ସମୁଦ୍ରରେ କିଛି ଏଭଳି ଘଟିଲା ଯାହା ଉଡାଇଦେଲା ବୈଜ୍ଞାନିକଙ୍କ ହୋସ…ଦେଖନ୍ତୁ ଭୟାନକ ଭିଡ଼ିଓ

ଆମ୍ଭେମାନେ ଯେଉଁ ଗ୍ରହରେ ରହୁଛୁ , ସେଠାରେ ଏମିତି କିଛି ରହସ୍ୟ ଘଟୁଛି ଯାହା ବିଷୟରେ ଆମେ କେବେ ଚିନ୍ତା ବି କରିପାରିବା ନାହିଁ । ଏବେ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ସେହି ସବୁ ଜିନିଷ ଦେଖି । ତେବେ ଆସନ୍ତୁ ଜାଣିବା କଣ ସବୁ ରହସ୍ୟ ଲୁଚି ରହିଛି । ସମୁଦ୍ର ଭିତରେ ଲାଭା ଫାଟୁଥିବାର କଥା ନିଶ୍ଚୟ ଶୁଣିଥିବେ ଏବଂ ସମୁଦ୍ର ଭିତରେ ଜ୍ୱଳାମୁଖୀ ଫାଟିବା କଥା ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି । ଏହି ଲାଭା ଫାଟିଲେ ସମୁଦ୍ର ମଝିରେ ଆୟରଲ୍ୟାଣ୍ଡ ନିର୍ମାଣ ହୋଇ ଚାଲିଥାଏ । ପୂର୍ବରୁ ଏହି ଘଟଣା 1993 ମସିହା ରେ ଘଟି ସାରିଛି , ଏହାର ପ୍ରତ୍ୟେକ୍ଷ ଦର୍ଶୀ ମାନେ ମଧ୍ୟ ଜାହାଜରେ ଥିଲେ । ଯେଉଁମାନେ ସେହି ସମୁଦ୍ର ବାଟ ଦେଇ ଗତି କରୁଥିଲେ । ସେମାନେ ଦେଖିଲେ ସମୁଦ୍ର ମଝିରୁ ଖୁବ୍ ମୋଟା ଆକାରର ଧୂଆଁ ବାହାରୁଛି , ଟିକେ ଧ୍ୟାନ ଦେଇ ଦେଖିବା ପରେ ଜାଣିଲେ ସଙ୍ଗେ ସଙ୍ଗେ ଏକ ଆଇଲ୍ୟାଣ୍ଡ ସମୁଦ୍ର ମଝିରେ ଠିଆ ହୋଇଗଲା । ଏହାର ନା ରଖାଗଲା ସର୍ଟ ସି ।

ଆଇସ ସୁନାମି ହେଲେ ସମୁଦ୍ର ତଟରେ ବରଫ ଖଣ୍ଡ ହିଁ ନଜର ଆସିଥାଏ । ସମୁଦ୍ର ଏହି ଘଟଣାକୁ ଆଇସ ସୁନାମି କୁହାଯାଏ , ଯେତେବେଳେ ପବନ ଜୋର୍ ରେ ବହେ ବଡ ବଡ ଲହରୀ ମାଡେ ସମୁଦ୍ରର ବରଫ ଖଣ୍ଡ ସବୁ କୂଳକୁ ଚାଲିଆସେ । ଏହା ପଥର ଭଳି ବଡ ବଡ ଖଣ୍ଡ ହୋଇଥାଏ , ଏହାକୁ ଦେଖିଲେ ଯେତିକି ମଜା ଲାଗେ , ସେତିକି ଭୟ ମଧ୍ୟ ଲାଗିଥାଏ । କେବଳ ବରଫ ପଥର ନୁହେଁ , ଅନେକ ସମୁଦ୍ର କୂଳରେ ଆଇସ ବଲ୍ ବି ଦେଖିବାକୁ ମିଳିଥାଏ । ଅବିକଳ ବଲ ଭଳି କୂଳରେ ଲାଗିଯାଏ ବରଫ ଖଣ୍ଡ ଥଣ୍ଡା ପାଣି ସହ ପବନ ଏଠାରେ ବୁଲି ବୁଲି ଚକ୍ରିକାଟି ବୋହିଥାଏ ।

2013 ମସିହାର ଘଟଣା , ସମୁଦ୍ର ଭିତରେ କିଛି ଧଳା ପାଇପ ଭଳି ଭାସୁଥିବାର ଦେଖିବାକୁ ମିଳିଥିଲା । ଏହା ପାଇରୋସମ୍ , ଏହା ଏକ ପ୍ରକାର ସାମୁଦ୍ରିକ ଜୀବ ଏହା ବହୁତ ଲମ୍ୱା ହୋଇଥାଏ । ଏହାକୁ ୟୁନିକର୍ଣ୍ଣ ଅଫ୍ ସି ବୋଲି କୁହାଯାଏ , ଏହି ଜୀବ 90 ଫୁଟ ପର୍ଯ୍ୟନ୍ତ ଲମ୍ୱା ହୋଇଥାଏ । ଆଶ୍ଚର୍ଯ୍ୟ କଥା ଟି ହେଲା ଏହା ଏକଦମ ପାଇପ୍ ଭଳି ଥାଏ ଏବଂ ମଝି ଭାଗଟି ସମ୍ପୂର୍ଣ୍ଣ ଫାଙ୍କା ।

ଏହା ଗୋଟିଏ ଜୀବ ନୁହଁ ବରଂ ଅସଂଖ୍ୟ ଛୋଟ ଛୋଟ ଜୀବ ମିଶି ଗୋଟିଏ ଶରୀର ତିଆରି କରି ଦିଅନ୍ତି , ତାପରେ ଏମାନେ ସମ୍ପୂର୍ଣ୍ଣ ଲାଗିଯାଆନ୍ତି । କେବେହେଲେ ମଧ୍ୟ ଛାଡିକରି ଯାଆନ୍ତି ନାହିଁ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଛି ଯେ ଆମେ ଯେଉଁ ସବୁ ସମୁଦ୍ର ଦେଖୁଛେ ତା ଭିତରେ ଏଭଳି ଜୀବନ ବି ରହିଛି । ପୃଥିବୀ ନିଜ ଗର୍ଭରେ ଏଭଳି ଅନେକ ଆଶ୍ଚର୍ଯ୍ୟ ପାଳି ରଖିଛି । ଯାହାକୁ ଖୋଜିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment