ବନ୍ଧୁଗଣ ନିକଟରେ ଏକ ଖବର କୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିଥିଲା।ସେ ଖବର ର ଗୁରୁତ୍ବ ମଧ୍ଯ ସେମିତି ରହିଥିଲା। ସୂଚନା ଅନୁସାରେ ବଲିଉଡ ର ସୁପରଷ୍ଟାର ସଲମାନଙ୍କୁ ବିମାନ ବନ୍ଦରରେ ଅଟକାଇ ଦେଇଥିଲେ ଜଣେ ଯବାନ ଏବଂ ଏହା ପରେ ସେ ବହୁତ୍ ଚର୍ଚ୍ଚାରେ ରହିଥିଲେ। ପରେ ଜଣା ପଡିଥିଲା ଯେ ଏହି ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ଼ ର ଯୁବକ। ସୂଚନା ଅନୁସାରେ ମୁମ୍ବାଇ ବିମାନବନ୍ଦରରେ ଭାଇଜାନଙ୍କୁ ଅଟକାଇ ଦେଇଥିଲେ ଏହି ନୟାଗଡ଼ର ଯୁବକ ଜଣଙ୍କ। ତେବେ ଭାଇଯାନ ସଲମାନ ଟାଇଗର ଥ୍ରୀର ସୁଟିଂ ପାଇଁ ଯାଉଥିଲେ ବେଳେ ଜଣା ପଡିଛି।
ଆଉ ଏହି ସମୟରେ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କୁ ବିମାନବନ୍ଦର ଯାଞ୍ଚ ପାଇଁ ଅଟକାଇ ଥିବା ଏହି ଯୁବକ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଆଉ ପରେ ଜଣା ପଡିଥିଲା କି ଏହି CISF ଯବାନ ଜଣଙ୍କ ହେଉଛନ୍ତି ନୟାଗଡ଼ ଘଣ୍ଟସାହିର ରାଜକିଶୋର ମହାନ୍ତିଙ୍କ ପୁଅ ସୋମନାଥ ମହାନ୍ତି ବୋଲି।ଏହି ଖବର ବେଶ ଚର୍ଚ୍ଚାର ପରିସରକୁ ମଧ୍ଯ ଆସିଥିଲା। ତେବେ ଘଟଣା ଅନୁସାରେ ଗତ ୧୯ ତାରିଖ ଦିନ ରାତି ସମୟରେ ସଲମାନ ଖାନ୍ ଓ କ୍ୟାଟ୍ରିନା କେଫ ଋଷିଆ ଯିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଆସି ପହଞ୍ଚିଥିଲେ। ଏହାପରେ ସଲମାନଙ୍କୁ ପାଖରେ ପାଇ ତାଙ୍କ ସହ ଫଟୋ ଉଠାଇବା ପାଇଁ ଅନେକ ଚାହିଁଥିଲେ ଆଉ ଏହା ସ୍ଵାଭାବିକ କଥା।
କାରଣ କେହି ବି ହେଉ ନା କାହିଁକି ସଲମାନ୍ ଙ୍କ ସହ ଫଟୋ ଓ ଅଟୋଗ୍ରାଫ ନେବାକୁ ସମସ୍ତେ ଚାହାଁନ୍ତି। ହେଲେ ସେଠାରେ ବିମାନବନ୍ଦର ରେ ଡିଉଟି ରେ ଥିବା ଯବାନ ଜଣଙ୍କ ଯାହାଙ୍କ ନାମ ସେମାନାଥ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇ ନଥିଲେ। ସେଠାରେ ତାଙ୍କୁ ସୋମନାଥ ଅଟକାଇବା ପରେ ସଲମାନ ସୁରକ୍ଷା ପାଇଁ ଯାଞ୍ଚ ହେବା କଥା ବୁଝି ଯାଇଥିଲେ । ତେବେ ଯାହା ଜଣା ପଡିଛି ୨୦୧୮ରେ CISF ରେ ଯୋଗ ଦେଇଥିଲେ ଏହି ଯବାନ। ତେବେ ସଲମାନ୍ ଙ୍କୁ ଅଟକାଇ ଥିବା ଏହି ଯବାନ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏକ ଭିନ୍ନ କଥାକୁ ନେଇ।ସେ ଏବେ CISF ପ୍ରଟୋକଲ ଉଲ୍ଲଙ୍ଘନ କରିଥିବା କାରଣରୁ ଅଡୁଆରେ ପଡ଼ି ଯାଇଛନ୍ତି।
ଫଳରେ ତାଙ୍କ ପାଖରୁ ତାଙ୍କର ମୋବାଇଲ୍ ଫୋନ୍ ଜବତ କରା ଯାଇଛି। ସୂଚନା ଅନୁସାରେ ସେ ଏହି ଯବାନ ଜଣଙ୍କ ଗଣମାଧ୍ୟମ ରେ ତାଙ୍କର ବିବୃତି ଦେଇ ଥିବାରୁ ତାଙ୍କ ପାଖରୁ ମୋବାଇଲ୍ କୁ ଜବତ କରା ଯାଇଛି।ସେ ଚର୍ଚ୍ଚାକୁ ଆସିବା ପରେ ଗଣମାଧ୍ୟମକୁ ତାଙ୍କର ବିବୃତି ପ୍ରଦାନ କରିଥିଲେ। ପରେ ସେ ଯେମିତି ଆଉ ଗଣମାଧ୍ୟମ ସହ ଯୋଗାଯୋଗ ନ କରି ପାରିବେ ସେଥିପାଇଁ ତାଙ୍କ ପାଖରୁ ମୋବାଇଲ୍ ଫୋନ ଜବତ କରା ଯାଇଛି ବୋଲି CISF କହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।