁ ଏକ ପୋଷ୍ୟ ଜୀବ ଭାବେ ପାଳି ଥାଉ କିନ୍ତୁ ଏହାକୁ ପୂଜା କରି ନଥାଉ ତେବେ ଏଠାରେ କୁକୁର କୁ ପୂଜା କରିବା କଥା ଟି ଆପଣ ଙ୍କୁ ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟ ହେବେ କିନ୍ତୁ କଥା ଟି ସତ ଅଟେ । ଏବେ ଆସନ୍ତୁ ଜାଣିବା କିପରି କୁକୁର କୁ ଏଠାରେ ପୂଜା କରାଯାଏ ;

ଦୀପାବଳି ଦିନ କୁକୁର ମାନଙ୍କୁ ଭଲ ଭାବରେ ଗାଧେଇ ସଫା କରିଥାନ୍ତି ଏବଂ ପୂଜା କରିବା ପାଇଁ ଏକ ସ୍ଥାନକୁ ଆଣିଥାନ୍ତି । ଏହା ପରେ ଠିକ୍ ଠାକୁର ପୂଜା କରିବା ଭଳି ସେମାନେ କୁକୁର ବେକ ରେ ଫୁଲ ହାର , ମୁଣ୍ଡ ରେ ସିନ୍ଦୂର ଲଗାଇ ଦେଇ ଥାଆନ୍ତି । ଏହା ପରେ ଧୂପ , ଝୁଣା,ଦୀପ ଆଦି ଦେଇ ପୂଜା କରି ଥାଆନ୍ତି । ଏହା ପରେ ଭୋଗ ଆକାର ରେ କ୍ଷୀର ,ଏବଂ ଅଣ୍ଡା ଖାଇବାକୁ ଦିଆଯାଏ ।ତା ସହ କୁକୁର ଙ୍କୁ ଭିନ୍ନ ଭିନ୍ନ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ ଓ କୁକୁର ଙ୍କୁ ଖାଇବା ପାଇଁ ଦିଆଯାଏ ।

ସୂଚନା ଅନୁସାରେ ନେପାଳ ରେ ଏହି ପରମ୍ପରା ବହୁତ୍ ପୁରାତନ ଅଟେ ।ତେବେ କୁକୁର କୁ ପୂଜା କରିବା ପଛର ରହସ୍ୟ ହେଉଛି ନେପାଳ ର ଲୋକ ମାନେ ବିଶ୍ୱାସ କରି ଥାଆନ୍ତି ଯେ କୁକୁର ସବୁଠୁ ବିଶ୍ଵସ୍ତ ପ୍ରାଣୀ ଅଟେ। ଜୀବନ କାଳ ମଧ୍ୟରେ କୁକୁର କୁକୁର ସର୍ବଦା ମାଲିକ ର ବିଶ୍ଵସ୍ତ ହୋଇ ରହି ଥାଆନ୍ତି । ତେଣୁ କୁକୁର ଏହି ପୂଜା ର ଅଧିକାରୀ ଅଟେ ସେଥିପାଇଁ ସେମାନେ ପ୍ରତି ବର୍ଷ କାଳୀପୂଜା ଦିନ କୁକୁର କୁ ପୂଜା କରାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।