ଦେଖନ୍ତୁ ଭିଡ଼ିଓ : ସାମ୍ନାକୁ ଆସିଲା କରୋନାର କରୁଣ ଚିତ୍ର, ସ୍ୱାମୀଙ୍କ ଚିକିତ୍ସା କରିବାକୁ ସ୍ତ୍ରୀ ସହ ସମ୍ଭୋଗ କରିବାକୁ କହିଲେ ଡାକ୍ତର…

0

ବନ୍ଧୁଗଣ କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଦୋହଲାଇ ଦେଇଛି । ଭାରତରେ କରୋନା ମାମଲା ଲଗାତର ବଢ଼ିବା ପୂରା ଦୁନିଆକୁ ଡରାଇବାରେ ଲାଗିଛି । ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ୪ଲକ୍ଷ ଟପୁଛି।ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ଅକ୍ସିଜେନ ର ସୁବିଧା ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁ ନଥିବା କାରଣରୁ ଅମ୍ଳଜାନ ଅଭାବରୁ ଏଥିରେ ଚାଲି ଯାଉଚି ଅନେକ ଜୀବନ। ଅନେକ ନିଜ ନିଜର ପରିବାର ସଦସ୍ୟଙ୍କୁ ହରାଇ ଭାଙ୍ଗି ପଡ଼ୁଛନ୍ତି।

ତେବେ ଏହାରି ଭିତରେ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ମାନେ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।ତେବେ ଗୋଟିଏ ପଟେ ଡ଼ାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ ଏବଂ ଏହାର ଯଥାର୍ଥତା ମଧ୍ୟ ରହିଛି। ଏବେ କରନା ମହାମାରୀ ସମୟରେ ଡାକ୍ତରଙ୍କ ଅବଦାନ ପାଇଁ ଲୋକେ ତାଙ୍କୁ ସଲାମୀ ଦେଉଛନ୍ତି। କାରଣ ଦିନ ରାତି ଏକ କରି ଏହି ଡାକ୍ତର ମାନେ କେତେ ଯେ କରନା ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। କିନ୍ତୁ ଏହାରି ଭିତରେ ବି କିଛି ଏମିତି ଡାକ୍ତର ରହିଛନ୍ତି ଯେଉଁମାନେ ଟଙ୍କା କେତେଟା ପାଇଁ ରୋଗୀଙ୍କ ଜୀବନ ନେଇ ଯାଉଛନ୍ତି। ଆଉ କିଛି ନର୍ସ ଏମିତି ରହିଛନ୍ତି ଯେଉଁମାନେ ରୋଗୀଙ୍କୁ ଖରାପ୍ ବ୍ୟବହାର ପ୍ରଦର୍ଶନ କରୁଛନ୍ତି।

ଏତେ ଖରାପ୍ ବ୍ୟବହାର ଦେଖା ଯାଉଅଛି କରନା ଆକ୍ରାନ୍ତ ଙ୍କୁ ଯେ ପରିବାର ଲୋକେ କହୁଛନ୍ତି ଏମାନେ ଡାକ୍ତର ନୁହନ୍ତି ବରଂ ରାକ୍ଷସ ଅଟନ୍ତି। ଆପଣ ସ୍ଥିତି ଜାଣି ପାରୁଥିବେ ଆଉ ଦେଖି ପାରୁଥିବେ ଯେ କେତେ କଷ୍ଟରେ ରୋଗୀକୁ ବେଡ୍ ଟିଏ ମିଳୁଛି।ଏହି ସମୟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିବା ପରେ ତାଙ୍କୁ କିପରି ଖରାପ୍ ବ୍ୟବହାର ଦେଖା ଯାଇଛି ଏବଂ ହଇରାଣ କରାଯାଇଛି ସେ ବିଷୟରେ କୋହ ଭରା କଣ୍ଠରେ କାନ୍ଦି କାନ୍ଦି ମିଡ଼ିଆ ଆଗରେ ସେ ବଖାଣିଛନ୍ତି। ତାଙ୍କ ସହ ସମ୍ଭୋଗ କରିବାକୁ ମଧ୍ୟ ଡାକ୍ତର କହିଛନ୍ତି ତାଙ୍କର କରନା ଆକ୍ରାନ୍ତ ସ୍ଵାମୀଙ୍କ ଚିକିତ୍ସା ପାଇଁ। ଶେଷରେ ଅନେକ ହଇରାଣ ଏବଂ ଚିକିତ୍ସାର ଅଭାବ କାରଣରୁ ଚାଲି ଯାଇଛି ତାଙ୍କ ସ୍ବାମୀଙ୍କ ଜୀବନ।

ତେଣୁ ଆପଣ ଏଭଳି ସ୍ଥିତି କୁ ସମ୍ମୁଖୀନ ନ କରିବା ପାଇଁ ବାହାରକୁ ଯିବା ସମୟରେ ଭଲ ଭାବରେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖିବା ସହିତ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିବା ନିହାତି ଦରକାର।କୋଭିଡ୍ ପ୍ରୋଟୋକଲ ଓ ସରକାରଙ୍କ ନିର୍ଦ୍ଦେଶନାମା ଗୁଡିକ ନିଶ୍ଚିତ ପାଳନ କରନ୍ତୁ । ମାସ୍କ ପିନ୍ଧିନ୍ତୁ, ହାତ ଧୁଅନ୍ତୁ ଏବଂ ଶାରୀରିକ ଦୂରତା ବଜାୟ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।