Dr. Abhishek Kumar – ସବୁଦିନ ରାତିରେ ପୁରୁଷମାନଙ୍କୁ କାହିଁକି ହଳଦୀ ବାଲା କ୍ଷୀର ପିଇବା ନିହାତି ଦରକାର ? ଜାଣନ୍ତୁ ଏହା ପିିିଇବା ଦ୍ବାରା କେଉଁସବୁ ଫାଇଦା

0

ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି , ଯେମିତି କି ସେମାନେ ଅସୁସ୍ଥ ହୋଇ ନପଡନ୍ତୁ । କିନ୍ତୁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ଶାରୀରିକ ବ୍ୟାୟାମ କରିବା ସହ ସଠିକ୍ ଭାବରେ ଖାଦ୍ୟ ମଧ୍ୟ ଖାଇବା ଉଚିତ । ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁରୁ ମୁକ୍ତ ରଖିବା ପାଇଁ ହେଲେ , ଅନେକ ପ୍ରକାର ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ରଖିବାକୁ ପଡିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ଭିଟାମିନ, କ୍ୟାଲସିୟମ , ଫସଫରସ , ଆଇରନ ଏବଂ ଧାତୁସାର ଇତ୍ୟାଦି ଆବଶ୍ୟକ ହୋଇଥାଏ ।

ଏହି ସବୁ ଉପାଦାନ ଗୁଡିକ ଆପଣ ମାନେ ଗୋଟିଏ ଖାଦ୍ୟ ଉପାୟରେ ପାଇପାରିବେ , ତାହା ହେଉଛି ହଳଦୀ ମିଶା କ୍ଷୀରର ସେବନ ସାହାର୍ଯ୍ୟରେ । ଶରୀରରେ ହଳଦୀ ଏବଂ କ୍ଷୀର ଆବଶ୍ୟକତା ବହୁତ ପରିମାଣରେ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଉଭୟ ପଦାର୍ଥ ମିଶେଇ ଏମିତି ଏକ ଉପାୟ ବିଷୟରେ ଜଣେଇବୁ , ଯାହାର ସେବନ ଦ୍ୱାରା ଆପଣଙ୍କ ଶରୀରର ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ସମସ୍ତ ମାରାତ୍ମକ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ତେବେ ଏହି ଉପାୟଟିକୁ କରିବା ପାଇଁ ପ୍ରଥମେ ଏକ ଗ୍ଲାସ କ୍ଷୀରରେ ଏକ ଚାମଚରୁ ଦୁଇ ଚାମଚ ହଳଦୀ ଗୁଣ୍ଡ ମିଶାଇ , ତାହାକୁ 5 ମିନିଟ ପର୍ଯ୍ୟନ୍ତ ନିଆଁରେ ଫୁଟାନ୍ତୁ । କିଛି ସମୟ ପରେ ଏହାକୁ ଥଣ୍ଡା କରି ସେବନ କରନ୍ତୁ , ଏହାକୁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଇବା ଉଚିତ । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କୁ ନିମ୍ନୋଲିଖିତ ରୋଗରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ରୋଗ ବା ତାର ପ୍ରତିକାର ବିଷୟରେ ।

1. ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ :-

ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ହଳଦୀର ସେବନ କରିବା ଦ୍ୱାରା ,ଆପଣଙ୍କ ଶରୀରରେ ରୋଗପ୍ରତିଷୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ଛଡା ଆପଣଙ୍କ ଶରୀରର ୟୁମିନିଟି ମଧ୍ୟ ବୃଦ୍ଧି କରିଥାଏ ।

2. ଥଣ୍ଡା କାଶ କିମ୍ୱା ସୁଖିଲା କାଶରୁ ମୁକ୍ତି :-

ଥଣ୍ଡା କାଶ ସମସ୍ୟା ରହିଥିଲେ ପ୍ରତିଦିନ ବା ନିୟମିତ ଭାବରେ ହଳଦୀ କ୍ଷୀର ସେବନ କରିବା ଦ୍ୱାରା ଥଣ୍ଡା କାଶ କିମ୍ୱା ଶୁଖିଲା କାସ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ । ଏହା ଗଳାକୁ ଆରାମ ଦେବାରେ ସାହାର୍ଯ୍ୟ କରିଥାଏ ।

3. ରାତିରେ ଶାନ୍ତି ନିଦ୍ରା ହେବା :-

ଅନେକ ଲୋକମାନଙ୍କର ନିଦ ଠିକ ଭାବରେ ହୋଇ ନଥାଏ , ସେହି ବ୍ୟକ୍ତିମାନେ ରାତିରେ ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ସେବନ କରିବା ଦ୍ୱାରା ରାତିରେ ଆପଣଙ୍କ ନିଦ୍ରାରେ କୌଣସି ଅସୁବିଧା ହୋଇ ନଥାଏ । ଏହା ଆପଣଙ୍କୁ ଶାନ୍ତି ନିଦ୍ରା ପ୍ରଦାନ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।