ଅଦ୍ଭୁତ ଘଟଣା ! ସୈତାନ୍ ସାଜିଲା ସ୍ୱାମୀ, ରୋଷେଇ ନ କରିବାରୁ ସ୍ତ୍ରୀକୁ କଲା ଏମିତି…ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରୀ ଉଠିବ…

0

ରୋଷେଇ କରିବାକୁ ମନା କରିବାରୁ ସୈତାନ୍ ସାଜିଲା ସାତ ଜନ୍ମର ସାଥି। ପ୍ରେମ ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ବାମୀ। ଏବେ ସାମ୍ନାକୁ ଆସିଛି ଏମିତି ଏକ ଖବର ଯାହା ଶୁଣିଲେ ଆପଣଙ୍କ ଛାତି ଡରରେ ଥରି ଉଠିବ।ସବୁ ଦିନ ସ୍ତ୍ରୀ କୁ ଖୁସିରେ ରଖିବାର କଥା ଦେଇ ଘରକୁ ଆଣିଥିବା ସ୍ବାମୀ ଶେଷରେ ପାଲଟିଲା ହତ୍ୟାକାରୀ। ଆଉ ନିଜ ସ୍ତ୍ରୀ କୁ ମାରି ବେଡ୍ ତଳେ ତାର ଶବକୁ ଲୁଚାଇ ରଖିଥିଲା ଅଭିଯୁକ୍ତ। ଆଉ ଏହା ପରେ ସହର ଛାଡି ଚଂପଟ ମାରିଥିଲା ଏହି ସୈତାନ୍ ସ୍ୱାମୀ। ତେବେ ଏହି ଘଟଣାର ଦୁଇଦିନ ପରେ ସେହି ରୁମ୍ ଭିତରୁ ଦୁର୍ଗନ୍ଧ ଆସିବା କାରଣରୁ ପୋଲିସ୍ କୁ ଏ ବିଷୟରେ ସୁଚନା ଦେଇଥିଲେ ପଡୋଶୀ।

ଆଉ ଏବେ ହତ୍ୟାକାରୀ ଏହି ସ୍ୱାମୀକୁ ଗିରଫ କରିଛି ପୋଲିସ୍।ତେବେ ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ର ଲକ୍ଷ୍ନୌ ରେ। ତେବେ ସେମାନେ ଉଭୟ ସ୍ଵାମୀ ସ୍ତ୍ରୀ ବହୁତ୍ ଖୁସିର ସହିତ ବିବାହର ୩ ବର୍ଷ ଯାଏଁ ତାଙ୍କ ବାପା ମାଆ ଙ୍କ ସହ ଏହି ସହରରେ ରହୁଥିଲେ। ବିବାହର ମାତ୍ର ୩ ବର୍ଷ ପରେ ସେମାନଙ୍କ ଭିତରେ ମନ ମାଳିନ୍ୟ ଆରମ୍ଭ ହୋଇ ଯାଇଥିଲା। ସେମାନଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଆଉ ଶେଷରେ ଝଗଡ଼ା ଦିନେ ଏତେ ଭୟଙ୍କର ହୋଇ ଯାଇଥିଲା ଯେ ସ୍ବାମୀ ଜଣଙ୍କ ଘରକୁ ପୋଲିସ୍ ଡ଼କାଇଥିଲେ।

ଆଉ ତାପରେ ପୋଲିସ୍ କର୍ମୀ ବୁଝା ସୁଝା ପରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା କମିଥିଲା। ତେବେ ଏହି ବିବାହରେ ସେମାନେ ଉଭୟ ଖୁସି ନଥିଲେ।ହଠାତ୍ ଦିନେ ସ୍ବାମୀ ଜଣଙ୍କ ସ୍ତ୍ରୀକୁ ରୋଷେଇ କରିବାକୁ କହିଥିଲେ ଆଉ ଏଥିରେ ସ୍ତ୍ରୀ ଜଣଙ୍କ ସିଧା ନା କହି ଦେଇଥିଲେ। କେବଳ ମନା କରିନଥିଲେ ବରଂ ସ୍ତ୍ରୀ ଜଣଙ୍କ ସ୍ବାମୀ ମନୁକୁ ଚପଲରେ ମାଡ଼ ମାରିଥିଲେ। ଆଉ ଏହାପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ସ୍ବାମୀ ଜଣଙ୍କ ଏବଂ ରାଗି ଯାଇ ସ୍ତ୍ରୀ ଉପରକୁ ହାତ ମଧ୍ୟ ଉଠାଇଥିଲେ। ସ୍ଵାମୀ କୁ ମାଡ଼ ମାରୁଛୁ କହି ସ୍ବାମୀ ଜଣଙ୍କ ରାଗି ନିଜର ହିତାହିତ ଜ୍ଞାନ କୁ ଭୁଲି ସ୍ତ୍ରୀ ଉପରେ ଆକ୍ରମଣ କରିଥିଲେ ଓ ଶେଷରେ ତାକୁ ମାରି ଦେଇଥିଲେ।

ଆଉ ସ୍ତ୍ରୀକୁ ମାରିବା ପରେ ବେଡ୍ ବକ୍ସ ରେ ମୃତ ଦେହକୁ ଲୁଚାଇ ଅଯୋଧ୍ୟା ପଳାଇଥିଲେ ସ୍ବାମୀ।ଏହି ଘଟଣାର ଦୁଇଦିନ ପରେ ସେହି ରୁମ୍ ଭିତରୁ ଦୁର୍ଗନ୍ଧ ଆସିବା କାରଣରୁ ପୋଲିସ୍ କୁ ଏ ବିଷୟରେ ସୁଚନା ଦେଇଥିଲେ ପଡୋଶୀ। ଆଉ ଏବେ ହତ୍ୟାକାରୀ ଏହି ସ୍ୱାମୀକୁ ଗିରଫ କରିଛି ପୋଲିସ୍।ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।