ସାମାନ୍ୟ କଥାରୁ ୭ ବର୍ଷ ପୁଅର ପ୍ରାଇଭେଟ ପାର୍ଟକୁ ପୋଡ଼ିଦେଲା ସାବତ ମାଆ, ସମ୍ପୂର୍ଣ ଘଟଣା ଜାଣିଲେ ଲୋମ ଟାଙ୍କୁରି ଉଠିବ….

0

ମହାରାଷ୍ଟ୍ରର ନାଶିକାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି , ତାହା ଆପଣ ମାନେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । କାରଣ ଏଠାରେ ଜଣେ ମହିଳା ସାମାନ୍ୟ କଥାକୁ କେନ୍ଦ୍ର କରି ନିଜର 7 ବର୍ଷର ଭିନ୍ନକ୍ଷମ ସାବତ ପୁଅର ପ୍ରାଇଭେଟ ପାର୍ଟକୁ ପୋଡି ଦେଇ ଥିବା ଖବର ସାମ୍ନାକୁ ଆସିଛି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ , ଏହି ମାମଲାଟି ନାଶିକର ଡିନ୍ଦୋରୀ ତାଲୁକ ଅଞ୍ଚଳର ଏକ ଗାଁରୁ ଆସିଛି ।

ତେବେ ସ୍ୱାମୀ ଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ପିଡୀତ ଶିଶୁ ଏବଂ ତାର 15 ବର୍ଷର ସାନ ଭାଇ ଦୁହେଁ ଖଟରେ ବସି ଖେଳୁଥିଲେ । ଦୁଇଜଣ ଖେଳୁଥିବା ସମୟରେ ଶିଶୁ ଟି ନିଜ ସାନ ଭାଇକୁ ଭୁଲବଶତଃ ଠେଲି ଦେଇଥିଲା , ଯାହା ଫଳରେ ତାର ସାନ ଭାଇଟି ଖଟ ରୁ ତଳକୁ ପଡିଯାଇଥିଲା । ଏହି ଦୃଶ୍ୟ ତାର ମା ଦେଖିଥିଲେ ଏବଂ ଶିଶୁ ଟି ଉପରେ ମାଆ ଉତକ୍ଷିପ୍ତ ହୋଇ ଯାଇଥିଲେ ।ଏହା ପରେ ମହିଳା ଜଣକ ଶିଶୁଟିକୁ ବହୁତ ଜୋରରେ ପିଟିଥିଲେ , କିନ୍ତୁ ଏତିକିରେ ତାଙ୍କର ରାଗ ଶାନ୍ତ ହୋଇ ନଥିଲା ।

ଶେଷରେ ଶିଶୁ ଟିର ପ୍ରାଇଭେଟ ପାର୍ଟକୁ ପୋଡି ଦେଇଥିଲା , ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଘରକୁ ଫେରିବା ପରେ ସେ ଏଇ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଶିଶୁକୁ ଡାକ୍ତରଖାନା ରେ ଭର୍ତ୍ତି କରାଇଥିଲେ । ଯେଉଁଠାରେ ତାଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି , ଡାକ୍ତରଙ୍କ କହିବା ଅନୁସାରେ ପିଡୀତଙ୍କ ବ୍ୟକ୍ତିଗତ ଅଂଶର ପ୍ରାୟ 20 ପ୍ରତିଶତ ଜଳିଯାଇଛି । ବର୍ତ୍ତମାନ ସମୟରେ ଶିଶୁଟିର ଅବସ୍ଥା ସ୍ଥିର ରହିଛି ଏବଂ ସୁସ୍ଥ ହେବା ପାଇଁ କିଛି ସମୟ ଲାଗିବ ।

ତେବେ ଆଇପିସିର ଧାରା 326 ଏବଂ 324 ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ବିରେଧରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହା ବ୍ୟତୀତ ମହିଳାଙ୍କ ବିରୁଦ୍ଧରେ POCSO ଆକ୍ଟ ମଧ୍ୟ ଲାଗୁ କରାଯାଇଛି । ତେବେ ଆପଣ ମାନେ ଜାଣିଲେ ତ ସାମାନ୍ୟ ଘଟଣା କୁ ନେଇ କିପରି ସାବତ ମାଆ ତାର ଭିନ୍ନକ୍ଷମ ପୁଅର ପ୍ରାଇଭେଟ ପାର୍ଟକୁ ପୋଡି ଦେଇଥିଲା ।

ମାଆ ମନରେ ପିଲା ପ୍ରତି ଟିକିଏ ହେଲେ ଦୟାଭାବ ଆସିନଥିଲା ଏବଂ ପିଲାକୁ ବହୁତ ଜୋରରେ ପିଟି ଥିଲେ ମଧ୍ୟ ତାର ରାଗ ଶାନ୍ତ ହୋଇ ନଥିଲା । ପରିଶେଷରେ ସେ ଶିଶୁଟି ବହୁତ କଷ୍ଟ ପାଇଥିଲା , ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି ଏବଂ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସମାଜ ପାଇଁ ଏପରି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।