ସାବାସ ସାଲୀନୀ ! ସହିପାରିଲେ ନାହିଁ ମା” ର ଅପମାନ , ବନିଗଲି ମୁଁ IPS ଅଫିସର ଦେଖନ୍ତୁ ସଂଘର୍ଷ କାହାଣୀ….

ଅଗର ଇରାଦୋଁ ମେ ଦମ୍ ହୋ ତୋ କୋଇ ମଞ୍ଜିଲ ମୁସ୍କିଲ୍ ନେହିଁ , ଜୀବନରେ ସଫଳତା ପାଇବାକୁ ହେଲେ ନିଜର ଲକ୍ଷ୍ୟକୁ ସ୍ଥିର କରିବା ପାଇଁ ପଡିବ । ଧର୍ଯ୍ୟର ସହ ଅପେକ୍ଷା କଲେ ସଫଳତା ନିଶ୍ଚୟ ମିଳିବ । ଯାହାର ଉଦାହରଣ ହେଉଛନ୍ତି ହିମାଚଳ ପ୍ରଦେଶର ସାଲିନି ଅଗ୍ନିହୋତ୍ରି , ବସ କଣ୍ଡକ୍ଟର ଝିଅ ଆଜି IPS ଅଫିସର । ମାଆର ଅପମାନ ସହି ନପାରି ବନିଗଲେ ପୋଲିସ , ସେଦିନ ମାଙ୍କ ସହ ବସରେ ଯାଉଥଲେ ସାଲିନୀ । ବସ ଯାତ୍ରାବେଳେ ଜଣେ ବ୍ୟକ୍ତି ତାଙ୍କ ପଛ ସିଟରେ ହାତ ରଖିଥିଲେ , ଯେଉଁଥି ପାଇଁ ତାଙ୍କ ମା ସହଜରେ ବସିପାରୁ ନଥିଲେ । ଏ ନେଇ ସାଲିନୀ ଉକ୍ତ ବ୍ୟକ୍ତିଙ୍କୁ ବାରମ୍ୱାର କହିବା ସତ୍ତ୍ୱେ ବି ସେ ଶୁଣୁ ନଥିଲେ ।

ବରଂ ଓଲଟି ରାଗିଯାଇ ସାଲିନୀଙ୍କୁ କହିଲେ ତମେ କଣ କମିଶନର ତମ କଥା ମାନିବି , ବାସ୍ ତାପରେ ବସ ଭିତରେ ମାଙ୍କୁ ନେଇ ଉକ୍ତ ବ୍ୟକ୍ତିଙ୍କ ସେହି ଅପମାନ ସାଲିନୀଙ୍କୁ ଦେଖାଇଥିଲା ନୂଆ ରାସ୍ତା । ଭବିଷ୍ୟତରେ ସେ ଜଣେ ପୋଲିସ ଅଫିସର ବନିବାକୁ ସେଦିନ ମନେ ମନେ ସପଥ ନେଇଥିଲେ । ଆଉ ସ୍ୱପ୍ନ ପୂରଣ କରିବାକୁ ଆରମ୍ଭ କରିଥିଲେ କସରତ୍ , ଦଶମ ରେ 92 ପ୍ରତିଶତ ମାର୍କ ଏବଂ +2 ରେ 77 ପ୍ରତିଶତ ମାର୍କ ରଖିଥିବା ସାଲିନୀ ହିମାଚଳ ପ୍ରଦେଶ ଏଗ୍ରିକଲଚର ୟୁନିଭରସିଟିରୁ ଗ୍ରାଜୁଏସନ ପାସ କରିଥିଲେ ।

ସେହି ସମୟରୁ ହିଁ ସେ ୟୁପିଏସି ପାଇଁ ପ୍ରସ୍ତୁତି ଚଳାଇଥିଲେ , ସବୁଠାରୁ ବଡ କଥା ହେଉଛି କି ସାଲିନୀ ବିନା କୋଚିଙ୍ଗ ରେ ୟୁପିଏସି ପରୀକ୍ଷା ପାସ କରିଥିଲେ । ପରିକ୍ଷା ବାବଦରେ ଘରେ ଜଣାଇଲେ କାଳେ ଅକୃତ୍ୟକାର୍ଯ୍ୟ ହେବା ପରେ ବାପା ମା ମନଦୁଃଖ କରିବେ ସେଥିପାଇଁ କାହାକୁ କହି ନଥିଲେ ସେ । ବିନା କୋଚିଙ୍ଗ ରେ ନିଜ କଲେଜ ହଷ୍ଟେଲ ରେ ରହି 2011 ରେ ୟୁପିଏସି ପରୀକ୍ଷା ଦେଇଥିଲେ । ଏହାପରେ 2012 ରେ ସଫଳତା ପାଇଁ ୟୁପିଏସ ବନିଲେ ସାଲିନୀ । ହିମାଚଳ ପ୍ରଦେଶର ଉହ୍ନାର ଏକ ଛୋଟ ଗାଁ ରେ ଜନ୍ମ ଗ୍ରହଣ କରିଥିବା ସାଲିନୀ ଅଗ୍ନିହୋତ୍ରି ଙ୍କ ବାପା ଜଣେ ବସ କଣ୍ଡକ୍ଟର ।

ଗରିବୀର ଗାର ଭିତରେ ରହି ପିଲାଙ୍କୁ ପାଠ ପଠାଉଥିଲେ ବି କୌଣସି ଇଚ୍ଛାରେ ବାଧା ଦେଇ ନଥିଲେ ସାଲିନୀଙ୍କ ବାପା । ପୁଅ ଝିଅର ଫରକ ବି ରଖି ନଥିଲେ , ପିଲାବେଳେ ହେଉ କି କଲେଜ ସମୟରେ ସାଲିନୀ ଯେତେବେଳେ ଯୁବକଙ୍କ ସହ କ୍ରିକେଟ ଖେଳନ୍ତି ସେତେବେଳେ ସମସ୍ତେ ତାଙ୍କ ହାବଭାବକୁ ପୁଅ ବୋଲି କୁହନ୍ତି । ହେଲେ ଯେ ପୋଲିସ ହେବାକୁ ନିଜକୁ ଶାରିରୀକ ସ୍ତରରେ ପ୍ରସ୍ତୁତ କରୁଛନ୍ତି ତାହା ତ କେହି ଜାଣି ପାରୁ ନଥିଲେ ।

ଟ୍ରେନିଙ୍ଗ ପରେ କୁଲୁ ରେ ତାଙ୍କୁ ନିଯୁକ୍ତି ମିଳିଲା , ଆଉ ସେ ପୋଲିସ ଅଧ୍ୟକ୍ଷକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସାଲିନୀ ଦାୟିତ୍ୱ ନବା ପେର ବଡ ବଡ ଅପରାଧୀଙ୍କ ନିଦ ହଜାଇଥିଲେ । ଏମିତିକି ନିଶା କାରବାର ରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଜେଲର ବାଟ ଦେଖାଇଥିଲେ ସାଲିନୀ , ଆଉ ଏହି ଦବଙ୍ଗ ଲେଡୀ ଆଇପିଏସ ଅଫିସରଙ୍କ ଦକ୍ଷତା ପାଇଁ ସେ ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରଷ୍କାର ପାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment