ଭେଣ୍ଟିଲେଟର ରେ ମୀରା ଅପା ! ସାହାଯ୍ୟ ପାଇଁ ହାତ ଯୋଡି କଲେ ଅନୁରୋଧ…ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ….

0

ନିଜକୁ ସମସ୍ତଂକ ଭିତରେ ବାଣ୍ଟି ଦେବାର ବି କିଛି ଆନନ୍ଦ ଥାଏ। ନିଜର ସୁଖ ଦୁଃଖ ସବୁ ଥିଲା ସେମାନଙ୍କର। ଚାରିପଟେ ସୁନ୍ଦର୍ ଫୁଲ ଗୁଡିକ ହୋଇ ସତେ ଯେମିତି ସେମାନେ ସବୁବେଳେ ଘୂରି ବୁଲନ୍ତି। ତାଙ୍କ ପାଖରେ କିଏ ଫଟୋ ଉଠାଉ ଥିଲା ତ ପୁଣି କିଏ ବୁଝି ନେଉଥିଲା ପାଠ। ଆଉ ପୁଣି କିଏ ମାଆ କୋଳ ଭାବି ପଣତ କାନିରେ ନିଜର ମୁହଁ ପୋଛି ଦେଉଥିଲା। ଅନ୍ୟ ପାଇଁ ନିଜର କର୍ମ କୁ ଉତ୍ସର୍ଗୀକୃତ କରିଥିବା ଏହି ମହିଳା ଜଣଙ୍କ କେବେ ନିଜ ପାଇଁ ସ୍ବପ୍ନ ଦେଖି ନଥିଲେ। ବୃତ୍ତି ତାଙ୍କର ଶିକ୍ଷକତା। କିନ୍ତୁ ଆଜି ସେ ନିଜର ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଗ୍ରାମ।ଏହି ମହିଳା ଜଣଙ୍କ ନାମ ହେଉଛି ପ୍ରତିମା ପାଢ଼ୀ।

ଯାହାଙ୍କ ବୟସ ୫୬ ବର୍ଷ। ଆଉ ତାଙ୍କର ଘର ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ।ସେହି ଅଞ୍ଚଳର ସମସ୍ତ ଲୋକ ତାଙ୍କୁ ମୀରା ଅପା ନାମରେ ଜାଣନ୍ତି ଓ ଡାକନ୍ତି। କେବଳ ସେହି ଅଞ୍ଚଳରେ ନୁହଁ ବରଂ ସାରା ରାଜ୍ୟରେ ତାଙ୍କୁ ସମସ୍ତେ ଏହି ନାମରେ ଜାଣିଛନ୍ତି। ଜୀବନ ସାରା ଶିକ୍ଷକତା କରି ଆସୁଥିବା ଏହି ଶିକ୍ଷୟତ୍ରୀ ଜଣଙ୍କ ଏବେ କରନା ରେ ଆକ୍ରନ୍ତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ମାସେ ହେଲାଣି ସେ କରନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ନିମୋନିଆ ରେ ତାଙ୍କର ୭୦ ପ୍ରତିଶତ ଫୁସଫୁସ ନଷ୍ଟ ହୋଇ ସାରିଛି। ଆପଣଙ୍କୁ କହି ରଖୁଛୁ ଯେ ମୀରା ଅପା ଏବେ ଅଚେତନ ଅବସ୍ଥାରେ ଭେଣ୍ଟି ଲେଟର ରେ ରହିଛନ୍ତି।

ମଝିରେ ମଝିରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଅଧିକ ଖରାପ ହୋଇ ଯାଉଛି। ତାଙ୍କୁ ଭଲ କରିବା ପାଇଁ ଆଗକୁ ଡାକ୍ତର ମାନେ ଯେଉଁ ଚିକିତ୍ସା କରିବେ ସେଥିପାଇଁ ତାଙ୍କୁ ଦରକାର୍ ଅନେକ ଅର୍ଥ। ତେବେ ତାଙ୍କର ପୁଅ ବୋହୂ ମାନ ଙ୍କ ସେବା କରି ନିଜେ ମୀରା ଅପା ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ କରନା ରେ ଆକ୍ରାନ୍ତ ହେବା ପରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ରହିଛି ଅନେକ ଅର୍ଥ ଯେଉଁ ପାଇଁ ତାଙ୍କର ପୁଅ ବୋହୁ ଖର୍ଚ୍ଚ କରିବାକୁ ଅସମର୍ଥ ଅଟନ୍ତି। କାରଣ ମୀରା ଅପା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କୁ ୪୦ ବର୍ଷ ତଳୁ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଏବଂ ଆଶ୍ରମକୁ ଦେଇ ଦେଇଛନ୍ତି।

କେବଳ ଜାଗା ବାଡ଼ି ନୁହଁ ନିଜର ସମସ୍ତ ସମ୍ପତ୍ତି ସହିତ, ନିଜର ସମସ୍ତ ଗହଣା ଗଣ୍ଠି, ଶ୍ରମ, ସମୟ ଅର୍ଥ ସେ ସେହି ସ୍କୁଲ ଏବଂ ଆଶ୍ରମକୁ ଦାନ କରି ଦେଇଛନ୍ତି।ଏବେ ତାଙ୍କର ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ତାଙ୍କ ଝିଅ ସୁମିତ୍ରା ପାଢୀଙ୍କ ନମ୍ବର ୬୩୭୦୨୮୧୦୯୯ ରେ ଯୋଗାଯୋଗ କରି ସାହାଯ୍ୟ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।