ସାମ୍ନା କୁ ଆସିଲା ଘରୋଇ କୋଭିଡ ହସ୍ପିଟଲର କଳା କାରନାମା, ମାଗଣା କହି ତାଡି ନେଲେ ଆଖି ଆଉ କିଡନୀ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ ଭାଇରାଲ Video

0

କୋଭିଡ ଯୋଗୁଁ କିପରି ଭାବରେ ଲୋକ ମାନଙ୍କର ଜୀବନ ଯାଉଛି ତାହା ତ ଆପଣ ପ୍ରତିଦିନ ବିଭିନ୍ନ ଖବରରୁ ଜାଣିବାକୁ ପାଉଥିବେ। କିନ୍ତୁ ଯଦି ଜଣେ ଗରିବ ଜନ ସାଧାରଣ କରନା ରେ ପୀଡ଼ିତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହେବା ପରେ ତା ବିଷୟରେ ଘର ଲୋକଙ୍କୁ କୌଣସି ସୁଚନା ନ ମିଳେ ତେବେ ଏହା ଠାରୁ ଦୁଃଖଦ ଖବର କଣ। ପୁଣି ସେହି ବ୍ୟକ୍ତିଙ୍କର ମୃତ ଦେହ ଅନ୍ୟ ସ୍ଥାନରୁ ହସ୍ପିଟାଲ୍ ବାହାରୁ ମିଳିବା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ନିଶ୍ଚିତ ଭାବରେ। ଯାହା ବୟାନ କରୁଛି କିପରି ଭାବରେ ସ୍ବାସ୍ଥ୍ୟ ସେବା ଚାଲିଛି ଏବଂ ହସ୍ପିଟାଲ୍ ରେ ଅବ୍ୟବସ୍ଥା ଲାଗି ରହିଛି। ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପୁରୀର ଏକ ପରିବାର ସହିତ।

ଯେଉଁଠି ଜଣେ ବ୍ୟକ୍ତି କରନା ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିଲା। ଆଉ ତାପରେ ସେଠାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଘରୋଇ ହସ୍ପଟାଲରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ କହି ରୋଗୀଙ୍କ କିଡନୀ ଏବଂ ଆଖି ତାଡି ନେଇ ତାଙ୍କୁ ମାରି ଦିଆ ଯାଇଥିବା କୁହା ଯାଉଛି। ଏହାକୁ ନେଇ ପୋଲିସ୍ ନିକଟରେ ଅଭିଯୋଗ ମଧ୍ୟ ହୋଇଛି। ତେବେ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ଶରୀର ହସ୍ପିଟାଲ୍ ରୁ ନୁହଁ ବରଂ ଡୁମଡୁମାର ଏକ ଅଞ୍ଚଳରୁ ଦେଖିବାକୁ ମିଳିଛି।ଆଉ ଏ ସମ୍ପର୍କରେ ବି ଏମ ସି ପାଖରେ କିଛି ତଥ୍ୟ ନଥିବା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି।

କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ସମସ୍ତ ତଥ୍ଯ ବିଏମସି ପାଖରେ ରହିବା କଥା କିନ୍ତୁ ହସ୍ପିଟାଲ୍ ରେ ଭର୍ତ୍ତି ହେବା ପରେ ମଧ୍ୟ ବିଏମ୍ସି ଏ ବିଷୟରେ କିଛି ଜାଣି ନଥିବା କହିଥିଲା। ଶେଷରେ ବାପାଙ୍କୁ ଖୋଜି ଖୋଜି ହସ୍ପିଟାଲ୍ ରୁ ବିଏମସି ହୋଇ ହୋଇ ପୁଅର ଚପଲ ଘୁରିଗଲା। କିନ୍ତୁ ଶେଷରେ ହସ୍ପିଟାଲ୍ ବାହାରେ ମିଳିଲା ମୃତ ଶରୀର।ଗତ ଏପ୍ରିଲ ମାସ ୧୯ ତାରିଖ ରେ ପୁରୀ ର ଏମ.ତ୍ରିନାଥ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ।କୋଭିଡ ହସ୍ପିଟାଲ ରୁ ମଶାଣି ପର୍ଯ୍ୟନ୍ତ ସବୁଠାରେ ଖୋଜି ମଧ୍ୟ ବାପା ଙ୍କ ସନ୍ଧାନ ନପାଇ ଧର୍ଯ୍ୟହରା ହୋଇ ପଡ଼ିଥିଲେ ପରିବାର।

ଏହାର କିଛି ଦିନ ପରେ ଏକ ସମ୍ବାଦ ପତ୍ର ରେ ଡୁମଡୁମାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ମିଳିବା ଘଟଣା ପ୍ରକାଶ ପାଇବା ପରେ ସେ ତାଙ୍କ ବୋଲି ଜାଣିବାକୁ ପାଇଥିଲେ। ତେବେ ଏହା କିପରି ଘଟିଲା, କୋଭିଡ ଯଦି ତାଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା କିନ୍ତୁ ଶବ ହସ୍ପିଟାଲ୍ ରୁ ନ ମିଳି କାହିଁକି ବାହାରୁ ମିଲିଲା ଏବଂ ଏହା କିପରି ଘଟିଲା ଏ ବିଷୟରେ ପୋଲିସ୍ ରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏବେବି ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ