ମନ୍ତ୍ରୀ ନବ ଦାସ ଙ୍କର ହତ୍ୟା କରିବା ପରେ ASI ଗୋପାଳ ଙ୍କୁ ନେଇ ସନ୍ଦେହ ବଡିବାରେ ଲାଗିଥିଲା ।ଜଣେ ଦକ୍ଷ ପୋଲିସ କାହିଁକି ମନ୍ତ୍ରୀ ଙ୍କୁ ଗୁଳି ମାରିରେ ତାହାର ସନ୍ଧାନ ଜୋରରେ ଲାଗି ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ ।ଆଉ ବର୍ତ୍ତମାନ ଯେଉଁ ଖବର ସମ୍ନାକୁ ଆସିଛି ତାହା ଚମକିବାକୁ ବାଧ୍ୟ କରିଛି ।ତେବେ ନିଜେ ଗୋପାଳ ମୁହଁ ଖୋଲିବା ପରେ ଜଣା ପଡ଼ିଛି କି ବହୁତ ଦିନ ଧରି ମନ୍ତ୍ରୀ ଙ୍କୁ ମାରିବାର ଯୋଜନା କରିଥିଲେ ସେ ।ଏଥିପାଇଁ ଗୋପାଳ ବହୁତ ସମୟରେ ମନ୍ତ୍ରୀ ଘର ଆଗରେ ପଇତରା ବି ଦେଉଥିଲେ ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ASI ଗୁଳି ମାରିବା କଥା ଜଣା ପଡିବା ପରେ ପୋଲିସ ତୁରନ୍ତ ଗୋପାଳ ଙ୍କୁ ନିଜ ଗିରଫ ରେ ନେଇଥିଲେ ।ହେଲେ ଆଜକୁ 4 ଦିନ ଭିତରେ ଗୋପାଳ ଙ୍କ ପରିବାର ସାଙ୍ଗ ସାଥି ଭିନ୍ନ ଭିନ୍ନ ମତ ରଖିଥିଲେ ଗୋପାଳ ଙ୍କ ବିଷୟରେ ।ଆଉ କାହାରି କଥାରୁ ଠିକରେ ଜାଣି ହେଉ ନଥିଲା କି ଗୋପାଳ କାହିଁକି ମନ୍ତ୍ରୀ ଙ୍କୁ ମାରିଲେ ।ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ କ୍ରାଇମବ୍ରାଞ୍ଚ ଏହି କେଶ ହାତକୁ ନେବା ପରେ ସବୁ କିଛି ଖୋଲତାଡ଼ କରିବାରେ ଲାଗିଥିଲା ।ଆଉ ଆଜି ଯେତେବେଳେ ଗୋପାଳ ଙ୍କୁ ମାରିବା ନେଇ ଜେରା ହେଲା ସେତେବେଳେ ସେ କହିଥିଲେ କି ରାଗରେ ମନ୍ତ୍ରୀ ଙ୍କୁ ମାରିବା ପାଇଁ 15 ଦିନ ହେଲା ସୁଯୋଗ ଖୋଜୁଥିଲେ ।
ଜେରା ବେଳେ ଗୋପାଳ କହିଥିଲେ କି “ମନ୍ତ୍ରୀ ଙ୍କୁ ସେ ବହୁତ ଦିନ ଧରି ତାଙ୍କର ଟ୍ରାନ୍ସଫର ବ୍ରହ୍ମପୁର କୁ କରିବାକୁ କହୁଥିଲା କିନ୍ତୁ ମନ୍ତ୍ରୀ କିଛି ନଶୁଣି ବରଂ ଅପମାନ ଦେଇଥିଲେ ।ଏହା ଛଡା ମନ୍ତ୍ରୀ ଙ୍କୁ ତାଙ୍କର କେହି ସମ୍ପର୍କୀୟ ଙ୍କୁ ଚାକିରୀ ଦେବାକୁ କହିଥିଲେ ସେହି କଥା ବି ମନ୍ତ୍ରୀ ଶୁଣି ନଥିଲେ” ।ଆଉ ଏହି ଅପମାନ କୁ ଶି ପରି ନଥିଲେ ଗୋପାଳ ତେଣୁ ମନ୍ତ୍ରୀ ଙ୍କୁ ମାରିବା ପାଇଁ ସୁଯୋଗ ଖୋଜି ଚାଲିଥିଲେ ।ଏଥିପାଇଁ 15 ଦିନ ହେଲା ମନ୍ତ୍ରୀ ଙ୍କ ଘର ପାଖକୁ ଯାଇ ଦୋକାନ ଗୁଡିକ ରେ ମନ୍ତ୍ରୀଙ୍କ ଯିବା ଆସିବାର ଖବର ନେଉଥିଲେ ।ତେବେ ଯେତେବେଳେ ମନ୍ତ୍ରୀ ଗାନ୍ଧିଛକ ଆସିବାର ଖବର ମିଳିଲା ସେହି ମଉକା କେମିତି ବା ଚଡି ଥାନ୍ତେ ଗୋପାଳ ।
ତେବେ ମନ୍ତ୍ରୀ ଆସିବା ସମୟରେ ଗୋପାଳ ଟ୍ରାଫିକ ଡ୍ୟୁଟି ରେ ଥିଲେ ବି ସେ ପାଖକୁ ଆସି ମନ୍ତ୍ରୀଙ୍କୁ ଗୁଳି ମାରିଥିଲେ ।ତେବେ ଏମିତି କଥା ବର୍ତ୍ତମାନ ସୋସିଆଲ ମେଡିଆରେ ଏମିତି କଥା ଶୁଣିବାକୁ ମିଳୁଥିବା ବେଳେ ଏଯାଏ କିନ୍ତୁ ପୋଲିସ ଡିଜି ଓ ଡି ଆଇ ଜି କିଛି ବି କହି ନାହାନ୍ତି ।ହେଲେ ଏହି ଭିତରେ କିଛି ଅଫିସର ଙ୍କର ଅବହେଳା କାମ ପାଇଁ ତାଙ୍କ ବଦଳି ଓ ସସପେଣ୍ଡ ସରିଲାଣି ।ଆଉ ଅପେକ୍ଷା ଏବେ କୋଉ କୋଉ ସତ ଆଗକୁ ଆସୁଛି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।