ବନ୍ଧୁଗଣ ବେଳେବେଳେ ଆପଣ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଅନେକ ଘଟଣା ଅନେକ ସମୟରେ ଦେଖିବାକୁ ପାଉଥିବେ। କିଛି ଏମିତି ବିରଳ ଘଟଣା ସମୟ ସମୟରେ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ପ୍ରକୃତିକୁ ନେଇ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ରହିଛି? ସେହିପରି ଏକ ବିରଳ ଦୃଶ୍ୟ ଏବେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଲାଟିନ୍ ଆମେରିକା ଦେଶ ମେକ୍ସିକୋରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସମୁଦ୍ର ମଝିରେ ହଠାତ୍ ଭୟଙ୍କର ନିଆଁ ଦେଖିବାକୁ ମିଳିଛି। ତେବେ ଏବେ ସମୁଦ୍ର ମଝିରେ ଏଠାରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାର ଦୃଶ୍ୟ ରେକର୍ଡ ହେବା ପରେ ଏବେ ଏହା ଦେଖିବାକୁ ମିଳିଛି। ଭୟଙ୍କର ଭାବରେ ଏହି ଦୃଶ୍ୟ ଦେଖା ଦେଉଛି। ତେବେ ଯାହା ସୂଚନା ମିଳିଛି ଏଠାରେ ଥିବା ଏକ ପ୍ରାକୃତିକ ତୈଳ ପାଇପ୍ ଲାଇନ୍ରେ ନିଆଁ ଲାଗି ଯାଇଥିଲା।ତେବେ ନିଆଁ ଏଠାରେ ଦିନରାତି ଅନବରତ ଭାବରେ ଜଳିବାରେ ଲାଗିଛି।
ୟୁକାତନ ପ୍ରାୟଦ୍ୱୀପ ନିକଟରେ ଥିବା ସମୁଦ୍ର ଗର୍ଭରେ ଏହି ନିଆଁ ଲାଗିଛି ବୋଲି କୁହା ଯାଉଛି।ଏଠାରେ ଏହି ନିଆଁ ଲାଗିଯିବା କାରଣରୁ ଏଭଳି ଏକ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିବା କୁହା ଯାଉଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ବା ଏହି ଦୃଶ୍ୟର ଯେଉଁ ୧୭ ସେକେଣ୍ଡର ଭିଡ଼ିଓ ରହିଛି ତାର ଫୁଟେଜ କୁ ମାନୁଏଲ୍ ଲୋପେଜ୍ ସାନ୍ ମାର୍ଟିନ୍ ନାମକ ଜଣେ ୟୁଜରଙ୍କ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍ କରା ଯାଇଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ନିଆଁ କିପରି ଏଠାରେ ଗାଢ଼ ଲାଲ୍ ବର୍ଣ୍ଣ ର ହୋଇ ଜଳୁଛି ଯାହା ଫୁଟୁଥିବା ଭଳି ଦେଖା ଯାଉଛି।
ତେବେ ଯାହା ଜନା ପଡିଛି ଏଠାରେ ଥିବା ପ୍ରାକୃତିକ ତୈଳ ରିଙ୍ଗ୍ କିଭଳି ଭାବରେ ସୁରକ୍ଷିତ ରହିବ ସେ ନେଇ ମେକ୍ସିକୋ ନୌସେନା ପକ୍ଷରୁ ପ୍ରୟାସ କରା ଯାଉଛି। ସୋସିଆଲ୍ ମିଡ଼ିଆରେ ୟୁଜର ଏହାକୁ ‘ଆଇ ଅଫ୍ ଫାୟାର’ ଭାବେ ନାମିତ କରିଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓକୁ ଏକ କୋଟିଏ ରୁ ଅଧିକ ଥର ଦେଖା ସରିଲାଣି ବୋଲି ଦେଖିବାକୁ ମିଳିଛି। ଆପଣ ବି ଥରେ ଏହି ଭିଡ଼ିଓ କୁ ଦେଖିଲେ ଏହାର ପ୍ରକୋପ କୁ ଦେଖି ଅନୁମାନ ଲଗାଇ ପାରିବେ ଏହା କେତେ ଭୟଂକର ଦେଖା ଯାଉଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।